ଅଣ୍ଡର୍-୧୯ ଏସିଆ କପ୍: ୧୫୪ ରନରେ ଜିତିଲା ଭାରତ

ଦୁବାଇ: ୟୁଏଇରେ ଆଜି ଠାରୁ ଆରମ୍ଭ ହୋଇଛି ଅଣ୍ଡର୍-୧୯ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ। ଟୁର୍ଣ୍ଣାମେଣ୍ଟରେ ଭାରତ ଦମଦାର ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ଭାରତ ଆୟୋଜକ ୟୁଏଇକୁ ୧୫୪ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ବିଜୟ ସହ ଭାରତ ପୁଲ୍-ଏ’ରେ ୨ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି। ଦୁବାଇର ଆଇସିସି ଏକାଡେମୀରେ ଖେଳାଯାଇଥିବା ଏହି ମ୍ୟାଚରେ ୟୁଏଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ […]

Harnoor-Singh

Harnoor-Singh

Ranjit Kumar Jena
  • Published: Thursday, 23 December 2021
  • Updated: 23 December 2021, 07:58 PM IST

Sports

Latest News

ଦୁବାଇ: ୟୁଏଇରେ ଆଜି ଠାରୁ ଆରମ୍ଭ ହୋଇଛି ଅଣ୍ଡର୍-୧୯ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ। ଟୁର୍ଣ୍ଣାମେଣ୍ଟରେ ଭାରତ ଦମଦାର ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ଭାରତ ଆୟୋଜକ ୟୁଏଇକୁ ୧୫୪ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ବିଜୟ ସହ ଭାରତ ପୁଲ୍-ଏ’ରେ ୨ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି।

ଦୁବାଇର ଆଇସିସି ଏକାଡେମୀରେ ଖେଳାଯାଇଥିବା ଏହି ମ୍ୟାଚରେ ୟୁଏଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୨୮୨ ରନ୍ କରିଥିଲା। ଦଳ ପକ୍ଷରୁ ହରନୁର୍ ସିଂହ ସର୍ବାଧିକ ୧୨୦ (୧୩୦ ବଲ୍, ୧୧ ଚୌକା) ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ୟାପଟେନ୍ ୟଶ ଧୂଲ ୬୩ (୬୮ ବଲ୍, ୪ ଚୌକା), ଶେକ୍ ରଶିଦ୍ ୩୫ ରନ୍ କରିଥିଲେ। ଡେଥ୍ ଓଭରରେ ରାଜବର୍ଦ୍ଧନ ହଙ୍ଗାରଗେକର ୨୩ ବଲରେ ଦ୍ରୁତ ୪୮ (୬ ଚୌକା, ୨ ଛକା) ରନ୍ କରି ଦଳକୁ ୨୮୨ ରନରେ ପହଞ୍ଚାଇଥିଲେ। ୟୁଏଇ ପକ୍ଷରୁ ଆଲିଶାନ୍ ଶରାଫୁ ୨ଟି ଓ ଆୟାନ୍ ଅଫଜଲ୍ ଖାନ୍ ଗୋଟିଏ ୱିକେଟ୍ ନେଇଥିଲେ।

https://twitter.com/BCCI/status/1474011944080199687?s=20

୨୮୩ ରନର ଲକ୍ଷ୍ୟର ପିଛା କରୁଥିବା ୟୁଏଇ ଏକ ସମୟରେ ୬୫ ରନରେ ୧ ୱିକେଟ୍ ହରାଇ ଭଲ ସ୍ଥିତିରେ ଥିଲା। କିନ୍ତୁ ପରେ ଟିମ୍ ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି ୩୪.୩ ଓଭରରେ ୧୨୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ କାଇ ସ୍ମିଥ୍ ୪୫, ସୂର୍ଯ୍ୟ ସତୀଶ ୨୧, ଧ୍ରୁବ ପରାଶର ୧୯ ଓ କ୍ୟାପଟେନ୍ ଆଲିଶାନ୍ ଶରାଫୁ ୧୩ ରନ୍ କରିଥିଲେ। ଭାରତ ପକ୍ଷରୁ ରାଜବର୍ଦ୍ଧନ ହାଙ୍ଗରଗେକର ୩ଟି ୱିକେଟ୍ ନେଇଥିବା ବେଳେ ଗର୍ବ ସାଙ୍ଗୱାନ୍, ବିକ୍କି ଓସ୍ତୱାଲ ଓ କୌଶଲ ତାମ୍ବେ ୨ଟି ଲେଖାଏ ୱିକେଟ୍ ପାଇଥିଲେ।

https://twitter.com/BCCI/status/1473964927559761920?s=20

ଆଜି ଖେଳାଯାଇଥିବା ଗ୍ରୁପ୍-ଏ’ର ଆଉ ଏକ ମ୍ୟାଚରେ ପାକିସ୍ତାନ ଅଣ୍ଡର୍-୧୯ ଟିମ୍ ୪ ୱିକେଟରେ ଆଫଗାନିସ୍ତାନକୁ ହରାଇଥିବା ବେଳେ ଗ୍ରୁପ୍-ବି’ର ମ୍ୟାଚରେ ଶ୍ରୀଲଙ୍କା ୨୭୪ ରନରେ କୁଏତକୁ ପରାସ୍ତ କରିଛି। ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍ ଶନିବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story