Advertisment

ସେଞ୍ଚୁରିଅନ୍ ବିଜୟ ସହ ବର୍ଷ ଶେଷ କଲା ଟିମ୍ ଇଣ୍ଡିଆ

ସେଞ୍ଚୁରିଅନ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ଜିତି ନେଇଛି ଟିମ୍ ଇଣ୍ଡିଆ। ସୁପର୍ ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ଉକ୍ତ ଟେଷ୍ଟରେ ଭାରତ ୧୧୩ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି। ୩୦୫ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୧୯୧ ରନ୍ କରି ଅଲଆଉଟ ହୋଇଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ତେମ୍ବା ବାଭୁମା ୩୫ ରନ୍ କରି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସେଞ୍ଚୁରିଅନ୍ ବିଜୟ ସହ ବର୍ଷ ଶେଷ କଲା ଟିମ୍ ଇଣ୍ଡିଆ

india

ସେଞ୍ଚୁରିଅନ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ଜିତି ନେଇଛି ଟିମ୍ ଇଣ୍ଡିଆ। ସୁପର୍ ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ଉକ୍ତ ଟେଷ୍ଟରେ ଭାରତ ୧୧୩ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି। ୩୦୫ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୧୯୧ ରନ୍ କରି ଅଲଆଉଟ ହୋଇଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ତେମ୍ବା ବାଭୁମା ୩୫ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଛନ୍ତି। ମ୍ୟାଚରେ ଶତକୀୟ ଇନିଂସ୍ ଖେଳିଥିବା ଲୋକେଶ ରାହୁଲ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Advertisment

Virat Kohli and R Ashwin celebrate after the latter got Kagiso Rabada, South Africa vs India, 1st Test, Centurion, 5th day, December 30, 2021

ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୪ ୱିକେଟ୍ ହରାଇ ୯୪ ରନ୍ କରିଥିଲା। ଭାରତକୁ ବିଜୟ ପାଇଁ ୬ ୱିକେଟ୍ ଦରକାର ହେଉଥିଲା। ଦିବସର ଆରମ୍ଭରୁ କ୍ୟାପଟେନ୍ ଡିନ୍ ଏଲଗାର ଓ ତେମ୍ବା ବାଭୁମା ଧୈର୍ଯ୍ୟର ସହ ଖେଳିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୩୬ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଯଶପ୍ରୀତ ବୁମ୍ରା। ଜବରଦସ୍ତ ବ୍ୟାଟିଂ କରୁଥିବା ଏଲଗାରଙ୍କୁ ବୁମ୍ରା ଏଲବିଡବ୍ଲ୍ୟୁ କରିଥିଲେ। ଏଲଗାର ୧୫୬ ବଲର ସାମ୍ନା କରି ୧୨ ଚୌକା ସହ ୭୭ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ୱିଣ୍ଟନ ଡି’କକ୍ ଦ୍ରୁତ ରନ୍ କରିଥିଲେ। ତେବେ ଡି’କକ ବ୍ୟକ୍ତିଗତ ୨୧ ରନ୍ କରିଥିବା ବେଳେ ତାଙ୍କୁ ସିରାଜ କ୍ଲିନ୍ ବୋଲ୍ଡ କରିଥିଲେ।

ଡି’କକଙ୍କ ୱିକେଟ୍ ପରେ ଭାରତର ବିଜୟ ଔପଚାରିକ ହୋଇଯାଇଥିଲା। ଗୋଟିଏ ପଟେ ବାଭୁମା କ୍ରିଜରେ ତିଷ୍ଠି ରହିଥିବା ବେଳେ ଅନ୍ୟପଟେ ୱିକେଟ୍ ପତନ ଜାରି ରହିଥିଲା। ଏହିପରି ଭାବେ ଦକ୍ଷିଣ ଆଫ୍ରିକା ଇନିଂସ୍ ୧୯୧ ରନରେ ସୀମିତ ରହିଯାଇଥିଲା। ମାର୍କୋ ଜାନସେନ୍ (୧୩) ଓ ୱିଆନ୍ ମୁଲ୍ଡର (୧)ଙ୍କୁ ଶାମି ନିଜର ଶିକାର ବନାଇଥିଲେ। ତେବେ ଦକ୍ଷିଣ ଆଫ୍ରିକାର ଶେଷ ଦୁଇଟି ୱିକେଟ୍ ଅଶ୍ୱିନ୍ ନେଇଥିଲେ। ଅଶ୍ୱିନ୍ କ୍ରମାଗତ ଦୁଇଟି ବଲରେ ୱିକେଟ୍ ନେଇ ପରବର୍ତ୍ତୀ ମ୍ୟାଚରେ ହ୍ୟାଟ୍ରିକ୍ ସୁଯୋଗ ସୃଷ୍ଟି କରିଛନ୍ତି। କାଗିସୋ ରବାଡା ଓ ଲୁଙ୍ଗି ଏନଗିଡି ଖାତା ଖୋଲି ପାରିନଥିଲେ।

Advertisment

https://twitter.com/BCCI/status/1476513846726561796?s=20

ସୂଚନାଯୋଗ୍ୟ, ଉକ୍ତ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ଲୋକେଶ ରାହୁଲ (୧୨୩)ଙ୍କ ଶତକ ଓ ମୟଙ୍କ ଅଗ୍ରୱାଲ (୬୦)ଙ୍କ ଅର୍ଦ୍ଧଶତକ ବଳରେ ୩୨୭ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୯୭ ରନ୍ କରିଥିଲା। ୧୩୦ ରନର ବଡ଼ ଅଗ୍ରଣୀ କରିଥିବା ଭାରତ ଦ୍ୱିତୀୟ ଇନିଂସରେ ୧୭୪ ରନରେ ଅଲଆଉଟ୍ ହୋଇ ଘରୋଇ ଦଳ ଆଗରେ ୩୦୫ ରନର କଷ୍ଟସାଧ୍ୟ ଲକ୍ଷ୍ୟ ଧାର୍ଯ୍ୟ ରଖିଥିଲା।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ଇନିଂସ୍ ୩୨୭ (ରାହୁଲ୍ ୧୨୩, ମୟଙ୍କ ୬୦, ଅଜିଙ୍କ୍ୟ ରାହାଣେ ୪୮, ବିରାଟ୍ କୋହଲି ୩୫, ଲୁଙ୍ଗି ଏନଗିଡି ୭୧/୬); ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍ ୧୯୭ (ତେମ୍ବା ବାଭୁମା ୫୨, ମହମ୍ମଦ ଶାମି ୪୪/୫), ଭାରତ ଦ୍ୱିତୀୟ ଇନିଂସ୍ ୧୭୪ (ଋଷଭ ପନ୍ତ ୩୪, କାଗିସୋ ରବାଡା ୪୨/୪, ମାର୍କୋ ଜାନସେନ୍ ୫୫/୪), ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ୍ ୧୯୧ (ଡିନ୍ ଏଲଗାର ୭୭, ତେମ୍ବା ବାଭୁମା ୩୪, ଯଶପ୍ରୀତ ବୁମ୍ରା ୫୦/୩, ମହମ୍ମଦ ଶାମି ୬୩/୩)।