Advertisment

ଜାରି ହେଲା ଟି-୨୦ ବିଶ୍ୱକପ୍ କାର୍ଯ୍ୟସୂଚୀ, ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ

ଦୁବାଇ: ଅକ୍ଟୋବର ୧୭ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ ଆଇସିସି ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀର ଘୋଷଣା କରିଛି। ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ତା’ର ଅଭିଯାନ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ। ଏହି ହାଇଭୋଲଟେଜ୍ ମୁକାବିଲା ଅକ୍ଟୋବର ୨୪ ତାରିଖରେ ଦୁବାଇରେ ଖେଳାଯିବ। ଉଭୟ ଭାରତ ଓ ପାକିସ୍ତାନ ଗ୍ରୁପ୍-୨ରେ ସ୍ଥାନ ପାଇଛନ୍ତି। ଏହି ଗ୍ରୁପରେ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ରହିଥିବା ବେଳେ ବାକି ଦୁଇଟି ଟିମ୍ ରାଉଣ୍ଡ-୧ରୁ କ୍ୱାଲିଫାଏ କରିବେ। ଅକ୍ଟୋବର […]

ଅଦ୍ୟତନ ହୋଇଛି
ଜାରି ହେଲା ଟି-୨୦ ବିଶ୍ୱକପ୍ କାର୍ଯ୍ୟସୂଚୀ, ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ

india-vs-pakistan

Advertisment

ଦୁବାଇ: ଅକ୍ଟୋବର ୧୭ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ ଆଇସିସି ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀର ଘୋଷଣା କରିଛି। ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ତା’ର ଅଭିଯାନ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ। ଏହି ହାଇଭୋଲଟେଜ୍ ମୁକାବିଲା ଅକ୍ଟୋବର ୨୪ ତାରିଖରେ ଦୁବାଇରେ ଖେଳାଯିବ। ଉଭୟ ଭାରତ ଓ ପାକିସ୍ତାନ ଗ୍ରୁପ୍-୨ରେ ସ୍ଥାନ ପାଇଛନ୍ତି। ଏହି ଗ୍ରୁପରେ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ରହିଥିବା ବେଳେ ବାକି ଦୁଇଟି ଟିମ୍ ରାଉଣ୍ଡ-୧ରୁ କ୍ୱାଲିଫାଏ କରିବେ।

Advertisment

ଅକ୍ଟୋବର ୩୧ ତାରିଖରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଦୁବାଇରେ ଭେଟିବ। ଏହା ପରେ ନଭେମ୍ବର ୩ ତାରିଖରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବ। ସେହିପରି ଭାରତ ତା’ର ଚତୁର୍ଥ ମ୍ୟାଚ୍ ନଭେମ୍ବର ୫ ତାରିଖରେ ଗ୍ରୁପ୍-ବି’ର ଶୀର୍ଷ ଟିମ୍ ଏବଂ ନଭେମ୍ବର ୮ ତାରିଖରେ ଗ୍ରୁପ୍-ଏ’ର ରନର୍ସଅପ୍ ଟିମ୍ ବିପକ୍ଷରେ ଖେଳିବ। ଭାରତ ଦୁବାଇରେ ୪ଟି ଓ ଆବୁଧାବିରେ ଗୋଟିଏ ମ୍ୟାଚ୍ ଖେଳିବ।

ଅକ୍ଟୋବର ୧୭ ତାରିଖରୁ ଓମାନରେ ପ୍ରଥମ ରାଉଣ୍ଡ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ପ୍ରଥମ ଦିବସରେ ଆୟୋଜକ ଓମାନ୍ ଓ ପାପୁଆ ନ୍ୟୁ ଗିନି ଏବଂ ବାଂଲାଦେଶ ଓ ସ୍କଟଲ୍ୟାଣ୍ଡ ମଧ୍ୟ ମ୍ୟାଚ୍ ଖେଳାଯିବ। ପ୍ରଥମ ରାଉଣ୍ଡ ଗ୍ରୁପ୍-ଏ’ରେ ଶ୍ରୀଲଙ୍କା, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଓ ନାମିବିଆ ଟିମ୍ ରହିଥିବା ବେଳେ ଗ୍ରୁପ୍-ବି’ରେ ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି ଓ ଓମାନ୍ ଟିମ୍ ସ୍ଥାନ ପାଇଛନ୍ତି। ଉଭୟ ଗ୍ରୁପର ଦୁଇ ଶୀର୍ଷ ଟିମ୍ ସୁପର୍-୧୨ ଷ୍ଟେଜକୁ କ୍ୱାଲିଫାଏ କରିବେ।

Advertisment

https://twitter.com/ICC/status/1427548284646797357?s=20

ସୁପର୍-୧୨ ହେଉଛି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡ। ଏଥିରେ ୧୨ଟି ଦଳକୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି। ଏହି ପର୍ଯ୍ୟାୟ ଅକ୍ଟୋବର ୨୩ ତାରିଖରୁ ଆରମ୍ଭ ହେବ, ଯେଉଁଥିରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା। ସେହିଦିନ ଆଉ ଏକ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ୍ ତଥା ଦୁଇଥରର ବିଜେତା ୱେଷ୍ଟଇଣ୍ଡିଜ୍ ଇଂଲଣ୍ଡକୁ ଭେଟିବ।

https://twitter.com/ICC/status/1427533179091566594?s=20

ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ନଭେମ୍ବର ୧୦ ତାରିଖରେ ଆବୁଧାବି ଏବଂ ନଭେମ୍ବର ୧୧ ତାରିଖରେ ଦ୍ୱିତୀୟ ସେମିଫାଇନାଲ ଦୁବାଇରେ ଖେଳାଯିବ। ଫାଇନାଲ୍ ମ୍ୟାଚ୍ ଦୁବାଇରେ ନଭେମ୍ବର ୧୫ ତାରିଖରେ ଅନୁଷ୍ଠିତ ହେବ। ଫାଇନାଲ୍ ପାଇଁ ନଭେମ୍ବର ୧୫ ତାରିଖରୁ ରିଜର୍ଭ ଡେ’ ଭାବେ ରଖାଯାଇଛି।

ସୂଚନାଯୋଗ୍ୟ, ଟି-୨୦ ବିଶ୍ୱକପ୍ ଭାରତରେ ଆୟୋଜିତ ହେବା ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଦେଶରେ କରୋନା ମାମଲା ବଢ଼ୁଥିବାର ଦେଖି ବିସିସିଆଇ ଭାରତ ବଦଳରେ ଟୁର୍ଣ୍ଣାମେଣ୍ଟକୁ ୟୁଏଇରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା।

ଭାରତର କାର୍ଯ୍ୟସୂଚୀ
ଅକ୍ଟୋବର ୨୪: ଭାରତ ବନାମ ପାକିସ୍ତାନ, ସମୟ-ସନ୍ଧ୍ୟା ୭.୩୦
ଅକ୍ଟୋବର ୩୧: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ, ସମୟ- ସନ୍ଧ୍ୟା ୭.୩୦
ନଭେମ୍ବର ୩: ଭାରତ ବନାମ ଆଫଗାନିସ୍ତାନ, ସମୟ- ସନ୍ଧ୍ୟା ୭.୩୦
ନଭେମ୍ବର ୫: ଭାରତ ବନାମ ବି-୧ (କ୍ୱାଲିଫାୟର୍), ସମୟ- ସନ୍ଧ୍ୟା ୭.୩୦
ନଭେମ୍ବର ୮: ଭାରତ ବନାମ ଏ-୨ (କ୍ୱାଲିଫାୟର୍), ସମୟ- ସନ୍ଧ୍ୟା ୭.୩୦

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe