Advertisment

ରାହୁଲ୍-ରୋହିତଙ୍କ ଦମ୍‌ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ରାଞ୍ଚି: ଜବରଦସ୍ତ ବୋଲିଂ ପରେ ଦମଦାର ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଟି-୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ଭାରତ ୫ ୱିକେଟରେ ବିଜୟୀ ହୋଇଥିଲା। ଜେଏସସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ କମ୍ପ୍ଲେକ୍ସରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚର ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା।ଜବାବରେ […]

ଅଦ୍ୟତନ ହୋଇଛି
ରାହୁଲ୍-ରୋହିତଙ୍କ ଦମ୍‌ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

rohit

Advertisment

ରାଞ୍ଚି: ଜବରଦସ୍ତ ବୋଲିଂ ପରେ ଦମଦାର ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଟି-୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ଭାରତ ୫ ୱିକେଟରେ ବିଜୟୀ ହୋଇଥିଲା। ଜେଏସସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ କମ୍ପ୍ଲେକ୍ସରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚର ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା।ଜବାବରେ ଭାରତ ୧୭.୨ ଓଭରରେ ୩ ୱିକେଟ୍ ହରାଇ ୧୫୫ ରନ୍ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଛି।

Advertisment

ଏହି ସହଜ ଲକ୍ଷ୍ୟର ପିଛା କରୁଥିବା ଭାରତକୁ ମଜଭୁତ୍ ଆରମ୍ଭ ଦେଇଥିଲେ ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଲୋକେଶ ରାହୁଲ। ଦୁହେଁ ଆରମ୍ଭରୁ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। କିନ୍ତୁ ସେଟ୍ ହେବା ଦୁଇ ଓପ୍ନର ବଡ଼ ଶଟ୍ ଖେଳିବା ଆରମ୍ଭ କରିଦେଇଥିଲେ। ଦୁହେଁ ୪୦ ବଲରେ ୫୦ ଓ ୭୦ ବଲରେ ଭାରତର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। ଭାରତର ସ୍କୋର ୧୧୭ ଥିବା ବେଳେ ରାହୁଲ୍ ପ୍ୟାଭିଲିୟନ୍ ଫେରିଥିଲେ। ସେ ୪୯ ବଲରେ ୬ ଚୌକା ଓ ୨ ଛକା ସହ ୬୫ ରନ୍ କରି ସାଉଦୀଙ୍କ ଶିକାର ହୋଇଥିଲେ।

ରୋହିତ୍ ୩୬ ବଲରେ ୧ ଚୌକା ଓ ୫ ଛକା ସହ ୫୫ ରନ୍ ଏବଂ ସୂର୍ଯ୍ୟ କୁମାର ଯାଦବ ୧ କରି ଆଉଟ୍ ହୋଇଥିଲେ। ଭେଙ୍କଟେଶ ଆୟର ୧୨ ଓ ଋଷଭ ପନ୍ତ ୧୨ ରନ୍ କରି ଅପରାଜିତ ଥିଲେ। ନ୍ୟୁଜିଲ୍ୟାଣ୍ଡ କ୍ୟାପଟେନ୍ ଟିମ ସାଉଦୀ ୩ଟି ଯାକ ୱିକେଟ ନେଇଥିଲେ।

Advertisment

ପୂର୍ବରୁ ଆମନ୍ତ୍ରଣ ପାଇ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ଦ୍ରୁତ ଆରମ୍ଭ କରିଥିଲା। ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ ଡାରିଏଲ୍ ମିଚେଲ୍ ପ୍ରଥମ ୱିକେଟ ପାଇଁ ୪୮ ରନ୍ ଯୋଡ଼ିଥିଲେ। ଗପ୍ଟିଲ୍ ୧୫ ବଲରେ ୩ ଚୌକା ଓ ୨ ଛକା ସହ ୩୧ ରନ୍ କରି ଦୀପକ ଚହରଙ୍କ ଶିକାର ହୋଇଥିଲେ।

ଗପ୍ଟିଲଙ୍କ ଆଉଟ୍ ପରେ ଦଳର ରନ୍ ହାର ହ୍ରାସ ପାଇଥିଲା। ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ମାର୍କ ଚାପମ୍ୟାନ୍ ମାତ୍ର ୨୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ସେଟ୍ ବ୍ୟାଟ୍ସମ୍ୟାନ୍ ମିଚେଲଙ୍କୁ ଆଉଟ୍ କରି ଡେବ୍ୟୁଟାଣ୍ଟ ହର୍ଷଲ ପଟେଲ ନିଜର ପ୍ରଥମ ଶିକାର ହାସଲ କରିଥିଲେ। ମିଚେଲୋ ୨୮ ବଲରେ ୩ ଚୌକା ସହ ୩୧ ରନ୍ କରିଥିଲେ। ମିଡଲ୍ ଅର୍ଡରରେ ଗ୍ଲେନ୍ ଫିଲିପ୍ସଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ସ୍କୋର କରିପାରି ନଥିଲେ।

ଫିଲିପ୍ସ ୩୪ (୨୧ ବଲ, ୧ ଚୌକା, ୩ ଛକା) ରନର ଇନିଂସ୍ ଖେଳି ହର୍ଷଲ ପଟେଲଙ୍କ ଶିକାର ହୋଇଥିଲେ। ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଟିମ୍ ସିଫର୍ଟ ୧୩ ରନ୍ କରି ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଅଲରାଉଣ୍ଡର ଜେମ୍ସ ନିରାଶ ୧୨ ବଲ୍ ଖେଳି ମାତ୍ର ୩ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଲଗାତର ୱିକେଟ୍ ପତନ କାରଣରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ୧୫୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଟିମ୍ ଶେଷ ୨୯ ବଲରେ ୨୮ ରନ୍ କରିଥିଲା। ମିଚେଲ୍ ସାଣ୍ଟର ୮ ଓ ଆଡାମ ମିଲନେ ୫ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ହର୍ଷଲ ପଟେଲ ୨ଟି ୱିକେଟ୍ ନେଇଥିଲେ। ଅଶ୍ୱିନ୍, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର ଓ ଦୀପକ ଚହର୍ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe