Advertisment

WTC ପଏଣ୍ଟ ଟେବୁଲ: ୧ନଂ ସ୍ଥାନ ଦଖଲ କଲା ଭାରତ

ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସରିଜକୁ ଆଗୁଆ ୩-୧ରେ କବଜା କରି ସାରିଥିବା ଭାରତ ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛି।

author-image
Hemant Lenka
Team India

Team India

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି ଟିମ ଇଣ୍ଡିଆ। ଆଇସିସି ପକ୍ଷରୁ ପଏଣ୍ଟ ଟେବୁଲର ଅପଡେଟ ତାଲିକା ପ୍ରକାଶ କରାଯାଇଛି।

Advertisment

ଏହି ତାଲିକାରେ ନ୍ୟୁଜିଲ୍ୟାଣ୍ଡ ତଳକୁ ଖସି ଥିବା ବେଳେ ଭାରତ ୧ନଂ ସ୍ଥାନ ଦଖଲ କରିଛି। ରବିବାର ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ୧ନଂ ସ୍ଥାନରେ ଥିଲା। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟକୁ କ୍ୱିୱି ଟିମ ୧୭୨ ରନରେ ହାରି ଯାଇଛି। ଏହି ପରାଜୟ ପରେ ନ୍ୟୁଜିଲ୍ୟାଣ୍ଡ ଗୋଟିଏ ସ୍ଥାନ ତଳକୁ ଖସିଛି।

ସେହିପରି ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସରିଜକୁ ଆଗୁଆ ୩-୧ରେ କବଜା କରି ସାରିଥିବା ଭାରତ ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛି। ଆସନ୍ତା ୭ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ ଧର୍ମଶାଲାରେ ଆରମ୍ଭ ହେବ। ଏହାପୂର୍ବ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(WTC) ପଏଣ୍ଟ ଟେବୁଲର ୧ନଂ ସ୍ଥାନ ଦଖଲ କରି ନେଇଛି।

Advertisment

ଏବେ ଭାରତର ବିଜୟ ପ୍ରତିଶତ ୬୪.୫୮ ରହିଛି। ସେହିପରି ଦ୍ୱିତୀୟ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ଡର ବିଜୟ ପ୍ରତିଶତ ୬୦.୦୦ ଓ ୫୯.୦୯% ବିଜୟ ପ୍ରତିଶତ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି। ୪ର୍ଥରେ ବାଂଲାଦେଶ, ୫ମରେ ପାକିସ୍ତାନ, ୬ଷ୍ଠରେ ୱେଷ୍ଟଇଣ୍ତିଜ, ୭ମରେ ଦକ୍ଷିଣ ଆଫ୍ରିକା, ୮ମରେ ଇଂଲଣ୍ଡ ଓ ୯ମ ସ୍ଥାନରେ ଶ୍ରୀଲଙ୍କା ରହିଛି। 

ଚଳିତ WTC କ୍ୟାଲେଣ୍ଡର୍‌ରେ ଭାରତ ୮ଟି ଟେଷ୍ଟ ଖେଳିଥିବା ବେଳେ ୫ଟି ଜିତିଛି, ୨ଟି ହାରିଛି ଓ ଗୋଟିଏ ମ୍ୟାଚ୍‌ ଡ୍ର ରହିଛି। ଅଷ୍ଟ୍ରେଲିଆ ଏହି କ୍ୟାଲେଣ୍ଡର୍‌ରେ ସର୍ବାଧିକ ୧୧ଟି ମ୍ୟାଚ ଖେଳିଛି।

ବିଜୟ ପାଇଁ ୧୨ ପଏଣ୍ଟ, ଟାଇ ପାଇଁ ୬ ଏପଣ୍ଟ ଓ ଡ୍ର ପାଇଁ ଆଇସିସି ୪ ପଏଣ୍ଟର ବ୍ୟବସ୍ଥା କରିଛି। ତେବେ ବିଜୟ ପ୍ରତିଶତ ଆଧାରରେ ପଏଣ୍ଟ ଟେବୁଲର ତାଲିକା ପ୍ରସ୍ତୁତ କରାଯାଏ। ପଏଣ୍ଟ ଟେବୁଲର ଶୀର୍ଷ ଦୁଇ ସ୍ଥାନରେ ରହୁଥିବା ଦଳ ଆସନ୍ତା ବର୍ଷ ଟ୍ରଫି ପାଇଁ ଲର୍ଡସରେ ଟକ୍କର କରିବେ।

India WTC Team India Test Cricket Test Match