Advertisment

ସିରିଜ୍ ପୋଛିନେଲା ଟିମ୍ ଇଣ୍ଡିଆ

ଅହମଦାବାଦ: ମାଟି କାମୁଡ଼ିଲା ୱେଷ୍ଟଇଣ୍ଡିଜ୍। ବଡ଼ ବିଜୟ ସହ ସିରିଜ୍ ପୋଛି ନେଲା ଟିମ୍ ଇଣ୍ଡିଆ। ଏଠାରେ ଅନୁଷ୍ଠିତ ତୃତୀୟ ତଥା ଶେଷ ଦିନିକିଆରେ ଜବରଦସ୍ତ ବୋଲିଂ ଦମରେ ଟିମ୍ ଇଣ୍ଡିଆ ୯୬ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିନେଇଛି। ଭାରତ ଦ୍ୱାରା ଧାର୍ଯ୍ୟ ୨୬୬ ରନର ଟାର୍ଗେଟ୍ ପିଛା କରି ୱେଷ୍ଟଇଣ୍ଡିଜ୍ ଟିମ୍ ୩୭.୧ ଓଭରରେ ୧୬୯ ରନ୍ କରି ଅଲଆଉଟ୍ ହୋଇଯାଇଛି। ଏହା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସିରିଜ୍ ପୋଛିନେଲା ଟିମ୍ ଇଣ୍ଡିଆ

team-india

ଅହମଦାବାଦ: ମାଟି କାମୁଡ଼ିଲା ୱେଷ୍ଟଇଣ୍ଡିଜ୍। ବଡ଼ ବିଜୟ ସହ ସିରିଜ୍ ପୋଛି ନେଲା ଟିମ୍ ଇଣ୍ଡିଆ। ଏଠାରେ ଅନୁଷ୍ଠିତ ତୃତୀୟ ତଥା ଶେଷ ଦିନିକିଆରେ ଜବରଦସ୍ତ ବୋଲିଂ ଦମରେ ଟିମ୍ ଇଣ୍ଡିଆ ୯୬ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିନେଇଛି। ଭାରତ ଦ୍ୱାରା ଧାର୍ଯ୍ୟ ୨୬୬ ରନର ଟାର୍ଗେଟ୍ ପିଛା କରି ୱେଷ୍ଟଇଣ୍ଡିଜ୍ ଟିମ୍ ୩୭.୧ ଓଭରରେ ୧୬୯ ରନ୍ କରି ଅଲଆଉଟ୍ ହୋଇଯାଇଛି।

Advertisment

ଏହା ପୂର୍ବରୁ ଭାରତ ପ୍ରଥମ ଦୁଇଟି ଦିନିକିଆ ଜିତି ସିରିଜକୁ ଆଗୁଆ ହାତେଇ ନେଇଥିଲା। ଅନ୍ୟପକ୍ଷରେ ତୃତୀୟ ଦିନିକିଆ ଜିତି ୱେଷ୍ଟଇଣ୍ଡିଜ୍ ସମ୍ମାନ ରକ୍ଷା କରିବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ପୂର୍ବ ଦୁଇ ମ୍ୟାଚ୍ ତୁଳନାରେ ଭ୍ରମଣକାରୀ ଟିମ୍ ଆଜି ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି।

୨୬୬ ରନର ଚ୍ୟାଲେଞ୍ଜିଂ ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। କାମଚଳା କ୍ୟାପଟେନ୍ ନିକୋଲାସ ପୁରନ୍ ଓ ଓଡେନ୍ ସ୍ମିଥଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଧୈର୍ଯ୍ୟ ଦେଖାଇ ନଥିଲେ। ସ୍ମିଥ୍ ମାତ୍ର ୧୮ ବଲରେ ୩ ଚୌକା ଓ ୩ ଛକା ସହ ଦ୍ରୁତ ୩୬ ଓ ପୁରନ୍ ୩୪ ରନ୍ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡାରେନ୍ ବ୍ରାଭୋ ୧୯, ବ୍ରାଣ୍ଡନ୍ କିଙ୍ଗ୍ ୧୪, ଶାଇ ହୋପ୍ ୪, ଜେସନ୍ ହୋଲ୍ଡର ୬ ରନ୍ କରି ଆଉଟ୍ ହୋଇଥିଲେ। ଶାମରା ବ୍ରୁକ୍ସ ଓ ଫାବିଆନ୍ ଆଲେନ୍ ଖାତା ଖୋଲିପାରିନଥିଲେ।

Advertisment

ଅଲଜାରୀ ଜୋସେଫ୍ ଓ ହେଡେନ୍ ୱାଲ୍ସ କିଛି ସମୟ ଭାରତୀୟ ବୋଲରଙ୍କୁ ସମସ୍ୟାରେ ପକାଇଥିଲେ। କିନ୍ତୁ ଏହି ଯୋଡ଼ିକୁ ସିରାଜ ଭାଙ୍ଗି ମ୍ୟାଚକୁ ଭାରତ କବଜାରେ କରିଥିଲେ। ୱାଲ୍ସ ୧୩ ରନ୍ କରି ଆଉଟ୍ ହୋଇଥିବା ବେଳେ ଜୋସେଫ୍ ୨୯ ରନ୍ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶିକାର ହୋଇଥିଲେ। ଭାରତ ପକ୍ଷରୁ ସିରାଜ ଓ ପ୍ରସିଦ୍ଧ ୩ଟି ଲେଖାଏ ଏବଂ ଚହର୍ ଓ କୁଲଦୀପ ଯାଦବ ୨ଟି ଲେଖାଏ ସଫଳତା ପାଇଥିଲେ।

ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତିନି ଅଭିଜ୍ଞ ବ୍ୟାଟର୍ସ ଯଥା ରୋହିତ୍ (୧୩), ଶିଖର ଧୱନ୍ (୧୦) ଓ ବିରାଟ୍ କୋହଲି (୦) ୱେଷ୍ଟଇଣ୍ଡିଜ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ। ରୋହିତଙ୍କୁ ଅଲଜାରୀ ଜୋସେଫ୍ କ୍ଲିନ୍ ବୋଲ୍ଡ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କୋହଲି ମାତ୍ର ଦୁଇଟି ବଲ୍ ଖେଳିବାକୁ ସକ୍ଷମ ହୋଇଥିଲେ। କୋଭିଡରୁ ସୁସ୍ଥ ହୋଇ ଫେରିଥିବା ଧୱନ୍ ମଧ୍ୟ ଖରାପ ଶଟ୍ ଚୟନର ଶିକାର ହୋଇ ଓଡେନ୍ ସ୍ମିଥଙ୍କ ବଲରେ ଆଉଟ୍ ହୋଇଥିଲେ।

୧୦ ଓଭର ଭିତରେ ଶୀର୍ଷ ତିନି ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଂକଟରେ ପଡ଼ିଥିବା ଭାରତକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ ଶ୍ରେୟସ ଆୟର ଓ ଋଷଭ ପନ୍ତ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ଶତକୀୟ (୧୧୦) ଭାଗିଦାରୀ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ପନ୍ତ ଅର୍ଦ୍ଧଶତକ ପୂରଣ କରିବା ପରେ ଆଉଟ୍ ହୋଇଯାଇଥିଲେ। ତାଙ୍କୁ ହେଡେନ୍ତ ୱାଲ୍ସ ପ୍ୟାଭିଲିୟନ୍ ପଠାଇଥିଲେ। ପନ୍ତ ୫୪ ବଲରେ ୬ ଚୌକା ଓ ୧ ଛକା ସହ ୫୬ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୬ ରନ୍ କରି ଫାବିଆନ୍ ଆଲେନଙ୍କ ଶିକାର ହୋଇଥିଲେ।

ଅର୍ଦ୍ଧଶତକ ମାରିବା ପରେ ଶ୍ରେୟସ ଶତକ ଆଡ଼ଗୁ ଅଗ୍ରସର ହେଉଥିଲେ। କିନ୍ତୁ ତାଙ୍କୁ ଆଉଟ୍ କରି ୱାଲ୍ସ ଭ୍ରମଣକାରୀ ଦଳକୁ ବଡ଼ ସଫଳତା ଦେଇଥିଲେ। ଆୟର୍ ୧୧୧ ବଲର ସାମ୍ନା କରି ୮୦ (୯ ଚୌକା) ରନ୍ କରିଥିଲେ। ତାଙ୍କ ପରେ ୱାଶିଂଟନ୍ ସୁନ୍ଦର ଓ ଦୀପକ ଚହର ଚମତ୍କାର ବ୍ୟାଟିଂ କରି ସପ୍ତମ ୱିକେଟ୍ ପାଇଁ ୫୩ ରନ୍ ଯୋଡ଼ିଥିଲେ। ଚହର ୩୮ ବଲରେ ୪ ଚୌକା ଓ ୨ ଛକା ସହ ୩୮ ରନ୍ କରି ଆଉଟ୍ ହୋଇଥିଲେ। ସୁନ୍ଦର ୩୩ (୩୪ ବଲ୍, ୨ ଚୌକା, ୧ ଛକା) ରନ୍ ପ୍ୟାଭିଲିୟନ୍ ଫେରିଥିଲେ। କୁଲଦୀପ ଯାଦବ (୫) ଓ ମହମ୍ମଦ ସିରାଜ (୪) ଆଉଟ୍ ହୋଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜେସନ୍ ହୋଲ୍ଡର ୪ଟି, ଜୋସେଫ୍ ଓ ୱାଲ୍ସ ୨ଟି ଲେଖାଏ ୱିକେଟ୍ ନେଇଥିଲେ।