Advertisment

ରୋହିତଙ୍କ ବିଜୟ ଅଭିଯାନ, ହାରିଲା ନ୍ୟୁଜିଲ୍ୟାଣ୍ଡ

ଜୟପୁର: ଘରୋଇ ସିରିଜରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ସୂର୍ଯ୍ୟକୁମାର ଯାଦବ ଓ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ପ୍ରଥମ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ୫ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମାର୍ଟିନ୍ ଗପ୍ଟିଲ୍ ଓ ମାର୍କ ଚାପମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନ୍ୟୁଜିଲ୍ୟାଣ୍ଡ ୬ ୱିକେଟ୍ ହରାଇ ୧୬୪ ରନ କରିଥିଲା। ଜବାବରେ ଭାରତ […]

ଅଦ୍ୟତନ ହୋଇଛି
ରୋହିତଙ୍କ ବିଜୟ ଅଭିଯାନ, ହାରିଲା ନ୍ୟୁଜିଲ୍ୟାଣ୍ଡ

surya

Advertisment

ଜୟପୁର: ଘରୋଇ ସିରିଜରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ସୂର୍ଯ୍ୟକୁମାର ଯାଦବ ଓ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ପ୍ରଥମ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ୫ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମାର୍ଟିନ୍ ଗପ୍ଟିଲ୍ ଓ ମାର୍କ ଚାପମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନ୍ୟୁଜିଲ୍ୟାଣ୍ଡ ୬ ୱିକେଟ୍ ହରାଇ ୧୬୪ ରନ କରିଥିଲା। ଜବାବରେ ଭାରତ ୧୯.୪ ଓଭରରେ ୫ ୱିକେଟ୍ ହରାଇ ୧୬୬ ରନ୍ କରି ବିଜୟୀ ହୋଇଛି। ଏହି ବିଜୟ ସହ ରାହୁଲ୍ ଦ୍ରାବିଡ୍ ଓ ରୋହିତ୍ ଶର୍ମା ଯଥାକ୍ରମେ କ୍ୟାପଟେନ୍ ଓ କୋଚ୍ ଭାବେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି।

Advertisment

୧୬୫ ରନର ଲକ୍ଷ୍ୟର ପିଛା କରୁଥିବା ଭାରତ ଦ୍ରୁତ ଆରମ୍ଭ କରିଥିଲା। ଦୁଇ ଓପ୍ନର ଲୋକେଶ ରାହୁଲ ଓ ରୋହିତ୍ ପ୍ରଥମ ୱିକେଟ୍ ପାଇଁ ୫ ଓଭରରେ ୫୦ ରନ୍ ଯୋଡ଼ିଥିଲେ। ରାହୁଲ୍ ୧୫ ରନ କରି ଆଉଟ୍ ହୋଇଥିଲେ। ରୋହିତ ଓ ସୂର୍ଯ୍ୟକୁମାର ଟିମର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। ରୋହିତ୍ ୪୮ (୩୬ ବଲ୍, ୫ ଚୌକା, ୨ ଛକା) ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ସୂର୍ଯ୍ୟକୁମାର ୩୪ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ ସୂର୍ଯ୍ୟଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଟ୍ରେଣ୍ଟ ବୋଲ୍ଟ। ସେ ୪୦ ବଲରେ ୬ ଚୌକା ଓ ୩ ଛକା ସହ ୬୨ ରନ୍ କରିଥିଲେ। ଶେଷରେ ଋଷଭ ପନ୍ତ (୧୭) ଅପରାଜିତ ରହି ଭାରତକୁ ଜିତାଇଥିଲେ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ବୋଲ୍ଟ ୨ଟି ୱିକେଟ୍ ନେଇଥିଲେ।

ପୂର୍ବରୁ ଭାରତ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓଭରର ତୃତୀୟ ବଲରେ ଭୁବନେଶ୍ୱର କୁମାର ନ୍ୟୁଜିଲ୍ୟାଣ୍ଡର ଇନଫର୍ମ ଓପ୍ନର ଡାରିଏଲ୍ ମିଚେଲ (୦)ଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଏହା ପରେ ଗପ୍ଟିଲଙ୍କ ସାଥ୍ ଦେବାକୁ ଆସିଥିଲେ ମାର୍କ ଚାପମ୍ୟାନ୍। ଦୁହେଁ ଦୃଢ଼ତାର ସହ ଭାରତୀୟ ବୋଲିଂ ଆଟାକକୁ ସାମ୍ନା କରିଥିଲେ।

Advertisment

ଗପ୍ଟିଲ ଓ ଚାପମ୍ୟାନ୍ ଦ୍ୱିତୀୟ ୱିକେଟ୍ ପାଇଁ ୧୦୯ ରନର ଶତକୀୟ ଭାଗିଦାରୀ କରି ନ୍ୟୁଜିଲ୍ୟାଣ୍ଡକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଚାପମ୍ୟାନ୍ ୪୫ ବଲରେ ଓ ଗପ୍ଟିଲ ୩୧ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ସେଟ୍ ଯୋଡ଼ିବାକୁ ଭାଙ୍ଗିଲେ ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍। ଚାପମ୍ୟାନ୍ ୬୩ (୫୦ ବଲ୍, ୬ ଚୌକା, ୨ ଛକା) ରନ କରି ଅଶ୍ୱିନଙ୍କ ବଲରେ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଗ୍ଲେନ୍ ଫିଲିପ୍ସ ମାତ୍ର ୩ ବଲର ସାମ୍ନା କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ମଧ୍ୟ ଅଶ୍ୱିନ୍ ପ୍ୟାଭିଲିୟନ୍ ପଠାଇଥିଲେ।

ଏହା ପରେ ଗପ୍ଟିଲ ଦ୍ରୁତ ରନ୍ କରି ଦଳକୁ ମଜଭୁତ୍ ସ୍କୋର ଆଡ଼କୁ ନେଇଥିଲେ। କିନ୍ତୁ ଅଷ୍ଟାଦଶ ଓଭରରେ ଦୀପକ ଚହର ତାଙ୍କୁ ଆଉଟ୍ କରି ଭାରତକୁ ନିର୍ଣ୍ଣାୟକ ବ୍ରେକଥ୍ରୁ ଦେଇଥିଲେ। ଗପ୍ଟିଲ ୪୨ ବଲର ସାମ୍ନା କରି ୭୨ ରନ୍ କରିଥିଲେ, ଯେଉଁଥିରେ ୩ ଚୌକା ଓ ୪ ଛକା ସାମିଲ୍ ଥିଲା। ତାଙ୍କ ଆଉଟ୍ ପରେ ଭ୍ରମଣକାରୀ ଦଳର ରନ୍ ଗତି ହ୍ରାସ ପାଇଥିଲା। ଯେଉଁ କାରଣରୁ କିୱି ଟିମ୍ ୧୬୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ଶେଷ ୧୬ ବଲରେ ମାତ୍ର ୧୧ ରନ୍ କରିଥିଲା। ଟିମ୍ ସିଫର୍ଟ ୧୨ ଓ ରଚିନ୍ ରବୀନ୍ଦ୍ର ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ମିଚେଲ୍ ସାଣ୍ଟନର୍ ୪ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ ଅଶ୍ୱିନ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe