Advertisment

ଟିମ୍ ଇଣ୍ଡିଆକୁ ବଡ଼ ଝଟକା, କୋଚ୍ ରବି ଶାସ୍ତ୍ରୀ କରୋନାରେ ଆକ୍ରାନ୍ତ

ଲଣ୍ଡନ: ଇଂଲଣ୍ଡରେ ଥିବା ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା। ଟିମର ହେଡ୍ କୋଚ୍ ରବି ଶାସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶାସ୍ତ୍ରୀଙ୍କ ଭିତରେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖା ଦେଇଛି। ଯାହା ପରେ ଶାସ୍ତ୍ରୀଙ୍କ ସମେତ ଚାରି ଜଣଙ୍କୁ ଆଇସୋଲେଟ୍ କରିଦିଆଯାଇଛି। ବିସିସିଆଇ ମେଡିକାଲ୍ ଟିମ୍ ରବି ଶାସ୍ତ୍ରୀ, ବୋଲିଂ କୋଚ୍ ଭରତ ଅରୁଣ, ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର ଓ ଫିଜିଓଥେରାପିଷ୍ଟ ନୀତୀଲ ପଟେଲଙ୍କୁ ଏବେ ଆଇସୋଲେସନରେ ରଖିଛି। ଏବେ ସମସ୍ତଙ୍କର ଆରଟିପିସିଆର୍ ଟେଷ୍ଟ […]

ଅଦ୍ୟତନ ହୋଇଛି
ଟିମ୍ ଇଣ୍ଡିଆକୁ ବଡ଼ ଝଟକା, କୋଚ୍ ରବି ଶାସ୍ତ୍ରୀ କରୋନାରେ ଆକ୍ରାନ୍ତ

ravi-shastri

Advertisment

ଲଣ୍ଡନ: ଇଂଲଣ୍ଡରେ ଥିବା ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା। ଟିମର ହେଡ୍ କୋଚ୍ ରବି ଶାସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶାସ୍ତ୍ରୀଙ୍କ ଭିତରେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖା ଦେଇଛି। ଯାହା ପରେ ଶାସ୍ତ୍ରୀଙ୍କ ସମେତ ଚାରି ଜଣଙ୍କୁ ଆଇସୋଲେଟ୍ କରିଦିଆଯାଇଛି। ବିସିସିଆଇ ମେଡିକାଲ୍ ଟିମ୍ ରବି ଶାସ୍ତ୍ରୀ, ବୋଲିଂ କୋଚ୍ ଭରତ ଅରୁଣ, ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର ଓ ଫିଜିଓଥେରାପିଷ୍ଟ ନୀତୀଲ ପଟେଲଙ୍କୁ ଏବେ ଆଇସୋଲେସନରେ ରଖିଛି।

Advertisment

ଏବେ ସମସ୍ତଙ୍କର ଆରଟିପିସିଆର୍ ଟେଷ୍ଟ କରାଯିବ। ତେଣୁ ସମସ୍ତେ ହୋଟେଲ ଭିତରେ ରହିବେ। ମେଡିକାଲ୍ ଟିମ୍ ଠାରୁ କ୍ଲିୟରାନ୍ସ ନମିଳିବା ଯାଏ ଏମାନଙ୍କ ମଧ୍ୟରୁ କେହିବି ବାହାରକୁ ବାହାରି ପାରିବେ ନାହିଁ।

ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ବିସିସିଆଇ ମେଡିକାଲ୍ ଟିମ୍ ଶନିବାର ସନ୍ଧ୍ୟାରେ ଶାସ୍ତ୍ରୀଙ୍କର ଲାଟେରାଲ୍ ଫ୍ଲୋ ଟେଷ୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ସତର୍କତା ଦୃଷ୍ଟିରୁ ଶାସ୍ତ୍ରୀଙ୍କ ସମେତ ୪ ଜଣଙ୍କୁ ଆଇସୋଲେଟ୍ କରିଦିଆଯାଇଛି। ତେବେ ଟିମର ବାକି ଦୁଇ ସଦସ୍ୟଙ୍କର ରାପିଡ୍ ଟେଷ୍ଟ ହୋଇଛି। ଗୋଟିଏ ଶନିବାର ରାତିରେ ଏବଂ ଅନ୍ୟଟି ଆଜି ସକାଳେ ହୋଇଛି। ନେଗେଟିଭ୍ ରିପୋର୍ଟ ଆସିବା ପରେ ସେ ସବୁ ସଦସ୍ୟଙ୍କୁ ଓଭାଲରେ ଚାଲିଥିବା ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନ ପାଇଁ ଆଗକୁ ବଢ଼ିବାକୁ ଅନୁମତି ମିଳିବ।ୟ

Advertisment

ସୂଚନାଯୋଗ୍ୟ, ରାପିଡ୍ ଲାଟେରାଲ୍ ଫ୍ଲୋ ଟେଷ୍ଟ ସେହିମାନଙ୍କ ପାଇଁ ଧାର୍ଯ୍ୟ ହୋଇଥାଏ, ଯେଉଁମାନଙ୍କ ଭିତରେ କରୋନା ଭାଇରସର କୌଣସି ଲକ୍ଷଣ ନଥାଏ। ଯଦି ଜଣଙ୍କ ଭିତରେ କୋଭିଡ୍ ଲକ୍ଷଣ ନାହିଁ, ତାହେଲେ ତାଙ୍କୁ ଗୋଟିଏ ପିସିଆର୍ ଟେଷ୍ଟ କରିବାକୁ ପଡ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe