Advertisment

ଅଣ୍ଡର୍-୧୯ ବିଶ୍ୱକପ୍: ଦମଦାର ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଗାଏନା: ୱେଷ୍ଟଇଣ୍ଡିଜରେ ଚାଲିଥିବା ଅଣ୍ଡର୍-୧୯ ବିଶ୍ୱକପରେ ଭାରତୀୟ ଯୁବ କ୍ରିକେଟ୍ ଟିମ୍ ଦମଦାର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪୫ ରନରେ ପରାସ୍ତ କରିଦେଇଛି। ଶନିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଗ୍ରୁପ୍-ବି’ର ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୬.୫ ଓଭରରେ ୨୩୨ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ବିକ୍କି ଓଟ୍ସୱାଲଙ୍କ ଘାତକ ବୋଲିଂ ବଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ୪୫.୪ ଓଭରରେ ୧୮୭ ରନରେ […]

ଅଣ୍ଡର୍-୧୯ ବିଶ୍ୱକପ୍: ଦମଦାର ବିଜୟରୁ ଭାରତର ଅଭିଯାନ ଆରମ୍ଭ

india-u19

Advertisment

ଗାଏନା: ୱେଷ୍ଟଇଣ୍ଡିଜରେ ଚାଲିଥିବା ଅଣ୍ଡର୍-୧୯ ବିଶ୍ୱକପରେ ଭାରତୀୟ ଯୁବ କ୍ରିକେଟ୍ ଟିମ୍ ଦମଦାର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪୫ ରନରେ ପରାସ୍ତ କରିଦେଇଛି। ଶନିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଗ୍ରୁପ୍-ବି’ର ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୬.୫ ଓଭରରେ ୨୩୨ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ବିକ୍କି ଓଟ୍ସୱାଲଙ୍କ ଘାତକ ବୋଲିଂ ବଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ୪୫.୪ ଓଭରରେ ୧୮୭ ରନରେ ଅଲଆଉଟ୍ କରିଦେଇଛି। ବିକ୍କି ୧୦ ଓଭରରେ ମାତ୍ର ୨୮ ରନ୍ ଦେଇ ୫ ୱିକେଟ୍ ହାସଲ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Advertisment

ପ୍ରୋଭିଡେନ୍ସ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। କ୍ୟାପଟେନ୍ ୟଶ ଧୂଲଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ। ସେ ୧୦୦ ବଲର ସାମ୍ନା କରି ୧୧ ଚୌକା ସହ ୮୨ ରନର ଇନିଂସ୍ ଖେଳିଥିଲେ। ସେହିପରି କୌଶଲ ତାମ୍ବେ ୩୫, ଶେକ୍ ରଶିଦ୍ ୩୧, ନିଶାନ୍ତ ସିନ୍ଧୁ ୨୭ ଓ ରାଜ ବାୱା ୧୩ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାଥ୍ୟୁ ବୋଷ୍ଟ ୩ଟି, ଆଫିୱେ ମିୟାଣ୍ଡା ଓ ଡିୱାଲ୍ଡ ବ୍ରେଭିସ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

https://twitter.com/BCCI/status/1482456099022585856?s=20

୨୩୩ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବ୍ରେଭିସ୍ ଓ ଭାଲେଣ୍ଟାଇନ୍ କିଟାଇମ୍ ଦ୍ୱିତୀୟ ୱିକେଟ୍ ପାଇଁ ୫୮ ରନର ଭାଗିଦାରୀ କରିଥିଲେ। କିଟାଇମ୍ ୨୫ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ବ୍ରେଭିସ୍ ଓ କ୍ୟାପଟେନ୍ ଜର୍ଜ ଭାନ୍ ହୀର୍ଡାନ ଚତୁର୍ଥ ୱିକେଟ୍ ପାଇଁ ୫୫ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ଦଳର ବ୍ୟାଟିଂ ଲାଇନ୍ ଭୁଶୁଡ଼ି ଯାଇଥିଲା।

Advertisment

ବ୍ରେଭିସ୍ ସର୍ବାଧିକ ୬୫ ରନ୍ କରିଥିବା ବେଳେ ହୀର୍ଡାନ୍ ୩୬, ଆଣ୍ଡିଲେ ସାଇମଲାଇନ୍ ୬ ଓ ଲିଆନ୍ ଅଲ୍ଡର୍ ଅପରାଜିତ ୧୭ ରନ୍ କରିଥିଲେ। ଭାରତ ପକ୍ଷରୁ ରାଜ ବାୱା ୪୭ ରନ୍ ଦେଇ ୪ଟି ଓ ରାଜବର୍ଦ୍ଧନ ହଙ୍ଗରଗେକର ଗୋଟିଏ ୱିକେଟ୍ ହାସଲ କରିଥିଲେ। ଆସନ୍ତା ୧୯ ତାରିଖରେ ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ଆୟର୍ଲ୍ୟାଣ୍ଡକୁ ଭେଟିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe