/odisha-reporter/media/post_attachments/uploadimage/library/16_9/16_9_0/asia_Cup_1734859976.jpg)
asia Cup
ପ୍ରଥମଥର ପାଇଁ ଅଣ୍ଡର ୧୯ ମହିଳା ଟି-୨୦ ଏସିଆ କପ ଖେଳା ଯାଉଥିବା ବେଳେ ଭାରତ ନୂଆ ବିଜେତା ହୋଇଛି। ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ ବାଂଲାଦେଶକୁ ୪୧ରେ ପରାସ୍ତ କରିଦେଇଛି। କିଛି ଦିନ ତଳେ ପୁରୁଷ ଅଣ୍ଡର ୧୯ ଏସିଆ କପ ଫାଇନାଲରେ ବାଂଲାଦେଶ ଚତ୍ମକାର ଢଙ୍ଗରେ ଭାରତକୁ ହରାଇ ଦେଇଥିଲେ।
ହେଲେ ଅଣ୍ଡର ୧୯ ଭାରତୀୟ ମହିଳା ଦଳ ଚାମ୍ପିୟନ ହୋଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଫାଇନାଲରେ ଭାରତ ପକ୍ଷରୁ ଓପନର ଗୋଙ୍ଗାଡି ତ୍ରିଶା ୪୭ ବଲରେ ୫୨ ରନର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମଧ୍ୟ ମିଳିଛି।
କ୍ୱାଲଲମପୁରରେ ଖେଳାଯାଉଥିବା ଅଣ୍ଡର ୧୯ ଏସିଆ କପ ଫାଇନାଲରେ ଟସ୍ ହାରି ପ୍ରଥମ ବ୍ୟାଟିଂ କରୁଥିବା ଭାରତ ପାଇଁ ତ୍ରିଶା ୫୨ ରନର ଇନିଂସ ଖେଳିଥିବା ବେଳେ ଅନ୍ୟ କେହି ବି ବଡ଼ ସ୍କୋର କରିପାରି ନଥିଲେ। ଅଧିନାୟକ ନିକି ପ୍ରସାଦ ୧୨, ମିତାଲୀ ବିନୋଦ ୧୭ ଓ ଶେଷ ଭାଗରେ ଆୟୁଶି ଶୁକ୍ଳା ୧୦ ରନ କରିବାରୁ ଭାରତୀୟ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୧୭ ରନ କରିଥିଲା।
ବାଂଲାଦେଶ ପକ୍ଷରୁ ଫରଜାନା ଇସମିନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ନିଶିତା ଅକତର ନିଶି ଦୁଇଟି ଓ ହବିବା ଇସଲାମ ଗୋଟିଏ ସଫଳତା ପାଇଥିଲେ।
୧୧୮ ରନର ଟାର୍ଗେଟ ପାଇଥିବା ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର ଫାହୋମିଦା ଛୋୟା ୧୮ ଜୁରିୟା ଫିରୋଦଶ ୨୨ ରନକୁ ଛାଡ଼ି ଦେଲେ ବାଂଲାଦେଶର ଆଉ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନଥିଲେ। ଶେଷରେ ବାଂଲାଦେଶ ୧୮.୩ ଓଭରରେ ୭୬ ରନ କରି ଅଲଆଉଟ ହୋଇଯାଇଥିଲା। ଭାରତ ୪୧ ରନରେ ମ୍ୟାଚ୍କୁ ଜିତି ଅଣ୍ଡର ୧୯ ମହିଳା ଟି-୨୦ର ନୂଆ ବିଜେତା ହୋଇଛି।
𝗕𝗢𝗪 𝗗𝗢𝗪𝗡 𝗧𝗢 𝗧𝗛𝗘 𝗖𝗛𝗔𝗠𝗣𝗜𝗢𝗡𝗦! 🏆
Presenting the winners of the inaugural edition of the #ACCWomensU19AsiaCup 2024 - India Women U19! 🇮🇳#ACC#INDWvsBANWpic.twitter.com/W7FGXyQDfE
— AsianCricketCouncil (@ACCMedia1) December 22, 2024
ଭାରତ ପକ୍ଷରୁ ଆୟୁଶି ଶୁକ୍ଳା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ପରୁନିକା ସିସୋଦିଆ ଓ ସୋନମ ଯାଦବ ୨ଟି ଲେଖାଏ ସଫଳତା ପାଇଛନ୍ତି। ବାଂଲାଦେଶର ନିଶିତା(୧) ରନ ଆଉଟ ହୋଇଥିବା ବେଳେ ଭିଜେ ଜୋଶିତା ଗୋଟିଏ ୱିକେଟ ନେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
