Advertisment

ଟିମ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ଆବେଦନ କରିଛନ୍ତି ନରେନ୍ଦ୍ର ମୋଦି ଓ ଶାହରୁଖ ଖାନ!

ବିସିସିଆଇକୁ ନରେନ୍ଦ୍ର ମୋଦି, ଅମିତ ଶାହ, ବୀରେନ୍ଦ୍ର ସେହୱାଗ, ଶାହରୁଖ ଖାନ, ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାଁରେ ଆବେଦନପତ୍ର ଆସିଛି। ଏଭଳି ପ୍ରାୟ ୩୪୦୦ଟି ଫେକ ଆବେଦନପତ୍ର ବିସିସିଆଇ ପାଖରେ ପହଞ୍ଚିଛି।

Narendra Modi

Narendra Modi

Advertisment

ଟି-୨୦ ବିଶ୍ୱକପ ପରେ ଭାରତୀୟ କ୍ରିକେଟ ଟିମକୁ ନୂଆ ମୁଖ୍ୟ କୋଚ୍ ମିଳିବେ। ଏଥିପାଇଁ ବିସିସିଆଇ ଦରଖାସ୍ତ ଆହ୍ୱାନ କରିଥିଲା। ୨୭ ତାରିଖରୁ ଆବେଦନ ପ୍ରକ୍ରିୟା ଶେଷ ହୋଇଛି।

Advertisment

ତେବେ ବିସିସିଆଇକୁ ଏହି ସମୟସୀମା ମଧ୍ୟରେ ୩୪୦୦ଟି ନକଲି ଆବେଦନପତ୍ର ମିଳିଛି। ଭାରତୀୟ ଟିମର ମୁଖ୍ୟ କୋଚ୍‌ ହେବା ପାଇଁ ନରେନ୍ଦ୍ର ମୋଦି, ଅମିତ ଶାହ ଓ ଶାହରୁଖ ଖାନଙ୍କ ଭଳି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାଁରେ ନକଲି ଆବେଦନପତ୍ର ମଧ୍ୟ ଦାଖଲ କରାଯାଇଛି।

୨୭ ତାରିଖରେ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବିସିସିଆଇ ଏବେ ସେଗୁଡ଼ିକୁ ଯାଞ୍ଚ କରୁଛି। ଯାଞ୍ଚ ବେଳେ ବିସିସିଆଇ ନକଲି ଆବେଦନପତ୍ର ସମ୍ପର୍କରେ ତଥ୍ୟ ପାଇଛି।

Advertisment

ବିସିସିଆଇକୁ ନରେନ୍ଦ୍ର ମୋଦି, ଅମିତ ଶାହ, ବୀରେନ୍ଦ୍ର ସେହୱାଗ, ଶାହରୁଖ ଖାନ, ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାଁରେ ଆବେଦନପତ୍ର ଆସିଛି। ଏଭଳି ପ୍ରାୟ ୩୪୦୦ଟି ଫେକ ଆବେଦନପତ୍ର ବିସିସିଆଇ ପାଖରେ ପହଞ୍ଚିଛି।

ତେବେ ଏପରି ନକଲି ଆବେଦନପତ୍ର ବିସିସିଆଇ ପାଇଁ ନୂଆ ନୁହେଁ। କାରଣ ପୂର୍ବରୁ ମଧ୍ୟ ଏପରି ଶହଶହ ନକଲି ଆବେଦନପତ୍ର ସଂସ୍ଥା ପାଖକୁ ଆସିବାର ନଜିର ରହିଛି। ବିସିସିଆଇ କହିଛି ଯେ ବାରମ୍ବାର ନକଲି ଆବେଦନପତ୍ର ଆସୁଥିବାରୁ ଏଥିରୁ ମୁକୁଳିବା ପାଇଁ ଆସନ୍ତା ଥର ନୂଆ ପଦକ୍ଷେପ ଗ୍ରହଣ କରାଯିବ।

ନୂଆ ବ୍ୟବସ୍ଥା ଦ୍ୱାରା ଆବେଦନପତ୍ର ଆହ୍ୱାନ କରାଯିବ। ଏହାଦ୍ୱାରା ନକଲି ଆବେଦନକାରୀଙ୍କ ସଂଖ୍ୟା ହ୍ରାସ ପାଇବ। ଆବେଦନ ପ୍ରକ୍ରିୟା ପବ୍ଲିକ ଡୋମେନରେ ରହୁଥିବାରୁ ଫ୍ୟାନ୍ସ ଓ ଅନେକ ଲୋକ ଫର୍ମକୁ ସହଜରେ ହାସଲ କରିପାରୁଛନ୍ତି। ତେଣୁ ଏପରି ଘଟଣା ଘଟିଥିବା ବିସିସିଆଇ ପକ୍ଷରୁ କୁହାଯାଇଛି।

Narendra Modi Shah Rukh Khan Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe