Advertisment

WTC ପଏଣ୍ଟ ଟେବୁଲ: ଭାରତ ୧ନଂ, ବାଂଲାଦେଶ ତଳେ ପାକିସ୍ତାନ

ଦଳରେ ବିରାଟ କୋହଲି, କେଏଲ ରାହୁଲ ଓ ମହମ୍ମଦ ଶାମିଙ୍କ ଭଳି ଖେଳାଳି ନଥିଲେ। ତଥାପି ସର୍ଫରାଜ ଖାନ, ଧ୍ରୁବ ଜୁରେଲ, ଦେବଦତ୍ତ ପାଡିକ୍କଲ ଓ ଆକାଶ ଦୀପଙ୍କ ଭଳି ଡେବ୍ୟୁଟାଣ୍ଟମାନଙ୍କୁ ଧରି ରୋହିତ ଶର୍ମା ଇଂଲଣ୍ଡକୁ ହରାଇ ଦେଇଛନ୍ତି।

Team India

Team India

Advertisment

ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ବେଶ ଚମତ୍କାର ଢଙ୍ଗରେ ଇଂଲଣ୍ଡକୁ ୫ ଟିକିଆ ଟେଷ୍ଟ ସିରିଜରେ ହରାଇ ଦେଇଛି। ପ୍ରଥମ ମ୍ୟାଚ୍‌ ଦଳ ହାରିଥିଲେ ହେଁ ଜବରଦସ୍ତ କମବ୍ୟାକ କରି ୪-୧ରେ ସିରିଜ କବଜା କରିଛି।

Advertisment

ଦଳରେ ବିରାଟ କୋହଲି, କେଏଲ ରାହୁଲ ଓ ମହମ୍ମଦ ଶାମିଙ୍କ ଭଳି ଖେଳାଳି ନଥିଲେ। ତଥାପି ସର୍ଫରାଜ ଖାନ, ଧ୍ରୁବ ଜୁରେଲ, ଦେବଦତ୍ତ ପାଡିକ୍କଲ ଓ ଆକାଶ ଦୀପଙ୍କ ଭଳି ଡେବ୍ୟୁଟାଣ୍ଟମାନଙ୍କୁ ଧରି ରୋହିତ ଶର୍ମା ଇଂଲଣ୍ଡକୁ ହରାଇ ଦେଇଛନ୍ତି।

ଏହି ସିରିଜ ବିଜୟ ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ନିଜର ସ୍ଥାନକୁ ଆହୁରି ମଜବୁତ କରି ନେଇଛି। ମାର୍ଚ୍ଚ ୩ରେ ପ୍ରକାଶ ପାଇଥିବା WTC ପଏଣ୍ଟ ଟେବୁଲରେ ଭାରତର ପଏଣ୍ଟ ୬୪.୫୮% ରହିଥିଲା। ଦଳ ୮ ମ୍ୟାଚ୍‌ରୁ ୫ ବିଜୟ ହାସଲ କରିଥିଲା। ଏବେ ଭାରତ ପଏଣ୍ଟ ୬୮.୫୧% ହୋଇଯାଇଛି।

Advertisment

ସିରିଜ ପରାଜୟ ପରେ ଇଂଲଣ୍ଡର ବିଜୟ ପ୍ରତିଶତ ୧୭.୫୦କୁ ଖସି ଯାଇଥିବା ବେଳେ ଦଳ ତାଲିକାର ୮ମ ସ୍ଥାନରେ ପହଞ୍ଚି ଯାଇଛି। ଭାରତ ଶୀର୍ଷରେ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୬୦% ସହ ଦ୍ୱିତୀୟ, ଅଷ୍ଟ୍ରେଲିଆ ୫୯.୦୯% ସହ ତୃତୀୟ, ୫୦% ସହ ୪ର୍ଥରେ ବାଂଲାଦେଶ ଓ ୩୬.୬୬ ପଏଣ୍ଟ ସହ ପାକିସ୍ତାନ ୫ମରେ ରହିଛି। ଏହାର ଅର୍ଥ WTC ପଏଣ୍ଟ ଟେବୁଲରେ ବାଂଲାଦେଶ ଅପେକ୍ଷାକୃତ ଶକ୍ତିଶାଳୀ ପାକିସ୍ତାନ ଉପରେ ରହିଛି।

ଏମାନଙ୍କ ବ୍ୟତୀତ ୬ଷ୍ଠରେ ୱେଷ୍ଟ ଇଣ୍ଡିଜ, ୭ମରେ ଦକ୍ଷିଣ ଆଫ୍ରିକା ଓ ୯ମ ସ୍ଥାନରେ ଶ୍ରୀଲଙ୍କା ରହିଛି।

WTC Team India Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe