Advertisment

ଟିମ୍ ଇଣ୍ଡିଆ ଧମାକା, ମାତ୍ର ୩୯ ବଲରେ ଜିତିଲା ମ୍ୟାଚ୍

ଦୁବାଇ: ଆଫଗାନିସ୍ତାନ ପରେ ସ୍କଟଲ୍ୟାଣ୍ଡକୁ ମଧ୍ୟ ଏକତରଫା ଭାବେ ଧୂଳି ଚଟାଇଛି ଟିମ୍ ଇଣ୍ଡିଆ। ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ତା’ର ଚତୁର୍ଥ ମୁକାବିଲାରେ ସ୍କଟଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଗ୍ରୁପ୍-୨ର ପଏଣ୍ଟ ଟେବୁଲରେ ଆଫଗାନିସ୍ତାନକୁ ହଟାଇ ତୃତୀୟ ସ୍ଥାନ ହାସଲ କରିଛି। ଏପରିକି ଭାରତର ନେଟ୍ ରନ୍ ରେଟ୍ ମଧ୍ୟ ଆହୁରି ମଜଭୁତ୍ ହୋଇଛି। ଭାରତ ଏବେ ୧.୬୧୯ ରନ୍ ରେଟ୍ ସହ ୪ ପଏଣ୍ଟ ହାସଲ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଟିମ୍ ଇଣ୍ଡିଆ ଧମାକା, ମାତ୍ର ୩୯ ବଲରେ ଜିତିଲା ମ୍ୟାଚ୍

kl-rahul

ଦୁବାଇ: ଆଫଗାନିସ୍ତାନ ପରେ ସ୍କଟଲ୍ୟାଣ୍ଡକୁ ମଧ୍ୟ ଏକତରଫା ଭାବେ ଧୂଳି ଚଟାଇଛି ଟିମ୍ ଇଣ୍ଡିଆ। ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ତା'ର ଚତୁର୍ଥ ମୁକାବିଲାରେ ସ୍କଟଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଗ୍ରୁପ୍-୨ର ପଏଣ୍ଟ ଟେବୁଲରେ ଆଫଗାନିସ୍ତାନକୁ ହଟାଇ ତୃତୀୟ ସ୍ଥାନ ହାସଲ କରିଛି। ଏପରିକି ଭାରତର ନେଟ୍ ରନ୍ ରେଟ୍ ମଧ୍ୟ ଆହୁରି ମଜଭୁତ୍ ହୋଇଛି। ଭାରତ ଏବେ ୧.୬୧୯ ରନ୍ ରେଟ୍ ସହ ୪ ପଏଣ୍ଟ ହାସଲ କରିନେଇଛି। ଭାରତକୁ ଏବେ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ।

Advertisment

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୩୭ତମ ମ୍ୟାଚରେ ଭାରତର ଘାତକ ବୋଲିଂକୁ ସାମ୍ନା କରିନପାରି ସ୍କଟଲ୍ୟାଣ୍ଡ ୧୭.୪ ଓଭରରେ ୮୫ ରନ୍ କରି ଅଲଆଉଟ୍ ହୋଇଥିଲା। ଏହାର ଜବାବରେ ଭାରତ ମାତ୍ର ୬.୩ ଓଭରରେ ୨ ୱିକେଟ୍‌ ହରାଇ ୮୯ ରନ୍ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଛି।

ପଏଣ୍ଟ ଟେବୁଲରେ ଆଫଗାନିସ୍ତାନକୁ ପଛରେ ପକାଇବା ପାଇଁ ଭାରତକୁ ଏହି ଲକ୍ଷ୍ୟ ୪୩ ବଲ୍ ଭିତରେ ହାସଲ କରିବାକୁ ଥିଲା। ଆଉ ଏହି କାମକୁ ସହଜ କରିଥିଲେ ଟିମର ଦୁଇ ଓପ୍ନର ଲୋକେଶ ରାହୁଲ ଓ ରୋହିତ୍ ଶର୍ମା। ଦୁହେଁ ୨୩ ବଲରେ ୫୦ ରନ୍ ପୂରଣ କରିଥିଲେ। ରୋହିତ୍ ଓ ରାହୁଲ୍ ପ୍ରଥମ ୱିକେଟ୍‌ ପାଇଁ ୩୦ ବଲରେ ୭୦ ରନ୍ ଯୋଡ଼ିଥିଲେ। ରୋହିତ୍ ୧୬ ବଲରେ ୫ ଚୌକା ଓ ୧ ଛକା ସହ ୩୦ ରନ୍ କରି ଆଉଟ୍ ହୋଇଥିଲେ। ରାହୁଲ୍ ମାତ୍ର ୧୮ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ସେ ଆଉଟ୍ ହୋଇଯାଇଥିଲେ। ଦୁହେଁ ଆଉଟ୍ ହେବା ପୂର୍ବରୁ ଭାରତ ପାଇଁ ମ୍ୟାଚ୍ ଶେଷ କରି ଦେଇଥିଲେ। ରାହୁଲ୍ ୧୯ ବଲରେ ୬ ଚୌକା ଓ ୩ ଛକା ସହ ୫୦ ରନ୍ କରିଥିଲେ। ସୂର୍ଯ୍ୟକୁମାର ଛକା ମାରି ଭାରତକୁ ବିଜୟୀ କରାଇଥିଲେ। କ୍ୟାପଟେନ୍ ବିରାଟ୍ କୋହଲି ୨ ରନ୍ କରି ଅପରାଜିତ ଥିଲେ। ଜବରଦସ୍ତ ବୋଲିଂ କରିଥିବା ରବୀନ୍ଦ୍ର ଜାଡେଜା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Advertisment

ଏହା ପୂର୍ବରୁ  ଟିମ୍ ଇଣ୍ଡିଆ କ୍ୟାପଟେନ୍ ତଥା ବର୍ଥ ଡେ' ବୟ ବିରାଟ୍‌ କୋହଲି ପ୍ରଥମ ଥର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ସ୍କଟଲ୍ୟାଣ୍ଡର କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କୁ ଉଚିତ୍ ସାମ୍ନା କରିପାରିନଥିଲେ। ଓପ୍ନର ଜର୍ଜ ମୁନସେ (୨୪)ଓ ମିଡଲ୍ ଅର୍ଡରରେ ମାଇକେଲ୍ ଲିସ୍କ (୨୧)ଙ୍କୁ ଛାଡ଼ି ଦେଲେ ବାକି ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ।

ଭାରତକୁ ପ୍ରଥମ ସଫଳତା ଦେଇଥିଲେ ଯଶପ୍ରୀତ ବୁମ୍ରା। ବୁମ୍ରା ଇନିଂସର ତୃତୀୟ ଓଭରରେ ସ୍କଟଲ୍ୟାଣ୍ଡ କ୍ୟାପଟେନ୍ କୋଏଜର(୧)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ଏହା ପରେ ମୁନସେଙ୍କୁ ମହମ୍ମଦ ଶାମି ପ୍ୟାଭିଲିୟନ୍ ପଠାଇଥିଲେ। ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜା ନିଜର ପ୍ରଥମ ଓଭରରେ ଯଥାକ୍ରମେ ରିଚି ବେରିଙ୍ଗଟନ୍ (୦) ମାଥ୍ୟୁ କ୍ରସ୍ (୨)ଙ୍କୁ ଆଉଟ୍ କରି ସ୍କଟଲ୍ୟାଣ୍ଡର ଚତୁର୍ଥ ୱିକେଟ୍‌ ପତନ କରାଇଥିଲେ।

କାଲମ୍ ମ୍ୟାକଲିଅଡ୍ ଓ ମାଇକେଲ୍ ଲିସ୍କ ପାର୍ଟନରଶିପ୍ ଗଢ଼ିବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ବି ଭାଙ୍ଗିଥିଲେ ଜାଡେଜା। ଲିସ୍କ ୨୧ ରନ୍ କରି ଜାଡେଜାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ପୂର୍ବ ମ୍ୟାଚରେ କମାଲ୍ କରିଥିବା ରବିଚନ୍ଦ୍ରନ୍ ଅଶ୍ୱିନ ଏକମାତ୍ର ସଫଳତା ଭାବେ କ୍ରିସ୍ ଗ୍ରେଭ୍ସ (୧)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ମ୍ୟାକଲିଅଡ୍ (୧୬)ଙ୍କୁ ଶାମି ଆଉଟ୍ କରିଥିଲେ। ଏହା ପରେ ସ୍କଟଲ୍ୟାଣ୍ଡ ୪ ରନ୍ ଭିତରେ ୪ ୱିକେଟ୍ ହରାଇ ୮୫ ରନରେ ଅଲଆଉଟ୍ ହୋଇଯାଇଥିଲା। ମାର୍କ ୱାଟ୍ଟ ୧୪ ରନ୍ ବୁମ୍ରାଙ୍କ ଶିକାର ହୋଇଥିଲେ। ଭାରତ ପକ୍ଷରୁ ଜାଡେଜା ଓ ଶାମି ୩ଟି ଲେଖାଏ ଏବଂ ବୁମ୍ରା ୨ଟି ଓ ଅଶ୍ୱିନ୍ ଗୋଟିଏ ୱିକେଟ୍‌ ନେଇଥିଲେ।

ICCT20 World Cup 2021