Advertisment

ହରମନପ୍ରୀତ କୌରଙ୍କୁ ୨ଟି ମ୍ୟାଚ୍‌ରୁ ବାସନ୍ଦ କଲା ଆଇସିସି, ଜୋରିମାନା ମଧ୍ୟ ଲଗାଇଲା

ତାଙ୍କ ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେ ଆଇସିସି କୋଡ ଅଫ କଣ୍ଡକ୍ଟର ଦୁଇଟି ଭିନ୍ନଭିନ୍ନ ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କୁ ଭାରତର ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ସେହିପରି ତାଙ୍କ ମ୍ୟାଚ୍‌କୁ ୭୫% କାଟି ଦିଆଯାଇଛି।

Cricket

Cricket

Advertisment

ଭାରତୀୟ ମହିଳା କ୍ରିକେଟର ଟିମର ଅଧିନାୟକ ହରମନପ୍ରୀତ କୌରଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି। ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ହରମନପ୍ରୀତ ଅମ୍ପାୟାରଙ୍କ ଆଉଟ ନିଷ୍ପତ୍ତିରେ କ୍ଷୁବ୍ଧ ହେବା ସହ ବ୍ୟାଟ୍‌ରେ ୱିକେଟକୁ ପିଟି ଦେଇଥିଲେ।

Advertisment

ଏଥିପାଇଁ ତାଙ୍କ ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେ ଆଇସିସି କୋଡ ଅଫ କଣ୍ଡକ୍ଟର ଦୁଇଟି ଭିନ୍ନଭିନ୍ନ ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କୁ ଭାରତର ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ସେହିପରି ତାଙ୍କ ମ୍ୟାଚ୍‌କୁ ୭୫% କାଟି ଦିଆଯାଇଛି। 

ଶନିବାର ପୂରା ଘଟଣା ଘଟିଥିବା ବେଳେ ଭାରତ ଓ ବାଂଲାଦେଶ ମଧ୍ୟରେ ତୃତୀୟ ଦିନିକିଆ ଟାଇରେ ଶେଷ ହୋଇଥିଲା। ଏଥିସହ ସିରିଜ୍‌ ମଧ୍ୟ ୧-୧ରେ ବରାବର ହୋଇଯାଇଥିଲା। ଆଇସିସି ଆଜି ଜାରି କରିଥିବା ପ୍ରେସ ରିଲିଜ୍‌ରେ କହିଛି, “ଆଇସିସି ମହିଳା ଚାମ୍ପିୟଶିପ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଢାକାରେ ଅନୁଷ୍ଠିତ ହେଉଥିବା ବେଳେ ପୂରା ଘଟଣା ଘଟିଥିଲା।

Advertisment

ଭାରତୀୟ ଇନିଂସରେ ୩୪ତମ ଓଭରରେ ହରମନପ୍ରୀତ କୌର ବାଂଲାଦେଶର ନାହିଦା ଅଖତରଙ୍କ ବଲରେ ଆଉଟ ହୋଇଥିଲେ। ଅମ୍ପାୟାରଙ୍କ ନିଷ୍ପତ୍ତିରେ ରାଗି ଯାଇ ସେ ୱିକେଟକୁ ପିଟି ନିଜର ଅସନ୍ତୋଷ ଜାହିର କରିଥିଲେ। ଏହା ପ୍ରଥମ ଘଟଣା ଥିଲା। 

ଲେଭଲ ୨ ଅଫେନ୍ସ ପାଇଁ କୌରଙ୍କ ମ୍ୟାଚ୍‌ ଫି’ ୫୦% କଟାଯିବା ସହ ବିଶୃଙ୍ଖଳା ଆଚରଣ ପାଇଁ ତାଙ୍କୁ ୩ଟି ଡିମେରିଟ ପଏଣ୍ଟ ମିଳିଛି। ସେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଇସିସି କୋଡ ଅଫ କଣ୍ଡକ୍ଟର ଧାରା ୨.୮କୁ ଉଲ୍ଲଙ୍ଘନ କରିଛନ୍ତି।”

କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଘଟିଥିବା ଘଟଣାକୁ ସର୍ବସମ୍ମୁଖରେ ସମାଲୋଚନା କରି କୌର ଲେଭଲ ୧ ଅଫେନ୍ସ ମଧ୍ୟ କରିଛନ୍ତି। ଏଥିପାଇଁ ତାଙ୍କ ମ୍ୟାଚ୍‌ ଫି’କୁ ଆଉ ୨୫% କାଟ କରାଯାଇଛି। ମ୍ୟାଚ୍‌ ପରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସେ ଅମ୍ପାୟାରିଂକୁ ସମାଲୋଚନା କରିଥିଲେ। ଆଇସିସି କହିଛି ଯେ ହରମନପ୍ରୀତ କୌର ତାଙ୍କ ଭୁଲକୁ ମାନି ନେଇଛନ୍ତି। ତେଣୁ ଏହାର ବିଧିବଦ୍ଧ ଶୁଣାଣିର ଆବଶ୍ୟକ ନାହିଁ।

ହରମନପ୍ରୀତ କୌର ଦୁଇଟି ମ୍ୟାଚ୍‌ରୁ ବାସନ୍ଦ ହେବାର ଅର୍ଥ ଭାରତ ଖେଳିବାକୁ ଥିବା ଆଗାମୀ ଦୁଇଟି ମ୍ୟାଚ୍‌ରେ ସେ ନିଜର ଆସିବେ ନାହିଁ। ଯଦି ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ତା’ହେଲେ ଗୋଟିଏ ମ୍ୟାଚ୍‌ରେ ହିଁ ସେ ଖେଳିବେ ନାହିଁ। କିନ୍ତୁ ଦିନିକିଆ କିମ୍ବା ଟି-୨୦ କ୍ଷେତ୍ରରେ ଏହି ଦଣ୍ଡାଦେଶ ଦୁଇଟି ମ୍ୟାଚ୍‌ରେ ଲାଗୁ ହେବ।

Indian Cricket Team Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe