Advertisment

ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ସେମି ଫାଇନାଲ ଖେଳିବେନି ହରମନପ୍ରୀତ କୌର ଓ ପୂଜା!

ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରେ ହରମନପ୍ରୀତ କୌରଙ୍କ ଭାରତୀୟ ଟିମ ୪ଟି ମ୍ୟାଚ୍‌ରୁ ୩ଟିରେ ଜିତି ସେମି ଫାଇନାଲରେ ପ୍ରବେଶ କରିଥିଲା।

author-image
Hemant Lenka
Harmanpreet Kaur

Harmanpreet Kaur

ଟି-୨୦ ମହିଳା ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ସେମି ଫାଇନାଲ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଫ୍ୟାନ୍ସ ଓ ଦଳକୁ ଶକ୍ତ ଝଟକା ଲାଗିଛି। ଆଜି ସନ୍ଧ୍ୟା ୬.୩୦ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ମହିଳା ଦଳ ବିପକ୍ଷରେ ଭାରତ ସେମି ଫାଇନାଲ ମ୍ୟାଚ୍‌ ଖେଳିବ। ହେଲେ ଏହାପୂର୍ବରୁ ରିପୋର୍ଟ ଆସିଛି ଯେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀ କୌର ଓ ପୂଜା ବସ୍ତ୍ରକର ମ୍ୟାଚ୍‌ ଖେଳିବେ ନାହିଁ।

Advertisment

ଅସୁସ୍ଥତା କାରଣରୁ ଉଭୟ ଆଜିର ମ୍ୟାଚ୍‌ରୁ ବାଦ ପଡ଼ିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କୌରଙ୍କ ଅନୁପସ୍ଥିତିରେ ସ୍ମୃତି ମନ୍ଧାନା ଦଳର ନେତୃତ୍ୱ ନେବେ। ହେଲେ ଟିମ କମ୍ବିନେସନ କେମିତି ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। 

ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରେ ହରମନପ୍ରୀତ କୌରଙ୍କ ଭାରତୀୟ ଟିମ ୪ଟି ମ୍ୟାଚ୍‌ରୁ ୩ଟିରେ ଜିତି ସେମି ଫାଇନାଲରେ ପ୍ରବେଶ କରିଥିଲା। ଗ୍ରୁପ ପର୍ଯ୍ୟାୟରେ ଦଳ କେବଳ ଇଂଲଣ୍ଡ ଠାରୁ ହାରିଥିଲା। ଦଳ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ, ଦ୍ୱିତୀୟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଓ ୪ର୍ଥ ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ଡକୁ ହରାଇଥିଲା।

Advertisment

ଆୟର୍ଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ହିଁ କୌର ଅସୁସ୍ଥତା ଅନୁଭବ କରିଥିଲେ। ତଥାପି ସେ ଦଳର ନେତୃତ୍ୱ ନେବା ସହ ୩ନଂରେ ବ୍ୟାଟିଂ କରିଥିଲେ। ହେଲେ ଏବେ ସେ ଓ ପୂଜା ଅସୁସ୍ଥ ଥିବାରୁ ଆଜିର ମ୍ୟାଚ୍‌ରେ ନଜର ଆସିବେ ନାହିଁ ବୋଲି ଟିମ ମ୍ୟାନେଜମେଣ୍ଟ ସୂତ୍ରରୁ ଜଣାପଡ଼ିଛି। କେବଳ ଏହି ଦୁଇ ଖେଳାଳି ନୁହନ୍ତି, ଅଲରାଉଣ୍ଡର ରାଧା ଯାଦବ ମଧ୍ୟ ଫିଟନେସ ଜନିତ ସମସ୍ୟାରେ ପଡ଼ିଛନ୍ତି। ସେ ମ୍ୟାଚ୍‌ ଖେଳିବେ କି ନାହିଁ, ସେକଥା ଟସ୍‌ ପୂର୍ବରୁ ହିଁ ସ୍ପଷ୍ଟ ହେବ।

କୌର ନିଜର ବ୍ୟାଟିଂ ପାଇଁ ଜଣାଶୁଣା ଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଅନୁପସ୍ଥିତି ମନ୍ଧାନାଙ୍କ ଉପରେ ଅଧିକ ଚାପ ସୃଷ୍ଟି କରିବ। ସେହିପରି ପୂଜା ବସ୍ତ୍ରକର ଦ୍ରୁତ ବୋଲିଂ ସହ ବଡ଼ ହିଟ ଲଗାଇବାରେ ମାହିର। ତେଣୁ ଏହି ଦୁଇ ଖେଳାଳିଙ୍କ ଅନୁପସ୍ଥିତି ଟିମ କମ୍ବିନେସନ ଉପରେ ମଧ୍ୟ ପ୍ରଭାବ ପକାଇବାର ଆଶଙ୍କା ରହିଛି। ସାମ୍ନାରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳ ଥିବାରୁ ଭାରତ ପାଇଁ ଆହତ ସମସ୍ୟା ଚିନ୍ତାର କାରଣ ପାଲଟିଛି।

T20 World Cup Women Cricketers Women Cricket