Advertisment

ମୋହାଲିରେ ମାଟି କାମୁଡ଼ିଲା ଶ୍ରୀଲଙ୍କା, ଟିମ୍ ଇଣ୍ଡିଆର ଇନିଂସ୍ ବିଜୟ

ମୋହଲି: ତିନି ଦିନରେ ଶେଷ ହେଲା ମୋହାଲି ଟେଷ୍ଟ। ମାଟି କାମୁଡ଼ିଲା ଶ୍ରୀଲଙ୍କା। କ୍ୟାପଟେନ୍ ଭାବେ ରୋହିତ୍ ଶର୍ମା ନିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଦମରେ ଟିମ୍ ଇଣ୍ଡିଆ ଇନିଂସ୍ ଓ ୨୨୨ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହ ଭାରତ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ର ଲିଡ୍ ହାସଲ କରିନେଇଛି। ଭାରତ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୫୭୪ ରନର ବିଶାଳ ସ୍କୋର ଛିଡ଼ା […]

ଅଦ୍ୟତନ ହୋଇଛି
ମୋହାଲିରେ ମାଟି କାମୁଡ଼ିଲା ଶ୍ରୀଲଙ୍କା, ଟିମ୍ ଇଣ୍ଡିଆର ଇନିଂସ୍ ବିଜୟ

jaddu

Advertisment

ମୋହଲି: ତିନି ଦିନରେ ଶେଷ ହେଲା ମୋହାଲି ଟେଷ୍ଟ। ମାଟି କାମୁଡ଼ିଲା ଶ୍ରୀଲଙ୍କା। କ୍ୟାପଟେନ୍ ଭାବେ ରୋହିତ୍ ଶର୍ମା ନିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଦମରେ ଟିମ୍ ଇଣ୍ଡିଆ ଇନିଂସ୍ ଓ ୨୨୨ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହ ଭାରତ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ର ଲିଡ୍ ହାସଲ କରିନେଇଛି।

Advertisment

ଭାରତ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୫୭୪ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୭୪ ରନ୍ କରି ଅଲଆଉଟ୍ ହୋଇଥିଲା। ଫଲୋଅନ୍ ଖାଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କ ଦ୍ୱିତୀୟ ଇନିଂସରେ ମଧ୍ୟ ନୈରାଶ୍ୟଜନକ ବ୍ୟାଟିଂ କରି ମାତ୍ର ୧୭୮ ରନରେ ଅଲଆଉଟ୍ ହୋଇଛି। ବ୍ୟାଟରେ ଅପରାଜିତ ୧୭୫ ରନର ଯୋଗଦାନ କରିଥିବା ଜାଡେଜା ବୋଲିଂରେ ମଧ୍ୟ କମାଲ୍ କରି ମୋଟ ୯ ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ପ୍ରଥମ ଇନିଂସରେ ଫଲୋଅନ୍ ଖାଇବା ପରେ ଶ୍ରୀଲଙ୍କା ଟିମ୍ ଦ୍ୱିତୀୟ ଇନିଂସରେ କମବ୍ୟାକ୍ କରିବ ବୋଲି ଆଶା ଥିଲା। କିନ୍ତୁ ଶ୍ରୀଲଙ୍କା ବ୍ୟାଟର୍ ପୁଣିଥରେ ସେହି ପୁରୁଣା ଭୁଲ୍ ଦୋହରାଇ ଥିଲେ ଏବଂ କୌଣସି ବଡ଼ ପାର୍ଟନରଶିପ୍ ହୋଇନଥିଲା। ଶ୍ରୀଲଙ୍କା ପକ୍ଷରୁ ନିରୋଶାନ୍ ଡିକୱେଲା ସର୍ବାଧିକ ୫୧ ରନ୍ କରିଛନ୍ତି। ତେବେ ଅନ୍ୟ କୌଣସି ବ୍ୟାଟର୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଧନଞ୍ଜୟ ଡି’ସିଲଭା ୩୦, ଆଞ୍ଜେଲୋ ମାଥ୍ୟୁସ୍ ୨୮, କ୍ୟାପଟେନ୍ ଦିମୁତ କରୁଣାରତ୍ନେ ୨୭ ଓ ଚରିଥ ଅସଲଙ୍କା ୨୦ ରନ୍ କରିଥିଲେ। ଭାରତ ପକ୍ଷରୁ ଜାଡେଜା ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୪ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ୨ଟି ୱିକେଟ୍ ପାଇଛନ୍ତି।

Advertisment

ଏହା ପୂର୍ବରୁ ଶ୍ରୀଲଙ୍କା ତୃତୀୟ ଦିବସରେ ୧୦୮/୪ରୁ ଖେଳ ଆରମ୍ଭ କରିଥିଲା। ପାଥୁମ ନିଶାଙ୍କ ଲଢ଼ୁଆ ବ୍ୟାଟିଂ କରି ଅର୍ଦ୍ଧଶତକ ମାରିଥିଲେ ହେଁ ତାଙ୍କୁ ଅନ୍ୟ ବ୍ୟାଟରଙ୍କ ତରଫରୁ ସେଭଳି ସହଯୋଗ ମିଳିନଥିଲା। ନିଶାଙ୍କ ୬୧ (୧୩୩ ବଲ୍, ୧୧ ଚୌକା) ରନ୍ କରିଥିବା ବେଳେ ଅସଲଙ୍କା ୨୯, କରୁଣାରତ୍ନେ ୨୮, ମାଥ୍ୟୁସ୍ ୨୨, ଲାହିରୁ ଥିରିମାନେ ୧୭ ରନ୍ କରିଥିଲେ। ପ୍ରଥମ ଇନିଂସରେ ଭାରତର ଜାଡେଜା ସର୍ବାଧିକ ୫ଟି ୱିକେଟ୍ ହାସଲ କରିଥିଲେ। ଅଶ୍ୱିନ୍ ଓ ଯଶପ୍ରୀତ ବୁମ୍ରା ୨ଟି ଲେଖାଏ ସଫଳତା ପାଇଥିବା ବେଳେ ଶାମି ଗୋଟିଏ ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ ୫୭୪ ରନ୍ କରିଥିଲା। ଜାଡେଜାଙ୍କ ବ୍ୟତୀତ ଋଷଭ ପନ୍ତ ୯୬, ଅଶ୍ୱିନ୍ ୬୧, ହନୁମା ବିହାରୀ ୫୮, ବିରାଟ୍ କୋହଲି ୪୫ ରନର ଯୋଗଦାନ କରିଥିଲେ। ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ବେଙ୍ଗାଲୁରୁରେ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe