Advertisment

କଙ୍ଗାରୁ ଟିମର ଆଉ ଗୋଟିଏ ଗଡ଼କୁ ଭାଙ୍ଗିଲା ଭାରତ

୨୦୨୧ରେ ଜାନୁଆରୀ ୧୯ରେ ଗାବାରେ କଙ୍ଗାରୁ ଟିମର ଶିକାର କରିଥିଲା। ଏହପୂର୍ବରୁ ଗାବାରେ ୧୯୮୮ ଠାରୁ ଘରୋଇ ଟିମ ଅପରାଜେୟ ଥିଲା।

Team India

Team India

Advertisment

ବ୍ରିସବେନର ଗାବା ଓ ପର୍ଥର ଅପଟସ ଷ୍ଟାଡିୟମ। ଏହି ଦୁଇ ଷ୍ଟାଡିୟମ ଅଷ୍ଟ୍ରେଲିଆର ଗଡ଼ ଭାବେ ଏକଦା ରହିଥିଲା। ଏଠାରେ ଅଷ୍ଟ୍ରେଲିଆ ହରାଇବା ଏକ ପ୍ରକାରର ଅସମ୍ଭବ ରହିଥିଲା। 

Advertisment

ହେଲେ ଭାରତ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଛି। ଦୁଇଟି ଯାକ ଗଡ଼ରେ କଙ୍ଗାରୁ ଟିମକୁ ଧୂଳି ଚଟାଇଛି ଭାରତୀୟ ଟିମ। ୨୦୨୧ରେ ଜାନୁଆରୀ ୧୯ରେ ଗାବାରେ କଙ୍ଗାରୁ ଟିମର ଶିକାର କରିଥିଲା। ଏହପୂର୍ବରୁ ଗାବାରେ ୧୯୮୮ ଠାରୁ ଘରୋଇ ଟିମ ଅପରାଜେୟ ଥିଲା।

ଏହାର ୩ ବର୍ଷ ପରେ ଆଜି ପର୍ଥର ଅପଟସ ଷ୍ଟାଡିୟମରେ ପୁଣିଥରେ ଅଷ୍ଟ୍ରେଲିଆ ଟିମକୁ ମାତ ଦେଇଛି ଭାରତୀୟ ଟିମ। ଏହାର ଅର୍ଥ ନିଜର ଗଡ଼କୁ ନେଇ ଗର୍ବ କରୁଥିବା ଅଷ୍ଟ୍ରେଲିଆକୁ ଦୁଇଟି ଯାକ ଷ୍ଟାଡିୟମରେ ଭାରତୀୟ ଟିମ ଧରାଶାୟୀ କରିଛି।

Advertisment

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ପର୍ଥର ଅପଟସ ଷ୍ଟାଡିୟମରେ ଖେଳା ଯାଉଥିଲା। ଏଠାରେ ଭାରତ ୨୯୫ ରନର ବୃହତ୍ତ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି। ଏଥିସହ ୫ ଟିକିଆ ବର୍ଡର ଗାଭାସ୍କର ଟ୍ରଫିରେ ୧-୦ରେ ଆଗୁଆ ହୋଇଯାଇଛି। ଏହାପୂର୍ବରୁ ଅପଟସ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଟିମ କେବେ ହାରି ନଥିଲା। ଦଳ ଏଠାରେ ୪ଟି ଟେଷ୍ଟ ଖେଳିଥିବା ବେଳେ ସବୁ ମ୍ୟାଚ୍‌ରେ ବିଜୟୀ ହୋଇଥିଲା।

୨୦୧୮ରେ ପର୍ଥ ସହରରେ ଅପଟସ ଷ୍ଟାଡିୟମ ତିଆରି କରାଯାଇଥିଲା। ନୂଆ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ୨୦୧୮ ଡିସେମ୍ବର ୧୪ରୁ ୧୮ ଯାଏ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୧୪୬ ରନରେ ଜିତି ନେଇଥିଲା।

ଏହାପରେ ୨୦୧୯ରେ ଅଷ୍ଟ୍ରେଲିଆ ଏଠାରେ ନ୍ୟୁଜିଲ୍ୟାଣ୍ଡକୁ ୨୯୬ ରନରେ ଚିତ କରିଥିଲା। ୨୦୨୨ରେ ଅପଟସ ଷ୍ଟାଡିୟମରେ ଅଷ୍ଟ୍ରେଲିଆର ଶିକାର ବନିଥିଲା ୱେଷ୍ଟଇଣ୍ଡିଜ। ୨୦୨୩ ଡିସେମ୍ବର ୧୪ରୁ ୧୭ ଯାଏ ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ଏଠାରେ ଟେଷ୍ଟ ମ୍ୟାଚ ଖେଳିଥିଲା। ଏହାକୁ ମଧ୍ୟ ଘରୋଇ ଟିମ ୩୬୦ ରନରେ ଜିତି ଅପଟସ ଷ୍ଟାଡିୟମରେ ନିଜର ଅପରାଜେୟ ଧାରା ବଜାୟୀ ରଖିଥିଲା।

୪-୦ରେ ବିଜୟର ଦବାଦବା ସହ ଅଷ୍ଟ୍ରେଲିଆ ଏଠାକୁ ଆସିବା ସହ ଭାରତକୁ ପ୍ରଥମ ଇନିଂସରେ ୧୫୦ ରନରେ ଅଲଆଉଟ କରିଦେଇଥିଲା। ଲାଗୁଥିଲା ଅଷ୍ଟ୍ରେଲିଆ ପୁଣି ନିଜ ଗଡ଼ରେ ବାଜି ମାରିନେବ। କିନ୍ତୁ ଭାରତୀୟ ଟିମ ନିଜର ଜଲୱା ଦେଖାଇ ଅଷ୍ଟ୍ରେଲି୍ରା ତା’ରି ଗଡ଼ରେ ମାତ ଦେଇଛି। ଏଥିସହ ଅପଟସ ଷ୍ଟାଡିୟମରେ ଥିବା ଅଷ୍ଟ୍ରେଲିଆ ଅପରାଜେୟ ଧାରାକୁ ଭାଙ୍ଗି ଦେଇଛି।

୨୦୨୦-୨୧ ବର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ ଭାରତ ଅଷ୍ଟ୍ରେଲିଆର ଅନ୍ୟତମ ଗଡ଼ ଗାବାରେ ବିଜୟ ଲାଭ କରିଥିଲା। ଅଜିଙ୍କ୍ୟ ରାହାଣେଙ୍କ ଭାରତୀୟ ଟିମ ୩ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇବା ସହ ବର୍ଡର-ଗାଭାସ୍କର ଟ୍ରଫିକୁ ମଧ୍ୟ ୨-୧ରେ କବଜା କରିଥିଲା।

ଭାରତ ଠାରୁ ପରାସ୍ତ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଗାବାରେ କେବେ ହେଲେ ୧୯୮୮ ମସିହା ଠାରୁ ହାରି ନଥିଲା। ୧୯୮୮ ଠାରୁ ଗାବା ଅଷ୍ଟ୍ରେଲିଆର ଗଡ଼ ରହିଥିଲା। କିନ୍ତୁ ୨୦୨୧ରେ ଭାରତୀୟ ଟିମ ଅଷ୍ଟ୍ରେଲିଆକୁ ପରାସ୍ତ କରି ନୂଆ ଇତିହାସ ରଚିଥିଲା। ଭାରତ ପରେ ୨୦୨୪ ଜାନୁଆରୀ ମାସରେ ୱେଷ୍ଟଇଣ୍ଡିଜ ମଧ୍ୟ ଗାବାରେ ଅଷ୍ଟ୍ରେଲି୍ରାକୁ ବେଶ ନାଟକୀୟ ଢଙ୍ଗରେ ୮ ରନରେ ପରାସ୍ତ କରିଥିଲା।

Team India Border Gavaskat Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe