Advertisment

ପ୍ରଥମ ଟି-୨୦: ଶ୍ରୀଲଙ୍କାକୁ ୪୩ରେ ମାତ ଦେଲା ଭାରତ

ସୂର୍ଯ୍ୟ କୁମାର ଯାଦବ ସ୍ଥାୟୀ ଟି-୨୦ ଅଧିନାୟକ ହେବା ପରେ ପ୍ରଥମ ମ୍ୟାଚ୍‌ ଭାରତ ଖେଳୁଥିଲା। ଏହି ମ୍ୟାଚ୍‌ରେ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ବିଜୟୀ ହୋଇଛି। ସୂର୍ଯ୍ୟ କୁମାର ମଧ୍ୟ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି।

author-image
Hemant Lenka
axar

axar

ଗୌତମ ଗମ୍ଭୀରଙ୍କ କୋଚିଂରେ ପ୍ରଥମଥର ପାଇଁ ମ୍ୟାଚ୍‌ ଖେଳୁଥିବା ଭାରତୀୟ କ୍ରିକେଟ ଟିମ କମାଲ କରିଛି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦କୁ ଦଳ ୪୩ ରନରେ ଜିତି ନେଇଛି।

Advertisment

ସୂର୍ଯ୍ୟ କୁମାର ଯାଦବ ସ୍ଥାୟୀ ଟି-୨୦ ଅଧିନାୟକ ହେବା ପରେ ପ୍ରଥମ ମ୍ୟାଚ୍‌ ଭାରତ ଖେଳୁଥିଲା। ଏହି ମ୍ୟାଚ୍‌ରେ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ବିଜୟୀ ହୋଇଛି। ସୂର୍ଯ୍ୟ କୁମାର ମଧ୍ୟ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି। 

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ବିସ୍ଫୋରକ ୫୮ ଓ ଋଷଭ ପନ୍ତଙ୍କ ୪୯ ରନ ବଳରେ ୭ ୱିକେଟ ହରାଇ ୨୧୩ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୧୯.୨ ଓଭରରେ ସମସ୍ତ ୱିକେଟ ହରାଇ ୧୭୦ କରିବାକୁ ସକ୍ଷମ ହୋଇଛି।

Advertisment

୨୧୪ ରନର ବିଶାଳ ଟାର୍ଗେଟକୁ ପିଛା କରୁଥିବା ଶ୍ରୀଲଙ୍କା ବିସ୍ଫୋରକ ଆରମ୍ଭ କରିଥିଲା। ପଥୁମ ନିଶଙ୍କା ଓ କୁଶଲ ମେଣ୍ଡିସ ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ବସିଥିଲେ। ଉଭୟ ଦମଦାର ବ୍ୟାଟିଂ କରି ପ୍ରଥମ ୱିକେଟ ପାଇଁ ୯ ଓଭର ସୁଦ୍ଧା ୮୪ ରନ ଯୋଡ଼ିଥିଲେ। ତେବେ ଦଳୀୟ ସ୍କୋର ୮୪ ଥିବା ବେଳେ ୪୫ ରନ କରିଥିବା ମେଣ୍ଡିସ ପ୍ରଥମେ ଅର୍ଶଦୀପ ସିଂହଙ୍କ ବଲରେ ଆଉଟ ହୋଇଥିଲେ।

କୁଶଲ ପରେରାଙ୍କୁ ସାଥୀ କରି ନିଶଙ୍କା ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ସେ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। କିନ୍ତୁ ୪୮ ବଲରେ ୭୯ ରନ କରି ନିଶଙ୍କା ଆଉଟ ହେବା ପରେ ଶ୍ରୀଲଙ୍କା ବ୍ୟାଟିଂ ଲାଇନ ଅପ ଭୁଶୁଡ଼ି ପଡ଼ିଥିଲା। ଦଳ ୧୪୦ ରନରେ ଦୁଇଟି ୱିକେଟ ହରାଇଥିବା ବେଳେ ବାକି ୩୦ ରନରେ ଆଉ ୮ ବ୍ୟାଟରଙ୍କୁ ହରାଇଛି।

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୧୭ତମ ଓଭରରେ ସୂର୍ଯ୍ୟ କୁମାର ଯାଦବ ପାର୍ଟଟାଇମ ସ୍ପିନର ରିୟାନ ପରାଗଙ୍କୁ ବୋଲିଂ କରିବାକୁ ଦେଇଥିଲେ। ସେ ଉକ୍ତ ଉକ୍ତ ଓଭରରେ ଗୋଟିଏ ୱିକେଟ ନେବା ସହ ମାତ୍ର ୫ ରନ ଦେଇଥିଲେ। ତାଙ୍କ ଓଭରରେ ଦଶନୁ ଶଣକା ମଧ୍ୟ ଖାତା ଖୋଲିବା ପୂର୍ବରୁ ରନ ଆଉଟ ହୋଇଥିଲେ। ଶେଷ ଓଭରରେ ରିୟାନ ପ୍ରଥମ ଦୁଇଟି ବଲରେ ଦୁଇଟି ୱିକେଟ ନେଇ ଶ୍ରୀଲଙ୍କା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ରିୟାନ ୧.୨ ଓଭରରେ ୫ ରନ ଦେଇ ୩ଟି ୱିକେଟ ନେଇଛନ୍ତି।

ତାଙ୍କ ବ୍ୟତୀତ ଅକ୍ଷର ପଟେଲ ଓ ଅର୍ଶଦୀପ ସିଂହଙ୍କୁ ମଧ୍ୟ ୨ଟି ଲେଖାଏ ସଫଳତା ମିଳିଛି। ମହମ୍ମଦ ସିରାଜ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

Axar Patel India Vs Sri Lanka T20 Match T20 Cricket