Advertisment

ଭାରତର ବଡ଼ ବିଜୟ, ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍ ହାତେଇଲା

ମୁମ୍ବାଇ: ପ୍ରଥମ ଟେଷ୍ଟକୁ ଡ୍ର’ ରଖିବାରେ ସମର୍ଥ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟେଷ୍ଟରେ ବହୁ ରନ୍ ବ୍ୟବଧାନରେ ଭାରତ ଠାରୁ ହାରିଯାଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ ଆଜି ଚତୁର୍ଥ ଦିନରେ ମାତ୍ର ୪୫ ମିନିଟ୍‌ରେ ଶେଷ ହୋଇଯାଇଥିବା ବେଳେ ଏଥିରେ ଘରୋଇ ଦଳ ନ୍ୟୁଜିଲ୍ୟାଣ୍ଡକୁ ୩୭୨ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଦୁଇଟି ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ୧-୦ରେ ଜିତି ଯାଇଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ମ୍ୟାଚ୍‌ର ପ୍ରଥମ […]

ଅଦ୍ୟତନ ହୋଇଛି
ଭାରତର ବଡ଼ ବିଜୟ, ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍ ହାତେଇଲା

Team India

Advertisment

ମୁମ୍ବାଇ: ପ୍ରଥମ ଟେଷ୍ଟକୁ ଡ୍ର’ ରଖିବାରେ ସମର୍ଥ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟେଷ୍ଟରେ ବହୁ ରନ୍ ବ୍ୟବଧାନରେ ଭାରତ ଠାରୁ ହାରିଯାଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ ଆଜି ଚତୁର୍ଥ ଦିନରେ ମାତ୍ର ୪୫ ମିନିଟ୍‌ରେ ଶେଷ ହୋଇଯାଇଥିବା ବେଳେ ଏଥିରେ ଘରୋଇ ଦଳ ନ୍ୟୁଜିଲ୍ୟାଣ୍ଡକୁ ୩୭୨ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଦୁଇଟି ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ୧-୦ରେ ଜିତି ଯାଇଛି ଟିମ୍ ଇଣ୍ଡିଆ।

Advertisment

ଦ୍ୱିତୀୟ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୧୫୦ ଓ ଦ୍ୱିତୀୟ ଇନିଂସରେ ୬୨ ରନ୍ କରିଥିବା ମୟଙ୍କ ଅଗ୍ରୱାଲଙ୍କୁ ‘ମ୍ୟାନ୍‌ ଅଫ୍ ଦି ମ୍ୟାଚ୍’ ପ୍ରଦାନ କରାଯାଇଛି। ସେହିଭଳି ଦୁଇଟି ଯାକ ମ୍ୟାଚ୍‌ରେ ମୋଟ ୧୪ଟି ୱିକେଟ୍ ନେବା ସହ ୭୦ ରନ୍ କରିଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ‘ମ୍ୟାନ୍ ଅଫ୍ ଦି ସିରିଜ୍’ ପୁରସ୍କାର ପ୍ରଦାନ କରାଯାଇଛି।

୫୪୦ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଗତକାଲି ତୃତୀୟ ଦିବସରେ ଷ୍ଟମ୍ପ ଅପସାରଣ ସୁଦ୍ଧା ୫ ୱିକେଟ୍ ହରାଇ ୧୪୦ ରନ୍ କରିଥିଲା। ହେନରୀ ନିକୋଲ୍ସ ୩୬ ଓ ରାଚିନ୍ ରବୀନ୍ଦ୍ର ୨ ରନ୍ କରି ଅପରାଜିତ ରହିଥିଲେ। ଆଜି ଏହି ଦୁଇ ଜଣ ପୁଣି ଦଳୀୟ ସ୍କୋରକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। ରାଚିନ ଆଜି ୧୮ ରନ୍‌ କରିଥିବା ବେଳେ ଜୟନ୍ତ ଯାଦବଙ୍କ ଶିକାର ହୋଇଥିଲେ। ଜୟନ୍ତଙ୍କ ବଲ୍‌ରେ ସେ ଚେତେଶ୍ୱର ପୂଜାରାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

Advertisment

ରାଚିନଙ୍କ ପରେ କାୟେଲେ ଜାମିସନ୍‌ଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ଦେଇଥିଲେ ଜୟନ୍ତ ଯାଦବ। ଜାମିସନ୍ ଖାତା ଖୋଲି ପାରି ନଥିଲେ। ଜାମିସନ୍‌ଙ୍କୁ ଆଉଟ୍ କରିବା ପରେ ସେହି ଓଭରରେ ଟିମ୍ ସାଉଦିଙ୍କୁ ଆଉଟ୍ କରିଥିଲେ ଜୟନ୍ତ। ଟିମ୍ ସାଉଦି ମଧ୍ୟ ଖାତା ଖୋଲି ପାରି ନଥିଲେ। ଏହା ପରେ ଜୟନ୍ତଙ୍କ ଶିକାର ହୋଇଥିଲେ ୱିଲିୟମ ସୋମେରଭିଲ୍ଲେ। ସେ ୧ ରନ୍ କରିଥିବା ବେଳେ ଜୟନ୍ତଙ୍କ ବଲ୍‌ରେ ମୟଙ୍କ ଅଗ୍ରୱାଲଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଆଉ ଶେଷରେ ଗତକାଲି ଠାରୁ କ୍ରିଜ୍‌ରେ ରହି ୪୪ ରନ୍ କରିଥିବା ହେନରୀ ନିକୋଲ୍ସଙ୍କୁ ଆଉଟ୍ କରି ମ୍ୟାଚ୍ ଶେଷ କରିଥିଲେ ରବିଚନ୍ଦ୍ରନ ଅଶ୍ୱିନ୍‌। ଅଶ୍ୱିନ୍‌ଙ୍କ ବଲ୍‌ରେ ୱିକେଟ୍ କିପର ଋଦ୍ଧିମାନ ସାହାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ନିକୋଲ୍ସ।

ଗତକାଲି ଭାରତ ପାଳି ଘୋଷଣା କରିବା ପରେ ୫୪୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡକୁ ଅରମ୍ଭରୁ ଝଟକା ଲାଗିଥିଲା। କାମଚଳା କ୍ୟାପଟେନ୍ ତଥା ଓପ୍ନର ଟମ୍ ଲାଥମ୍ ୬ ରନ୍ କରିଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଅନ୍ୟତମ ଓପ୍ନର ୱିଲ୍ ୟଙ୍ଗ୍ (୨୦)ଙ୍କୁ ମଧ୍ୟ ଅଶ୍ୱିନ୍ ନିଜର ଶିକାର ବନାଇଥିଲେ। ଅଭିଜ୍ଞ ରସ୍ ଟେଲର୍ (୬) ଦ୍ରୁତ ରନ୍ କରିବା ପ୍ରୟାସରେ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ବି ଅଶ୍ୱିନ୍ ଆଉଟ୍ କରିଥିଲେ। ୫୫ ରନ୍ ଭିତରେ ୩ ୱିକେଟ୍ ହରାଇ ନ୍ୟୁଜିଲ୍ୟାଣ୍ଡ ସଂକଟରେ ପଡ଼ିଥିବା ବେଳେ ଡାରିଏଲ୍ ମିଚେଲ୍ ଓ ନିକୋଲ୍ସ ସ୍ଥିତି ସମ୍ଭାଳିଥିଲେ।

ମିଚେଲ୍ ଓ ନିକୋଲ୍ସ ଚତୁର୍ଥ ୱିକେଟ୍ ପାଇଁ ୭୩ ରନର ଭାଗିଦାରୀ କରିଥିଲେ। ତେବେ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଅକ୍ଷର ପଟେଲ୍। ଅର୍ଦ୍ଧଶତକ ମାରିଥିବା ମିଚେଲ୍ ବଡ଼ ଶଟ୍ ମାରିବାକୁ ଯାଇ ଜୟନ୍ତ ଯାଦବଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ସେ ୯୨ ବଲର ସାମ୍ନା କରି ୭ ଚୌକା ଓ ୨ ଛକା ସହ ୬୦ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଟମ୍ ବ୍ଲଣ୍ଡଲ ଖାତା ଖୋଲିବା ପୂର୍ବରୁ ରନଆଉଟ୍ ହୋଇଥିଲେ।

ଭାରତ ପକ୍ଷରୁ ଏହି ଇନିଂସ୍‌ରେ ରବିଚନ୍ଦ୍ରନ ଅଶ୍ୱିନ୍ ଓ ଜୟନ୍ତ ଯାଦବ ୪ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲଙ୍କୁ ଗୋଟିଏ ୱିକେଟ୍ ମିଳିଛି।

ସୂଚନାଯୋଗ୍ୟ, ଭାରତୀୟ ଦଳ ପ୍ରଥମ ଇନିଂସ୍‌ରେ ସମସ୍ତ ୱିକେଟ୍ ହରାଇ ୩୨୫ ରନ୍ କରିଥିଲା। ଦ୍ୱିତୀୟ ଇନିଂସ୍‌ରେ ଦଳ ୭ ୱିକେଟ୍ ହରାଇ ୨୭୬ ରନ୍ କରିବା ପରେ ପାଳି ଘୋଷଣା କରିଥିଲା। ସେହିପରି ନ୍ୟୁଜିଲ୍ୟାଣ୍ଡ ଦଳ ପ୍ରଥମ ଇନିଂସ୍‌ରେ ମାତ୍ର ୬୨ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଆଉ ୫୪୦ ରନ୍‌ର ବିଜୟ ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ୍‌ରେ ଆଜି ୧୬୭ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe