Advertisment

ରାହୁଲ ଓ ସୁଦର୍ଶନଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ୨୧୧ରେ ଅଲଆଉଟ

ତଥାପି ପୂରା ଟିମ ୪୬.୨ ଓଭରରେ ୨୧୧ ରନ କରି ଅଲଆଉଟ ହୋଇଯାଇଛି। ଫଳରେ ଦକ୍ଷିଣ ଆଫ୍ରିକାକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୧୨ ରନର ଟାର୍ଗେଟ ମିଳିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Rinku singh

Rinku singh

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକଆରେ ଭାରତୀୟ ଟିମ ୨୧୧ ରନ କରି ଅଲଆଉଟ ହୋଇଯାଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଓପନର ସାଇ ସୁଦର୍ଶନ ଓ ଅଧିନାୟକ କେଏଲ ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ।

Advertisment

ତଥାପି ପୂରା ଟିମ ୪୬.୨ ଓଭରରେ ୨୧୧ ରନ କରି ଅଲଆଉଟ ହୋଇଯାଇଛି। ଫଳରେ ଦକ୍ଷିଣ ଆଫ୍ରିକାକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୧୨ ରନର ଟାର୍ଗେଟ ମିଳିଛି। ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌ ଜିତିଲେ ସିରଜକୁ ୧-୧ ସ୍ଥିତିକୁ ଆଣି ପାରିବ। କାରଣ ପ୍ରଥମ ଦିନିକିଆକୁ ଭାରତ ଜିତିଥିଲା।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପ୍ରଥମ ଓଭରରେ ହିଁ ଋତୁରାଜ ଗାଏକ୍ୱାଡ(୪)ଙ୍କୁ ହରାଇଥିଲା। ଏହାପରେ ସୁଦର୍ଶନ ଓ ତିଲକ ବର୍ମା ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତିଲକ କେବଳ ୧୦ ରନ କରିବାକୁ ସକ୍ଷମ ହୋଇଥିଲେ। ଭାରତ ୪୬ ରନରେ ଦ୍ୱିତୀୟ ୱିକେଟ ହରାଇଥିଲା। ଏତିକି ବେଳେ ସୁଦର୍ଶନ ଓ ରାହୁଲ ସ୍ଥିତି ସମ୍ଭାଳିଥିଲେ।

Advertisment

ସୁଦର୍ଶନ ନିଜର ଦିନିକିଆ କ୍ୟାରିୟରରେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ବି ହାସଲ କରିଥିଲେ। କିନ୍ତୁ ସେ ୬୨ ରନ କରି ଲିଜାଡ ୱିଲିୟମସଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ରାହୁଲ ମଧ୍ୟ ୫୬ ରନ କରି ନାନ୍ଦ୍ରେ ବୁରଗେରଙ୍କ ଭଲରେ ଆଉଟ ହୋଇଥିଲେ। ରାହୁଲଙ୍କ ପୂର୍ବରୁ ସଞ୍ଜୁ ସାମସନ ୧୨ଙ୍କ ୱିକେଟ ବେଉରାନ ହେଣ୍ଡ୍ରିକ୍ସ ନେଇଥିଲେ।

ଡେବ୍ୟୁଟାଣ୍ଟ ରିଙ୍କୁ ସିଂହ ୧୭, ଅକ୍ଷର ପଟେଲ ୭ ଓ କୁଲଦୀପ ଯାଦବ କେବଳ ୧ ରନ କରିବାକୁ ସକ୍ଷମ ହୋଇଥିଲେ। ଭାରତ କ୍ରମାଗତ ୱିକେଟ ହରାଇ ଚାଲିଥିଲା। ଶେଷ ଭାଗରେ ଅର୍ଶଦୀପ ସିଂହ ୧୮ ରନ କରିବାରୁ ଭାରତ ସ୍କୋର ୨୦୦ ଟପି ଥିଲା।

ଅର୍ଶଦୀପ ୧୮ଙ୍କୁ ଆଉଟ କରି ହେଣ୍ଡ୍ରିକ୍ସ ଭାରତକୁ ୯ମ ଝଟକା ଦେଇଥିଲେ। ଶେଷ ୱିକେଟ ଭାବେ ଆବେଶ ଖାନ ୯ ରନ କରି ରନ ଆଉଟ ହେବାକୁ ଭାରତର ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

ଭାରତ ୨୧୧ ରନ କରିଥିବାରୁ ଏବେ ଦକ୍ଷିଣ ଆଫ୍ରିକାକୁ ମ୍ୟାଚ୍‌ ଜିତିବା ପାଇଁ ୨୧୨ ରନର ଟାର୍ଗେଟ ମିଳିଛି।

Indian Cricket Team India Cricket INDvsSA