Advertisment

୧୦୦୦ତମ ଦିନିକିଆରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

ଅହମଦାବାଦ: ଟିମ୍ ଇଣ୍ଡିଆ ତା’ର ୧୦୦୦ତମ ଅନ୍ତର୍ଜାତୀୟ ଦିନିକିଆରେ ଧମାକେଦାର ବିଜୟ ହାସଲ କରିଛି। ପ୍ରଥମେ ବୋଲରଙ୍କ କମାଲ୍ ପରେ ବ୍ୟାଟିଂରେ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ବିସ୍ଫୋରକ ଇନିଂସ ବଳରେ ଭାରତ ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି। ଭାରତ ପ୍ରଥମ ଦଳ ଭାବେ ୧୦୦୦ତମ ଅନ୍ତର୍ଜାତୀୟ ଦିନିକିଆ ଖେଳିବାର ଗୌରବ ଅର୍ଜନ କରିଛି। ଆଉ ଏହି ମ୍ୟାଚକୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୧୦୦୦ତମ ଦିନିକିଆରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

rohit-sharma

ଅହମଦାବାଦ: ଟିମ୍ ଇଣ୍ଡିଆ ତା’ର ୧୦୦୦ତମ ଅନ୍ତର୍ଜାତୀୟ ଦିନିକିଆରେ ଧମାକେଦାର ବିଜୟ ହାସଲ କରିଛି। ପ୍ରଥମେ ବୋଲରଙ୍କ କମାଲ୍ ପରେ ବ୍ୟାଟିଂରେ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ବିସ୍ଫୋରକ ଇନିଂସ ବଳରେ ଭାରତ ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି। ଭାରତ ପ୍ରଥମ ଦଳ ଭାବେ ୧୦୦୦ତମ ଅନ୍ତର୍ଜାତୀୟ ଦିନିକିଆ ଖେଳିବାର ଗୌରବ ଅର୍ଜନ କରିଛି। ଆଉ ଏହି ମ୍ୟାଚକୁ ଜିତି ଭାରତ ନୂଆ ଇତିହାସ ରଚିଛି।

Advertisment

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରି ଭ୍ରମଣକାରୀ ଟିମକୁ ୪୩.୫ ଓଭରରେ ୧୭୬ ରନରେ ଅଲଆଉଟ୍ କରିଦେଥିଲା। ଜବାବରେ ଭାରତ ମାତ୍ର ୨୮ ଓଭରରେ ୪ ୱିକେଟ୍ ହରାଇ ୧୭୮ ରନ୍ କରି ସହଜରେ ମ୍ୟାଚକୁ ଜିତି ନେଇଛି। ଭାରତ ପକ୍ଷରୁ କ୍ୟାପଟେନ୍ ରୋହିତ ସର୍ବାଧିକ ୬୦ (୫୧ ବଲ୍, ୧୦ ଚୌକା, ୧ ଛକା) ରନ୍ କରିଛନ୍ତି। ସୂର୍ଯ୍ୟକୁମର ଯାଦବ ୩୪ ଓ ଡେବ୍ୟୁଟାଣ୍ଟ ଦୀପକ ହୁଡା ୨୬ ରନ୍ କରି ଅପରାଜିତ ରହିଛନ୍ତି।

୧୭୭ ରନର ଲକ୍ଷ୍ୟର ପିଛା କରିବା ପାଇଁ ଭାରତକୁ ସେତେଟା କଷ୍ଟ କରିବାକୁ ପଡ଼ିନଥିଲା। କ୍ୟାପଟେନ୍ ରୋହିତ୍ ଓ ଈଶାନ୍ କିଶନ ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ। ରୋହିତ୍ ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ କରି ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଈଶାନଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୮୪ ରନ୍ ଯୋଡ଼ିଥିଲେ। ରୋହିତଙ୍କୁ ଭ୍ରମଣକାରୀ ଦଳର ଅଲଜାର ଜୋସେଫ୍ ଆଉଟ୍ କରିଥିଲେ। ତାଙ୍କ ସ୍ଥାନରେ ଆସିଥିବା ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି  (୮) ଆସୁ ଆସୁ ଲଗାତର ଦୁଇଟି ଚୌକା ମାରିଥିଲେ, କିନ୍ତୁ ଉକ୍ତ ଓଭରର ପଞ୍ଚମ ବଲରେ ତାଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଜୋସେଫ୍।

Advertisment

ଈଶାନ୍ (୨୮) ସୁଯୋଗର ଫାଇଦା ଉଠାଇ ପାରିନଥିବା ବେଳେ ଋଷଭ ପନ୍ତ (୧୧) ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ୧୧୬ ରନରେ ଭାରତର ୪ ୱିକେଟ୍ ନେଇ ୱେଷ୍ଟଇଣ୍ଡିଜ୍ ମ୍ୟାଚକୁ କମବ୍ୟାକ୍ କରିଥିଲା। କିନ୍ତୁ ସୂର୍ଯ୍ୟକୁମାର ଓ ପଦାର୍ପକ ହୁଡା ପଞ୍ଚମ ୱିକେଟ୍ ପାଇଁ ଅପରାଜିତ ୬୨ ରନ୍ ଯୋଡ଼ି ଭାରତକୁ ୨୨ ଓଭର ବାକି ଥାଇ ଜିତାଇଥିଲେ। ସୂର୍ଯ୍ୟକୁମାର ୩୬ ବଲରେ ଅପରାଜିତ ୩୪ (୫ ଚୌକା) ଓ ହୁଡା ୩୨ ବଲରେ ୨୬ (୨ ଚୌକା) ରନ୍ କରି ଅପରାଜିତ ଥିଲେ। ୱିଣ୍ଡିଜ୍ ପକ୍ଷରୁ ଜୋସେଫ୍ ୨ଟି ଓ ଅକିଲ୍ ହୋସେନ୍ ଗୋଟିଏ ୱିକେଟ୍ ନେଇଥିଲେ।

ପୂର୍ବରୁ ରୋହିତ୍ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୱେଷ୍ଟଇଣ୍ଡିଜ୍ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦୁଇ ଓପ୍ନର ଶାଇ ହୋପ୍ (୮) ଓ ବ୍ରାଣ୍ଡନ୍ କିଙ୍ଗ୍ (୧୩) ନିରାଶ କରିଥିଲେ। ଡାରେନ୍ ବ୍ରାଭୋ (୧୮) ଓ ଶାମରା ବ୍ରୁକ୍ସ (୧୨) ମଧ୍ୟ କିଛି ଖାସ୍ କରିପାରିନଥିଲେ। ଯୁବ ବ୍ୟାଟ୍ସମ୍ୟାନ୍ ନିକୋଲାସ୍ ପୁରନ୍ ୧୮ ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ। କ୍ୟାପଟେନ୍ କାଇରନ୍ ପୋଲାର୍ଡ କ୍ରିଜକୁ ଆସିବା ମାତ୍ରକେ ପ୍ୟାଭିଲିୟନ୍ ଫେରିଥିଲେ। ଚହଲଙ୍କ ଗୁଗଲୀଙ୍କୁ ବୁଝି ନପାରି ପୋଲାର୍ଡ କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ପରେ ଅକିଲ୍ ହୋସେନ୍ ମଧ୍ୟ ଖାତା ଖୋଲିପାରିନଥିଲେ।

ଏହିପରି ଏକ ସମୟରେ ଭ୍ରମଣକାରୀ ଦଳ ୭୯ ରନରେ ୭ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା ବେଳେ ଜେସନ୍ ହୋଲ୍ଡର ଓ ଫାବିଆନ୍ ଆଲେନ୍ ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୭୮ ରନର ଲଢ଼ୁଆ ଭାଗିଦାରୀ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

ଏହି ସେଟ୍ ଯୋଡ଼ିକୁ ୱାଶିଂଟନ୍ ସୁନ୍ଦର ଭାଙ୍ଗିଥିଲେ। ଆଲେନ୍ ବ୍ୟକ୍ତିଗତ ୨୯ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ପରେ ପରେ ଅର୍ଦ୍ଧଶତକ ମାରିଥିବା ହୋଲ୍ଡର ମଧ୍ୟ ପ୍ୟାଭିଲିୟନ୍ ଫେରିଥିଲେ। ହୋଲ୍ଡର ୭୧ ବଲର ସାମ୍ନା କରି ୪ ଛକା ସହ ୫୭ ରନ୍ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶିକାର ହୋଇଥିଲେ। ଶେଷ ୱିକେଟ୍ ଭାବେ ଅଲଜାରୀ ଜୋସେଫ୍ (୧୩)ଙ୍କୁ ଚହଲ୍ ପ୍ୟାଭିଲିୟନ୍ ପଠାଥିଲେ। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪ଟି ଓ ୱାଶିଂଟନ୍ ସୁନ୍ଦର ୩ଟି ୱିକେଟ୍ ହାସଲ କରିଥିଲେ।