/odisha-reporter/media/post_attachments/uploads/2022/02/krishna.jpg)
krishna
ଅହମଦାବାଦ: ଘରୋଇ ମାଟିରେ ଆଉ ଏକ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ। ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ୪୪ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ହାତେଇ ନେଇଛି। ସିରିଜର ତୃତୀୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଉକ୍ତ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୭ ରନ୍ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ୪୬ ଓଭରରେ ୧୯୩ ରନ୍ କରି ଅଲଆଉଟ୍ ହୋଇଯାଇଛି। ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଘାତକ ବୋଲିଂ କରି ମାତ୍ର ୧୨ ରନରେ ୪ ୱିକେଟ୍ ହାସଲ କରିଛନ୍ତି।
୨୩୮ ରନର ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜକୁ ଭଲ ଷ୍ଟାର୍ଟ ମିଳିଥିଲା। ଦୁଇ ଓପ୍ନର ଶାଇ ହୋପ୍ ଓ ବ୍ରାଣ୍ଡନ୍ କିଙ୍ଗ ପ୍ରଥମ ୱିକେଟ୍ ପାଇଁ ୩୨ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ିକୁ ପ୍ରସିଦ୍ଧ ଭାଙ୍ଗି ଭାରତକୁ ସଫଳତା ଦେଇଥିଲେ। ବ୍ରାଣ୍ଡନ୍ ୧୮ ରନ୍ କରି ୱିକେଟ୍ କିପର ଋଷଭ ପନ୍ତଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଡାରେନ୍ ବ୍ରାଭୋ (୧)ଙ୍କୁ ମଧ୍ୟ ପ୍ରସିଦ୍ଧ ନିଜର ଶିକାର ବନାଇଥିଲେ। ପରେ ହୋପ୍ (୨୭)ଙ୍କୁ ୟୁଜବେନ୍ଦ୍ର ଚହଲ୍ ଆଉଟ୍ କରିଥିଲେ। କାମଚଳା କ୍ୟାପଟେନ୍ ନିକୋଲାସ ପୁରନ୍ (୯) ଛକାରୁ ଆରମ୍ଭ କରିଥିଲେ ହେଁ ବେଶୀ ସମୟ କ୍ରିଜରେ ଛିଡ଼ା ହୋଇପାରିନଥିଲେ।
https://twitter.com/BCCI/status/1491444483241963520?s=20&t=tiYZhL5_CCJUwQC4tzg19g
ପୂର୍ବ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରିଥିବା ଜେସନ୍ ହୋଲ୍ଡର ମାତ୍ର ୨ ରନ୍ କରି ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ଆଉଟ୍ ହୋଇଥିଲେ। ଶାର୍ଦ୍ଦୁଲଙ୍କ ବାଉନ୍ସରରେ ଛକା ମାରିବାକୁ ଯାଇ ହୋଲ୍ଡର ବାଉଣ୍ଡ୍ରୀରେ ଦୀପକ ହୁଡାଙ୍କ ଦ୍ୱାରା ଧରା ପଡ଼ିଥିଲେ। ଶାମରା ବ୍ରୁକ୍ସ ଓ ଅକିଲ୍ ହୁସେନ ଷଷ୍ଠ ୱିକେଟ୍ ପାଇଁ ୪୧ ରନ୍ ଯୋଡ଼ିଥିଲେ। ବ୍ରୁକ୍ସ (୪୪) ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ହୁଡା ପ୍ୟାଭିଲିୟନ୍ ପଠାଇଥିଲେ। ହୁଡା ନିଜ ଦିନିକିଆ କ୍ୟାରିୟରର ପ୍ରଥମ ଓଭରରେ ହିଁ ଏହି ସଫଳତା ପାଇଥିଲେ।
/odisha-reporter/media/post_attachments/media/FLKhLySagAAN4-7.jpeg)
