Advertisment

ରୋହିତ୍‌ଙ୍କ ହ୍ୟାଟ୍ରିକ୍ କ୍ଲିନ୍ ସୁଇପ୍

ଧର୍ମଶାଳା: ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଆଉ ଏକ କ୍ଲିନ୍ ସୁଇପ୍ କରିଛି। ଧର୍ମଶାଳରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଶ୍ରେୟସ ଆୟରଙ୍କ ଆଉଏକ ଧମାକେଦାର ଇନିଂସ୍ ବଳରେ ଭାରତ ୬ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟକୁ ୩-୦ରେ ମୂଳପୋଛ କରିନେଇଛି। ଏଥିସହ କ୍ୟାପଟେନ୍ ଭାବେ ରୋହିତ୍ କ୍ରମାଗତ ତୃତୀୟ ଟି-୨୦ ସିରିଜକୁ କ୍ଲିନ୍ ସୁଇପ୍ କରିନେଇଛି। ଗତବର୍ଷ ନ୍ୟୁଜିଲ୍ୟାଣ୍ଡ ଏବଂ ଗତ ସପ୍ତାହରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ରୋହିତ୍‌ଙ୍କ ହ୍ୟାଟ୍ରିକ୍ କ୍ଲିନ୍ ସୁଇପ୍

iyer

ଧର୍ମଶାଳା: ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଆଉ ଏକ କ୍ଲିନ୍ ସୁଇପ୍ କରିଛି। ଧର୍ମଶାଳରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଶ୍ରେୟସ ଆୟରଙ୍କ ଆଉଏକ ଧମାକେଦାର ଇନିଂସ୍ ବଳରେ ଭାରତ ୬ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟକୁ ୩-୦ରେ ମୂଳପୋଛ କରିନେଇଛି। ଏଥିସହ କ୍ୟାପଟେନ୍ ଭାବେ ରୋହିତ୍ କ୍ରମାଗତ ତୃତୀୟ ଟି-୨୦ ସିରିଜକୁ କ୍ଲିନ୍ ସୁଇପ୍ କରିନେଇଛି। ଗତବର୍ଷ ନ୍ୟୁଜିଲ୍ୟାଣ୍ଡ ଏବଂ ଗତ ସପ୍ତାହରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜରେ ଭାରତ କ୍ଲିନ୍ ସୁଇପ୍ କରିଥିଲା।

Advertisment

ରବିବାର ଅନୁଷ୍ଠିତ ମ୍ୟାଚରେ ଭ୍ରମଣକାରୀ ଦଳର କ୍ୟାପଟେନ୍ ଦାସୁନ୍ ଶନକାଙ୍କ ଜବରଦସ୍ତ ଇନିଂସ୍ ବଳରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୪୬ ରନ୍ କରିଥିଲା। ଜବାବରେ ଭାରତ ମାତ୍ର ୧୬.୫ ଓଭରରେ ୪ ୱିକେଟ୍ ହରାଇ ୧୪୬ ରନ୍ କରି ବିଜୟୀ ହୋଇଛି। ଶ୍ରେୟସ ଆୟର୍ ୪୫ ବଲରେ ଅପରାଜିତ ୭୩ (୯ ଚୌକା, ୧ ଛକା) ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ସିରିଜ୍ ବିବେଚିତ ହୋଇଛନ୍ତି।

୧୪୭ ରନର ଲକ୍ଷ୍ୟର ପିଛା କରିବା ପାଇଁ ଭାରତକୁ ସେତେଟା ସଂଘର୍ଷ କରିବାକୁ ପଡ଼ିନଥିଲା। ଦୁଇ ଓପ୍ନର ସଞ୍ଜୁ ସାମସନ୍ (୧୮) ଓ କ୍ୟାପଟେନ୍ ରୋହିତ୍ (୫) ସହଳ ଆଉଟ୍ ହୋଇଥିଲେ। କିନ୍ତୁ ଆୟର୍ ନିଜର ଜବରଦସ୍ତ ଫର୍ମ ଜାରି ରଖି ଏକାକୀ ଟିମକୁ ବିଜୟୀ କରାଇଥିଲେ। ସେ ସଞ୍ଜୁ ସାମସନଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୪୫, ଦୀପକ ହୁଡା (୨୧)ଙ୍କ ସହ ତୃତୀୟ ୱିକେଟ୍ ପାଇଁ ୩୮ ରନ୍ ଯୋଡ଼ିଥିଲେ। ଭେଙ୍କଟେଶ ଆୟର୍ (୫) ନିରାଶ କରିଥିଲେ। କିନ୍ତୁ ଜାଡେଜା ଓ ଆୟରଙ୍କ ଯୋଡ଼ି ଭାରତକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୪୫ ରନର ଭାଗିଦାରୀ କରି ଭାରତକୁ ଜିତାଇଥିଲେ। ଜାଡେଜା ୧୫ ବଲରେ ୩ ଚୌକା ସହ ୨୨ ରନ୍ କରି ଅପରାଜିତ ଥିଲେ।

Advertisment

ପୂର୍ବରୁ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪ଟି ପରିବର୍ତ୍ତନ ସହ ଓହ୍ଲାଇଥିବା ଭାରତ ଭ୍ରମଣକାରୀ ଦଳର ଏହି ନିଷ୍ପତ୍ତିକୁ ଭୁଲ୍ ପ୍ରମାଣିତ କରିଥିଲା। ଭାରତୀୟ ବୋଲରମାନେ ଆରମ୍ଭରୁ ଶ୍ରୀଲଙ୍କା ବ୍ୟାଟରଙ୍କୁ ନିୟନ୍ତ୍ରଣରେ ରଖିଥିଲେ। ଶ୍ରୀଲଙ୍କାର ଚାରି ଟପ୍ ଅର୍ଡର ଯଥା ପାଥୁମ୍ ନିଶାଙ୍କ (୧), ଦନୁସ୍କା ଗୁଣତିଳକ (୦), ଚରିତ ଅସଲଙ୍କା (୪) ଓ ଜନିଥ ଲିୟାନାଗେ (୯) ଦୁଇଅଙ୍କ ଛୁଇଁ ପାରିନଥିଲେ।

୨୯ ରନରେ ୪ ୱିକେଟ୍ ହରାଇ ଶ୍ରୀଲଙ୍କା ସଂକଟରେ ପଡ଼ିଥିବା ବେଳେ କ୍ୟାପଟେନ୍ ଶନକା ଓ ଅଭିଜ୍ଞ ଦିନେଶ ଚାଣ୍ଡିମଲ୍ କିଛି ସମୟ କ୍ରିଜରେ ବିତାଇଥିଲେ। ଚାଣ୍ଡିମଲ୍ (୨୫) ପୁଣିଥରେ ନିରାଶ କରିଥିଲେ। ଚାଣ୍ଡିମଲଙ୍କ ଆଉଟ୍ ବେଳକୁ ଶ୍ରୀଲଙ୍କା ୧୨.୧ ଓଭରରେ ୬୦ ରନ୍ କରିଥିଲେ। ତେବେ ଏହି ସମୟାରେ ଶନକାଙ୍କୁ ଭରପୂର ସାଥ୍ ଦେଇଥିଲେ ଚମିକା କରୁଣାରତ୍ନେ। ଦୁହେଁ ୪୭ ବଲରେ ୮୬ ରନର ଭାଗିଦାରୀ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶନକା ମାତ୍ର ୩୮ ବଲ୍ ଖେଳି ୭୪ ଓ କରୁଣାରତ୍ନେ ୧୨ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଆଭେଶ ଖାନ୍ ୨ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ, ହର୍ଷଲ୍ ପଟେଲ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।