Advertisment

ଭାରତର ବିଶ୍ୱକପ ଇତିହାସରେ ପ୍ରଥମ: ରୋହିତ ଶର୍ମା ନେଲେ ଏମିତି ନିଷ୍ପତ୍ତି

ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍‌ରେ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ମଧ୍ୟ ଦମଦାର ବ୍ୟାଟିଂ କରି ଦ୍ରୁତଗତିରେ ରନ ସଂଗ୍ରହ କରି ଚାଲିଛି।

author-image
Hemant Lenka
Rohit

Rohit

ବିଶ୍ୱକପର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପୂର୍ବରୁ ଯାହା ଘଟି ନଥିଲା, ଆଜି ରୋହିତ ଶର୍ମା ସେମିତି କିଛି ନିଷ୍ପତ୍ତି ନେଇଛନ୍ତି। ସେ ଭାରତର ପ୍ରଥମ ଅଧିନାୟକ ଭାବେ ବିଶ୍ୱକପରେ ପାକିସ୍ତାନ ବିପକ୍ଷର କୌଣସି ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା କିମ୍ବା ପାକିସ୍ତାନ ଟସ୍‌ ଜିତି ଭାରତକୁ ବୋଲିଂ କିମ୍ବା ବ୍ୟାଟିଂ ପାଇଁ ନିମନ୍ତ୍ରଣ କରୁଥିଲା।

Advertisment

ହେଲେ ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍‌ରେ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ମଧ୍ୟ ଦମଦାର ବ୍ୟାଟିଂ କରି ଦ୍ରୁତଗତିରେ ରନ ସଂଗ୍ରହ କରି ଚାଲିଛି।

ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୭ ଥର ମୁକାବିଲା ହୋଇଥିବା ବେଳେ ପ୍ରତିଥର ମେନ ଇନ ବ୍ଲ୍ୟୁ ବାଜିମାରିଛି। ଆଜି ବିଶ୍ୱକପରେ ୮ମ ଥର ପାଇଁ ଦୁଇ ଦେଶ ମୁହାଁମୁହିଁ ହେଉଛନ୍ତି।

Advertisment

ଟସ୍‌ କଥା ବିଚାରକୁ ନେଲେ ଭାରତ ୫ଥର ଟସ୍‌ ଜିତିଥିଲା ଓ ପାକିସ୍ତାନ ସପକ୍ଷରେ ଦୁଇ ଥର ଟସ୍‌ ଯାଇଛି। ଦୁଇ ଦଳ ବିଶ୍ୱକପରେ ପ୍ରଥମଥର ୧୯୯୨ରେ ପରସ୍ପରକୁ ପ୍ରଥମ ଥର ଭେଟିଥିଲା। ଉକ୍ତ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଓ ମ୍ୟାଚ ମଧ୍ୟ ଜିତିଥିଲା। ୧୯୯୬ ଓ ୧୯୯୯ ବିଶ୍ୱକପରେ ସମାନ ଘଟଣା ଘଟିଥିଲା।

୨୦୦୩ ବିଶ୍ୱକପରେ ଟସ୍‌ ପାକିସ୍ତାନ ସପକ୍ଷରେ ଯାଇଥିଲା। ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ ମଧ୍ୟ ମ୍ୟାଚ୍‌ ହାରିଥିଲା। ୨୦୧୧ରେ ମହେନ୍ଦ୍ର ସିଂହ ଟସ୍‌ ଜିତି ବ୍ୟାଟିଂ କରିଥିଲେ। ୨୦୧୫ରେ ଅଷ୍ଟ୍ରେଲିଆରେ ଖେଳା ଯାଉଥିବା ବିଶ୍ୱକପରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା।

୨୦୧୯ ବିଶ୍ୱକପରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ରୋହିତ ଶର୍ମାଙ୍କ ୧୪୦ ରନ ବଳରେ ଭାରତ ମ୍ୟାଚ୍‌ ଜିତିଥିଲା। ଆଜି ରୋହିତ ଶର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି।

ICC India Vs Pakistan ICC Men’s Cricket World Cup 2023 ICC World Cup 2023 ICC World Cup