ବ୍ରୁକ୍ସଙ୍କ ଆଉଟ୍ ପରେ ଅକିଲ୍ ହୋସେନଙ୍କୁ ଭରପୂର ସାଥ୍ ଦେଇଥିଲେ ଫାବିଆନ୍ ଆଲେନ୍। ଦୁହେଁ ୪୨ ରନର ଭାଗିଦାରୀ କରି ଭ୍ରମଣକାରୀ ଦଳର ଆଶ ବଢ଼ାଇଥିଲେ। ତେବେ ଆଲେନ୍ (୧୩)ଙ୍କ ୱିକେଟ୍ ନେଇ ମହମ୍ମଦ ସିରାଜ ଭାରତକୁ ପୁଣିଥରେ ମ୍ୟାଚରେ କମବ୍ୟାକ୍ କରାଇଥିଲେ। ପରବର୍ତ୍ତୀ ଓଭରରେ ହୋସେନ୍ (୩୪)ଙ୍କ ମୂଲ୍ୟବାନ୍ ୱିକେଟ୍ ନେଇଥିଲେ ଶାର୍ଦ୍ଦୁଲ ଠାକୁର। ବୋଲିଂରେ କମାଲ୍ କରିଥିବା ଓଡେନ୍ ସ୍ମିଥ୍ ଛକାରୁ ଶୁଭାରମ୍ଭ କରିଥିଲେ। ଏପରିକି ସେ ଦଳର ସ୍କୋରକୁ ୨୦୦ ନିକଟତର କରାଇଥିଲେ। କିନ୍ତୁ ତାଙ୍କ ୱିକେଟ୍ ପତନ ପରେ ୱେଷ୍ଟଇଣ୍ଡିଜର ବିଜୟ ଆଶା ଧୂଳିସାତ୍ ହୋଇଯାଇଥିଲା। ସ୍ମିଥ୍ ୨୦ ବଲରେ ୧ ଚୌକା ଓ ୨ ଛକା ସହ ୨୪ ରନ୍ କରିଥିଲେ। ଶେଷ ୱିକେଟ୍ ପାଇଁ କେମାର ରୋଚ୍ ଖାତା ଖୋଲିପାରିନଥିଲେ। ଅଲଜାରୀ ଜୋସେଫ୍ ୭ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଠାକୁର ୨ଟି, ସିରାଜ, ଚହଲ୍, ସୁନ୍ଦର ଓ ହୁଡା ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।
/odisha-reporter/media/post_attachments/image/upload/f_auto,w_1200/lsci/db/PICTURES/CMS/334100/334160.jpg)
କାଇରନ୍ ପୋଲାର୍ଡଙ୍କ ସ୍ଥାନରେ କାମଚଳା କ୍ୟାପଟେନ୍ ନିକୋଲାସ୍ ପୁରନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ୍ ଶର୍ମା ପରୀକ୍ଷଣ ସ୍ୱରୂପ ଋଷଭ ପନ୍ତଙ୍କ ସହ ଓପନ୍ କରିବାକୁ ଆସିଥିଲେ। କିନ୍ତୁ ତାଙ୍କର ଏହି ପରୀକ୍ଷଣ ଭୁଲ ସାବ୍ୟସ୍ତ ହୋଇଛି। ମ୍ୟାଚର ତୃତୀୟ ଓଭରରେ ରୋହିତ୍ (୬)ଙ୍କୁ ଆଉଟ୍ କରିଥିଲେ କେମାର ରୋଚ୍। ସେହିପରି ପନ୍ତ (୧୮) ମଧ୍ୟ ଖରାପ ଶଟ୍ ଖେଳି ନିଜ ୱିକେଟ୍ ଦେଇ ବସିଥିଲେ। ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବ୍ୟାଟ୍ ପୁଣି ଚୁପ୍ ରହିଥିଲା। କୋହଲି ମାତ୍ର ୧୮ ରନ୍ କରି ଓଡେନ୍ ସ୍ମିଥଙ୍କ ଶିକାର ହୋଇଥିଲେ।
୪୩ ରନରେ ୩ ୱିକେଟ୍ ହରାଇ ଭାରତ ସଂକଟରେ ପଡ଼ିଥିଲା ବେଳେ ରାହୁଲ୍ ଓ ସୂର୍ଯ୍ୟକୁମାର ଲଢ଼ିଥିଲେ। ଦୁହେଁ ଆରମ୍ଭରୁ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ୨୫ ଓଭର ପରେ ରାହୁଲ୍ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରି ଭାରତକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। କିନ୍ତୁ ଠିକଣା ସମୟରେ ରାହୁଲଙ୍କ ରନଆଉଟ୍ ହେବା ଭାରତକୁ ପୁଣିଥରେ ବ୍ୟାକଫୁଟକୁ ଠେଲି ଦେଇଥିଲା। ରାହୁଲ୍ ୪୮ ବଲରେ ୪ ଚୌକା ଓ ୨ ଛକା ସହ ୪୯ ରନ୍ କରିଥିଲେ।
/odisha-reporter/media/post_attachments/bcci/images/1644415310_2DMODI1066.jpg)
ସୂର୍ଯ୍ୟକୁମାର ନିଜର ପ୍ରଥମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ସେ ଖରାପ ଶଟ୍ ଖେଳି ନିଜ ୱିକେଟ୍ ହରାଇଥିଲେ। ସୂର୍ଯ୍ୟକୁମାର ୮୩ ବଲରେ ୫ ଚୌକା ସହ ୬୪ ରନ୍ କରି ଫାବିଆନ୍ ଆଲେନଙ୍କ ଶିକାର ହୋଇଥିଲେ। ୱାଶିଂଟନ୍ ସୁନ୍ଦର ୨୪ ରନ୍ କରି ଅକିଲ୍ ହୋସେନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ପ୍ରଥମ ଦିନିକିଆରେ ପଦାର୍ପଣ କରିଥିବା ଦୀପକ ହୁଡା ୨୫ ବଲରେ ୨୯ ରନ୍ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଶାର୍ଦ୍ଦୁଲ ଠାକୁର (୮) ଓ ମହମ୍ମଦ ସିରାଜ (୩) ନିରାଶ କରିଥିଲେ। ୟୁଜବେନ୍ଦ୍ର ଚହଲ୍ ୧୧ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଅଲଜାରୀ ଜୋସେଫ୍ ଓ ସ୍ମିଥ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
