ବୋଲରଙ୍କ ପରାକ୍ରମ ପରେ ରୋହିତଙ୍କ ବିସ୍ଫୋରଣ: ମାଟି କାମୁଡ଼ିଲା ପାକିସ୍ତାନ

ପୂର୍ବରୁ ବିଶ୍ୱକପରେ ଭାରତ ୭ ଥର ପାକିସ୍ତାନ ଠାରୁ ଜିତିଥିଲା। ଆଜିର ବିଜୟ ପରେ ଏହି ସଂଖ୍ୟା ୮-୦ ହୋଇ ଯାଇଛି।

Rohit

ବାମରୁ ରୋହିତ ଶର୍ମା, ବିରାଟ, ବୁମ୍ରା ଓ ଜାଡେଜା

Hemant Lenka
  • Published: Saturday, 14 October 2023
  • Updated: 14 October 2023, 08:13 PM IST

Sports

Latest News

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଧୂଳି ଚାଟିଛି ପାକିସ୍ତାନ। ବିଶ୍ୱକପରେ ପାକିସ୍ତାନରେ ମୁଣ୍ଡରେ ଲାଗିଥିବା କଳଙ୍କ ୮-୦ ବି ହୋଇଯାଇଛି। ପୂର୍ବରୁ ବିଶ୍ୱକପରେ ଭାରତ ୭ ଥର ପାକିସ୍ତାନ ଠାରୁ ଜିତିଥିଲା। ଆଜିର ବିଜୟ ପରେ ଏହି ସଂଖ୍ୟା ୮-୦ ହୋଇ ଯାଇଛି।

ବିଶ୍ୱର ସର୍ବବୃହତ୍ତ ଷ୍ଟାଡିୟମରେ ଭାରତୀୟ ବୋଲରଙ୍କ ପରାକ୍ରମ ପରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରଣ ଦେଖିବାକୁ ମିଳିଛି। ବିଶ୍ୱକପର ଏହି ମହାମୁକାବିଲାରେ ଆରମ୍ଭରୁ ଶେଷ ଯାଏ କେବଳ ଭାରତୀୟ ବ୍ୟାଟର ଓ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି।

ବ୍ୟାଟିଂରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ବୋଲିଂରେ ମଧ୍ୟ ବିଶେଷ କିଛି କରି କରିପାରିନାହିଁ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୃଷ୍ଟି ହୋଇଥିବା ଦର୍ଶକଙ୍କ ନୀଳ ସମୁଦ୍ର ଭିତରେ ରୋହିତ ଆଣ୍ଡ କୋ ତ୍ରିରଙ୍ଗା ଉଡ଼ାଇଛନ୍ତି।

Also Read

ସାରା ବିଶ୍ୱର ନଜର ଏହି ମ୍ୟାଚ ଉପରେ ଥିବା ବେଳେ ଷ୍ଟାଡିୟମରେ ୧.୨ ଲକ୍ଷରୁ ଅଧିକ ଲୋକ ଉପସ୍ଥିତ ଥିଲେ। ସମସ୍ତଙ୍କ ସାମ୍ନାରେ ଭାରତ ବିଜୟ ହାସଲ କରିଛି। ଚଳିତ ବିଶ୍ୱକପରେ ଏହା ଭାରତର ହ୍ୟାଟ୍ରିକ ବିଜୟ। ଏହି ବିଜୟ ସହ ଦଳ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ମଧ୍ୟ ପହଞ୍ଚି ଯାଇଛି। 

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୨.୫ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୯୧ ରନ କରିଥିଲା। ଭାରତ ପାଇଁ ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍ରା, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏ ୱିକେଟ ନେଇଛନ୍ତି।

୧୯୨ ରନର ଛୋଟିଆ ଟାର୍ଗେଟକୁ ପିଛା କରୁଥିବା ଭାରତ ୧୨୭ ବଲ ପୂର୍ବରୁ ମାତ୍ର ୩ ୱିକେଟ ହରାଇ ଏହାକୁ ହାସଲ କରିନେଇଛି। ଭାରତକୁ ଜିତିବା ପାଇଁ ୧୨୮ ବଲରେ ୪ ରନର ଆବଶ୍ୟକ ଥିବା ବେଳେ ଶ୍ରେୟସ ଆୟର ଚୌକା ମାରି ମ୍ୟାଚ୍‌ ଶେଷ କରିଥିଲେ। 

ଭାରତ ପକ୍ଷରୁ ଅଧିନାୟ ରୋହିତ ଶର୍ମା ବିସ୍ଫୋରକ ୮୬ ରନର ଇନିଂସ ଖେଳିଛନ୍ତି।  ଆଫଗାନିସ୍ତାନ ବିପକ୍ଷରେ ସେ ୧୩୧ ରନର ଇନିଂସ ଖେଳିଥିଲେ। ତେବେ ବୋଲିଂରେ ଦମ ଦେଖାଇଥିବା ବୁମ୍ରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ସେ ୭ ଓଭର୍‌ରେ ୧୯ ରନ ଦେଇ ଦୁଇଟି ୱିକେଟ ନେଇଥିଲେ। ଏହା ମଧ୍ୟରେ ଇନଫର୍ମ ମହମ୍ମଦ ରିଜୱାନଙ୍କ ୱିକେଟ ରହିଥିଲା। 

୧୯୨ ରନର ଟାର୍ଗେଟ ପାଇଥିବା ଭାରତ ପାଇଁ ରୋହିତ ଶର୍ମା ଓ ଶୁବମନ ଗିଲ ଇନିଂସ ଆରମ୍ଭ କରିଥିଲେ। ପ୍ରଥମ ଓଭର୍‌ରୁ ହିଁ ଦୁଇ ବ୍ୟାଟର ଚୌକା ମାରି ନିଜ ନିଜର ଖାତା ଖୋଲିଥିଲେ। ଦ୍ୱିତୀୟ ଓଭର୍‌ରେ ହାସନ ଅଲୀଙ୍କୁ ଗିଲ୍‌ ୩ଟି ଚୌକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ।

ହେଲେ ତୃତୀୟ ଓଭରରେ ସେ ୧୬ ରନ କରି ଶାହୀନ ଶାହ ଆଫ୍ରିଦିଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ଭାରତ ୨୩ ରନରେ ପ୍ରଥମ ୱିକେଟ ହରାଇଥିଲା। ୱିକେଟ ଯାଇଥିଲେ ମଧ୍ୟ ରୋହିତଙ୍କ ବ୍ୟାଟରୁ ଛକା ବର୍ଷା ଦେଖିବାକୁ ମିଳିଥିଲା।

ତାଙ୍କ ବ୍ୟାଟ୍‌ରୁ ବାହାରିଥିଲା ଗୋଟିଏ ପରେ ଗୋଟିଏ ଛକା। ସେ ପୂରା ମ୍ୟାଚ୍‌ରେ ପ୍ରଥମ ଛକା ମାରିବାର ରେକର୍ଡ ମଧ୍ୟ କରିଥିଲେ। ଶାହୀନ ଶାହ ଆଫ୍ରିଦି ପକାଇଥିବା ବାଉନ୍ସରକୁ ରୋହିତ ବାଉଣ୍ଡରୀ ବାହାରକୁ ପକାଇ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଏହା ପ୍ରଥମ ଛକା ଥିଲା। କାରଣ ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୪୨ ଓଭର ବ୍ୟାଟିଂ କରିଥିଲେ ମଧ୍ୟ ଗୋଟିଏ ହେଲେ ଛକା ମାରିବାକୁ ସକ୍ଷମ ହୋଇ ନଥିଲା। ପୂରା ଦଳ ୧୯୧ ରନ କରି ଅଲଆଉଟ ହୋଇ ଯାଇଥିଲା।

ଦ୍ୱିତୀୟ ୱିକେଟ ପାଇଁ ରୋହିତ ଓ ବିରାଟ କୋହଲି ଦ୍ରୁତଗତିରେ ରନ ସଂଗ୍ରହ କରିବା ଆରମ୍ଭ କରିଥିଲେ। ବିଶେଷ କରି ରୋହିତଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଥିଲା।

ସେ ଆଫ୍ରିଦିଙ୍କୁ ମ୍ୟାଚ୍‌ର ପ୍ରଥମ ଛକା ମାରିଥିବା ବେଳେ ମହମ୍ମଦ ନୱାଜଙ୍କୁ ଦ୍ୱିତୀୟ ଛକା ମାରିଥିଲେ। ଏହାପରେ ହାରିଶ ରୌଫଙ୍କ ଗୋଟିଏ ଓଭର୍‌ରେ ରୋହିତ ୨ଟି ଛକା ମାରି କାହିଁକି ତାଙ୍କୁ ହିଟ ମ୍ୟାନ କୁହାଯାଏ, ତା’ର ପ୍ରମାଣ ଦେଇଥିଲେ।

ଏଥିସହ ୩୬ ବଲରେ ନିଜର ଅର୍ଦ୍ଧଶତକ ହାସଲ ବି କରିଥିଲେ। ଗୋଟିଏ ପଟେ ରୋହିତ ବଡ଼ ଶଟ ମାରୁଥିବା ବେଳେ ବିରାଟ କିନ୍ତୁ ୧୮ ବଲରେ ୧୬ ରନ କରି ହାସନ ଅଲୀଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ରୋହିତଙ୍କୁ ଏହି ସମୟରେ ସାଥ ଦେବାକୁ ଆସିଥିଲେ ଶ୍ରେୟସ ଆୟର। ଲାଗୁଥିଲା ସେ ଧିମା ଖେଳିବେ। ହେଲେ ସେ ମଧ୍ୟ ରୋହିତ ଶର୍ମାଙ୍କ ଭଳି ବଡ଼ବଡ଼ ଶଟ ମାରିବା ଆରମ୍ଭ କରିଥିଲେ। ରୋହିତ ଆରମ୍ଭରୁ ପେସ୍‌କୁ ଆଟାକ କରୁଥିବା ବେଳେ ମଧ୍ୟକ୍ରମରେ ଦୁଇ ସ୍ପିନର ମହମ୍ମନ ନୱାଜ ଓ ଶଦାବ ଖାନଙ୍କୁ ଆଟାକ କରିଥିଲେ।

ରୋହିତ ଶତକ ଆଡ଼କୁ ଯାଉଥିବା ବେଳେ ଆଫ୍ରିଦି ନିଜର ଦ୍ୱିତୀୟ ସ୍ପେଲରେ ତାଙ୍କୁ ଆଉଟ କରି ଦେଇଥିଲେ। କିନ୍ତୁ ସେତେବେଳକୁ ଭାରତ ହାତ ମୁଠାକୁ ମ୍ୟାଚ୍‌ ଚାଲି ଆସିଥିଲା।

ରୋହିତ ୬୩ ବଲରେ ୮୬ ରନର ଇନିଂସ ଖେଳିଛନ୍ତି। ଏଥିରେ ସେ ୬ଟି ଛକା ଓ ୬ଟି ଚୌକାର ମାରିଛନ୍ତି। ରୋହିତ ଆଉଟ ହେଲା ବେଳକୁ ଭାରତକୁ ଜିତିବା ପାଇଁ ୨୮.୨ ଓଭର୍‌ରେ ମାତ୍ର ୩୬ ରନର ଆବଶ୍ୟକ ଥିଲା। ଏହି ସମୟରେ ଆୟର ୩୬ ରନରେ ବ୍ୟାଟିଂ କରୁଥିଲେ। ତାଙ୍କୁ କେଏଲ ରାହୁଲ ସାଥ ଦେଇଥିଲେ। ଉଭୟ ବେଶ ସତର୍କତାର ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। 

ରାହୁଲ ୨ରୁ ୩ ଓଭର ବେଶ ରକ୍ଷଣଶୀଳ ଭାବେ ଖେଳିଥିଲେ। କିନ୍ତୁ ୩୦ତମ ଓଭର ବୋଲିଂ କରୁଥିବା ହାସନ ଅଲୀଙ୍କୁ ଚୌକା ମାରି ବିଜୟ ବ୍ୟବଧାନକୁ ୬କୁ ଖସାଇ ଆଣିଥିଲେ। ଅନ୍ୟପଟେ ଶ୍ରେୟସ ଆୟର ୪୮ ରନ କରି ଅପରାଜିତ ରହିଥିଲେ। ତେଣୁ ରାହୁଲ ଆଦୌ ବଡ଼ ଶଟ ଖେଳି ନଥିଲେ। ସେ ଚାହୁଁଥିଲେ ଯେ  ଆୟର ଅର୍ଦ୍ଧଶତକ ପୂରଣ କରନ୍ତୁ। 

ଆୟର ୩୧ ତମ ଓଭର ବୋଲିଂ କରୁଥିବା ନୱାଜଙ୍କ ପ୍ରଥମ ବଲରେ ୧ ରନ ନେଇ ରାହୁଲଙ୍କୁ ଷ୍ଟ୍ରାଇକ ଦେଇଥିଲେ। ରାହୁଲ ପରବର୍ତ୍ତୀ ବଲରେ ୧ ରନ ନେଇଥିଲେ। ଶ୍ରେୟସ ତୃତୀୟ ବଲରେ ଚୌକା ମାରିବା ସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ଭାରତକୁ ମୋଦି ଷ୍ଟାଡିୟମରେ ବିଜୟ ଭେଟି ଦେଇଥିଲେ। 

ଆୟର ଶେଷ ଯାଏ ୬୨ ବଲରେ ୫୩ ଓ ରାହୁଲ ୨୯ ବଲରେ ୧୯ ରନ କରି ଅପରାଜିତ ରହିଥିଲେ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story