Advertisment

ଟିମ୍ ଇଣ୍ଡିଆର ବୃହତ ବିଜୟ, ଆତ୍ମସପର୍ମଣ କଲା ଶ୍ରୀଲଙ୍କା

ଲକ୍ଷ୍ନୌ: ଆତ୍ମସମର୍ପଣ କଲା ଶ୍ରୀଲଙ୍କା। ବୃହତ ବିଜୟ ସହ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ। ଦମଦାର ବ୍ୟାଟିଂ ଓ ବୋଲିଂ ବଳରେ ଭାରତ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ରେ ଏକତରଫା ଭାବେ ଶ୍ରୀଲଙ୍କାକୁ ୬୨ ରନରେ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ର ଲିଡ୍ ହାସଲ କରିଛି। ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଉଥିବା ଉକ୍ତ ମ୍ୟାଚରେ ଈଶାନ୍ କିଶନ୍ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଇନିଂସ୍ ବଳରେ ଭାରତ […]

ଟିମ୍ ଇଣ୍ଡିଆର ବୃହତ ବିଜୟ, ଆତ୍ମସପର୍ମଣ କଲା ଶ୍ରୀଲଙ୍କା

india-1

Advertisment

ଲକ୍ଷ୍ନୌ: ଆତ୍ମସମର୍ପଣ କଲା ଶ୍ରୀଲଙ୍କା। ବୃହତ ବିଜୟ ସହ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ। ଦମଦାର ବ୍ୟାଟିଂ ଓ ବୋଲିଂ ବଳରେ ଭାରତ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ରେ ଏକତରଫା ଭାବେ ଶ୍ରୀଲଙ୍କାକୁ ୬୨ ରନରେ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ର ଲିଡ୍ ହାସଲ କରିଛି। ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଉଥିବା ଉକ୍ତ ମ୍ୟାଚରେ ଈଶାନ୍ କିଶନ୍ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଇନିଂସ୍ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୨ ୱିକେଟ୍ ହରାଇ ୧୯୯ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ୬ ୱିକେଟ୍ ହରାଇ ୧୩୭ ରନ୍ କରିବାକୁ ସକ୍ଷମ ହୋଇଛି।

Advertisment

୨୦୦ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦୁଇ ଓପ୍ନର ପାଥୁମ ନିଶାଙ୍କ (୦) ଓ କାମିଲ୍ ମିଶରା (୧୩)ଙ୍କୁ ଭୁବନେଶ୍ୱର କୁମାର ପ୍ୟାଭିଲିୟନ୍ ପଠାଇଥିଲେ। ମିଡଲ୍ ଅର୍ଡରରେ ଚରିଥ ଅସଲଙ୍କା ଏକାକୀ ଦଳ ପାଇଁ ଲଢ଼ିଥିବା ବେଳେ ତାଙ୍କୁ ସାଥି ଖେଳାଳି ସହଯୋଗ କରିନଥିଲେ।

ଅସଲଙ୍କା ସର୍ବାଧିକ ୫୩ (୪୭ ବଲ୍, ୫ ଚୌକା) ରନ୍ କରି ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜନିଥ ଲିୟାନାଗେ ୧୧, ଦିନେଶ ଚାଣ୍ଡିମଲ୍ ୧୦, କ୍ୟାପଟେନ୍ ଦାସୁନ୍ ଶନକା ୩, ଚାମିକା କରୁଣାରତ୍ନେ ୨୧ ଓ ଦୁଷ୍ମନ୍ତ ଚମୀରା ଅପରାଜିତ ୨୪ (୧୪ ବଲ୍, ୨ ଚୌକା ଓ ୧ ଛକା) ରନ୍ କରିଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ ଭେଙ୍କଟେଶ ଆୟର୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ସେହିପରି ୟୁଜବେନ୍ଦ୍ର ଚହଲ୍, ରବୀନ୍ଦ୍ର ଜାଡେଜା ଓ ଦୀପକ ହୁଡା ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Advertisment

ପୂର୍ବରୁ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ରୋହିତ୍ ଓ ଈଶାନ୍। ଦୁହେଁ ୩୨ ବଲରେ ଭାରତର ସ୍କୋରକୁ ୫୦ ରନରେ ପହଞ୍ଚାଇଥିଲେ। ପରେ ଈଶାନ୍ ନିଜର ଦ୍ୱିତୀୟ ଅର୍ଦ୍ଧଶତକ ମାତ୍ର ୩୦ ବଲରେ ପୂରଣ କରିଥିଲେ। ତେବେ ରୋହିତ୍ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ରୋହିତ୍ ଈଶାନଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୧୧୧ ରନର ଶତକୀୟ ଭାଗିଦାରୀ କରିଥିଲେ। ରୋହିତ୍ ୩୨ ବଲରେ ୨ ଚୌକା ଓ ୧ ଛକା ସହ ୪୪ ରନ୍ କରିଥିଲେ।

ରୋହିତଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶ୍ରେୟସଙ୍କୁ ସେଟ୍ ହେବା ପାଇଁ କିଛି ସମୟ ଲାଗିଥିଲା। କିନ୍ତୁ ସେଟ୍ ହେବା ପରେ ସେ ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ। ଅନ୍ୟପଟେ ଈଶାନ୍ ନିଜର ବ୍ୟାଟିଂ ଜାରି ରଖି ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଭ୍ରମଣକାରୀ ଦଳର କ୍ୟାପଟେନ୍ ଦାସୁନ୍ ଶନକାଙ୍କ ବଲରେ ଆଉଟ୍ ହୋଇଯାଇଥିଲେ। ଏଥିସହ ଈଶାନ୍ ୧୧ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସେ ମାତ୍ର ୫୬ ବଲର ସାମ୍ନା କରି ୮୯ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୦ ଚୌକା ଓ ୩ ଛକା ସାମିଲ୍ ଥିଲା। ଆୟର୍ ମାତ୍ର ୨୫ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୨୮ ବଲରେ ୫ ଚୌକା ଓ ୨ ଛକା ସହ ୫୭ ଓ ରବୀନ୍ଦ୍ର ଜାଡେଜା ୩ ରନ୍ କରି ଅପରାଜିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe