Advertisment

କ୍ରିକେଟର ସବୁ ଫର୍ମାଟରେ ଭାରତ ନଂ ୧

ଭାରତ ପ୍ରଥମେ ଦିନିକିଆକୁ ଜିତି ପାକିସ୍ତାନକୁ ପଛରେ ପକାଇ ଦେଇଛି।

Team India

Team India

Advertisment

ମୋହାଲି ଦିନିକିଆକୁ ଜିତି ନୂଆ ରେକର୍ଡ କରିଛି ଟିମ ଇଣ୍ଡିଆ। ଅଷ୍ଟ୍ରେଲିଆକୁ ପ୍ରଥମ ଦିନିକିଆରେ ୫ ୱିକେଟ ହରାଇ ଟିମ ଇଣ୍ଡିଆ ଆଇସିସି ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ଏହାପୂର୍ବରୁ ଦଳ ଟେଷ୍ଟ ଓ ଟି-୨୦ ରାଙ୍କିଙ୍ଗରେ ମଧ୍ୟ ୧ନଂ ସ୍ଥାନରେ ଥିଲା। ଏହାର ଅର୍ଥ କ୍ରିକେଟର ୩ଟି ଯାକ ଫର୍ମାଟରେ ଭାରତୀୟ କ୍ରିକେଟ ଟିମ ଶୀର୍ଷ ସ୍ଥାନ ଦଖଲ କରିଛି।

Advertisment

ଆଜିର ମ୍ୟାଚ୍‌ ପୂର୍ବରୁ ଭାରତ ଓ ପାକିସ୍ତାନ ସମାନ ୧୧୫ ପଏଣ୍ଟ ଲେଖାଏ ପାଇ ଆଇସିସି ଦିନିକିଆର ରାଙ୍କିଙ୍ଗର ଯଥାକ୍ରମେ ୨ ନଂ ଓ ୧ନଂ ସ୍ଥାନରେ ଥିଲେ। ପାକିସ୍ତାନକୁ ପଛରେ ପକାଇବାକୁ ହେଲେ ଭାରତକୁ ଯେମିତି ହେଲେ ମୋହାଲି ଦିନିକିଆ ଜିତିବାର ଥିଲା।

ଏବେ ଭାରତ ପ୍ରଥମେ ଦିନିକିଆକୁ ଜିତି ପାକିସ୍ତାନକୁ ପଛରେ ପକାଇ ଦେଇଛି। ପାକିସ୍ତାନ ୧୧୫ ପଏଣ୍ଟ ସହ ୧ନଂରୁ ୨ନଂ ସ୍ଥାନକୁ ଖସି ଯାଇଛି। ଭାରତ ୧୧୬ ପଏଣ୍ଟ ସହ ୧ନଂ ସ୍ଥାନ ଦଖଲ କରିଛି।

Advertisment

ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ୪ର୍ଥ ସ୍ଥାନରେ ସାଉଥ ଆଫ୍ରିକା, ୫ମରେ ଇଂଲଣ୍ଡ, ୬ଷ୍ଠରେ ନ୍ୟୁଜିଲ୍ୟାଣ୍ଡ, ୭ମରେ ବାଂଲାଦେଶ, ୮ମରେ ଶ୍ରୀଲଙ୍କା, ୯ମରେ ଆଫଗାନିସ୍ତାନ ଓ ୧୦ମରେ ୱେଷ୍ଟଇଣ୍ଡିଜ ରହିଛି।

ଅନ୍ୟପକ୍ଷରେ ଟି-୨୦ କଥା ବିଚାରକୁ ନେଲେ ଭାରତ ୨୬୪ ପଏଣ୍ଟ ସହ ୧ନଂ ସ୍ଥାନରେ ରହିଥିବା ବେଳେ ଇଂଲଣ୍ତ ଓ ପାକିସ୍ତାନ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।

ଟେଷ୍ଟରେ ଭାରତ ଓ ଅଷ୍ଟ୍ରେଲିଆ ସମାନ ୧୧୮ ଲେଖାଏ ପଏଣ୍ଟ ପାଇଛନ୍ତି। କିନ୍ତୁ ମ୍ୟାଚ୍‌ ବିଜୟ ତୁଳନାରେ ଭାରତ ୧ନଂ ସ୍ଥାନରେ ଓ ଅଷ୍ଟ୍ରେଲିଆ ୨ନଂରେ ରହିଛି। ୧୧୫ ପଏଣ୍ଟ ସହ ଇଂଲଣ୍ଡ ତୃତୀୟ ସ୍ଥାନରେ ଅଛି।

India Vs Australia ICC ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe