Advertisment

ଟି-୨୦ ମୁଡରେ ଭାରତ, ଟେଷ୍ଟ କ୍ରିକେଟରେ କଲା ବିଶ୍ୱ ରେକର୍ଡ

୪ର୍ଥ ଦିନର ଟି’ ପୂର୍ବରୁ ଭାରତୀୟ ଟିମ ବାଂଲାଦେଶକୁ ୨୩୩ ରନରେ ଅଲଆଉଟ କରିବା ପରେ ଟି-୨୦ ଷ୍ଟାଇଲରେ ବ୍ୟାଟିଂ କରିଛି। ଦଳ ଦ୍ରୁତ ଗତିରେ ରନ ସଂଗ୍ରହ କରି ଟେଷ୍ଟ କ୍ରିକେଟରେ ବିଶ୍ୱ ରେକର୍ଡ କରିଛି।

author-image
Hemant Lenka
Rohit

Rohit

ଟେଷ୍ଟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛି ଭାରତୀୟ କ୍ରିକେଟ ଟିମ। ବର୍ଷା ଯୋଗୁ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଅଢ଼େଇ ଦିନ ଧୋଇ ଯିବାରୁ ରୋହିତ ସେନା ପୂରା ଆଟାକିଂ ମୁଡ୍‌କୁ ଚାଲି ଆସିଛି। ୪ର୍ଥ ଦିନର ଟି’ ପୂର୍ବରୁ ଭାରତୀୟ ଟିମ ବାଂଲାଦେଶକୁ ୨୩୩ ରନରେ ଅଲଆଉଟ କରିବା ପରେ ଟି-୨୦ ଷ୍ଟାଇଲରେ ବ୍ୟାଟିଂ କରିଛି। ଦଳ ଦ୍ରୁତ ଗତିରେ ରନ ସଂଗ୍ରହ କରି ଟେଷ୍ଟ କ୍ରିକେଟରେ ବିଶ୍ୱ ରେକର୍ଡ କରିଛି।

Advertisment

ଅଧିନାୟକ ରୋହିତ ଶର୍ମା ଓ ଓପନର ଯଶସ୍ୱୀ ଜୈସୱାଲ ଟି-୨୦ ଗିୟରରେ ବ୍ୟାଟିଂ କରି ଟେଷ୍ଟ କ୍ରିକେଟରେ ଦ୍ରୁତତମ ୫୦ ଭାରତ ନାଁରେ କରିଛନ୍ତି। ମାତ୍ର ୩ ଓଭରରେ ୫୦ ରନ ହାସଲ କରିବା ଟେଷ୍ଟ କ୍ରିକେଟରେ କେବେ ହେଲେ ଦେଖିବାକୁ ମିଳି ନଥିଲା। ୩ ଓଭରରେ ହୋଇଥିବା ୫୦ ରନ ମଧ୍ୟରୁ ଯଶସ୍ୱୀ ୧୩ ବଲରେ ୩୦ ଓ ରୋହିତ ୬ ବଲରେ ୧୯ ରନ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ରୋହିତ ୧୧ ବଲରେ ୨୩ ଓ ଯଶସ୍ୱୀ ୫୧ ବଲରେ ୭୨ ରନ କରି ଆଉଟ ହୋଇଛନ୍ତି। 

ପୂର୍ବରୁ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୫୦ ରନ ହାସଲ କରିବାର ରେକର୍ଡ ଇଂଲଣ୍ଡ ନାଁରେ ଥିଲା। ଇଂଲଣ୍ଡ ୪.୨ ଓଭରରେ ଦଳୀୟ ସ୍କୋରକୁ ୱେଇଣ୍ଡିଜ ବିପକ୍ଷରେ ୫୦ ରନରେ ପହଞ୍ଚାଇଥିଲା। ଜୁଲାଇ ମାସରେ ଇଂଲଣ୍ଡ ୩୦ ବର୍ଷ ଧରି ନିଜ ନାଁରେ ଥିବା ରେକର୍ଡକୁ ଅତିକ୍ରମ କରିଥିଲା। ଏବେ ଭାରତ ଦ୍ରୁତତମ ୫୦ ରନ ହାସଲ କରିବା ତାଲିକାର ୧ନଂ ସ୍ଥାନରେ ଥିବା ବେଳେ ବାକି ୩ଟି ସ୍ଥାନରେ ଇଂଲଣ୍ଡ ରହିଛି।

Advertisment

ଭାରତର ବିଶ୍ୱ ରେକର୍ଡ ଏହି ଠାରେ ସରିନି। ଦଳ ଟେଷ୍ଟ କ୍ରିକେଟରେ ୧୦୦ ରନ ପୂରଣ କରିବାରେ ନୂଆ ବିଶ୍ୱ ରେକର୍ଡ କରିଛି। ୫୦ ରନ ଭଳି ଭାରତ ନାଁରେ ଦ୍ରୁତତମ ୧୦୦ ରନର ରେକର୍ଡ ଯୋଡ଼ି ହୋଇଯାଇଛି।

ଆଜି ବାଂଲାଦେଶ ବିପକ୍ଷରେ ଭାରତୀୟ ଟିମ ୧୦.୧ ଓଭରରେ ୧୦୦ ରନ କରି ନୂଆ କୀର୍ତ୍ତିମାନ ହାସଲ କରିଛି। ପୂର୍ବରୁ ମଧ୍ୟ ଦ୍ରୁତତମ ୧୦୦ ରନର ରେକର୍ଡ ଭାରତ ନାଁରେ ଥିଲା। ଦଳ ୧୨.୨ ଓଭରରେ ୧୦୦ ରନ ପୂରଣ କରିଥିଲା।

Rohit Sharma Test Cricket Test Match