Advertisment

India cricket: ୨୦୨୬ରେ ବ୍ୟସ୍ତ ରହିବ ଭାରତୀୟ କ୍ରିକେଟ: ୩ ବିଶ୍ୱକପ ଓ ଏକାଧିକ ସିରିଜ୍‌

ଚଳିତ ବର୍ଷ ପୁରୁଷ ଟିମ ଟି-୨୦ ବିଶ୍ୱକପ ପାଇଁ ଲଢ଼େଇ କରିବ। ସେହିପରି ମହିଳା ଟିମ ମଧ୍ୟ ଟି-୨୦ ବିଶ୍ୱକପ ଖେଳିବ। ଏହାବାଦ ଅଣ୍ଡର ୧୯ ପୁରୁଷ ବିଶ୍ୱକପ ମଧ୍ୟ ଚଳିତ ବର୍ଷ ଅନୁଷ୍ଠିତ ହେବ।

author-image
Hemant Lenka
ଅଦ୍ୟତନ ହୋଇଛି
Cricket

ଭାରତୀୟ କ୍ରିକେଟ୍‌ ଟିମ

ବିଦାୟ ନେଇ ସାରିଛି ୨୦୨୫। ଏବେ ୨୦୨୬ର ପ୍ରଥମ ସୂର୍ଯ୍ୟ ଉଦୟ ହୋଇ ସାରିଛନ୍ତି। ୨୦୨୬ ଆସିବା କ୍ଷଣି ଭାରତୀୟ କ୍ରିକେଟ ଅତ୍ୟନ୍ତ ବ୍ୟସ୍ତ ବହୁଳ ବର୍ଷରେ ପ୍ରବେଶ କରିଛି। ଚଳିତ ବର୍ଷ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଟିମ ୩ଟି ବିଶ୍ୱକପ ସହ ଏକାଧିକ ଗୁରୁତ୍ୱପୂର୍ଣ୍ଣ ସିରିଜ ଖେଳିବାକୁ ମୈଦାନକୁ ଓହ୍ଲାଇବେ।

Advertisment

ଚଳିତ ବର୍ଷ ପୁରୁଷ ଟିମ ଟି-୨୦ ବିଶ୍ୱକପ ପାଇଁ ଲଢ଼େଇ କରିବ। ସେହିପରି ମହିଳା ଟିମ ମଧ୍ୟ ଟି-୨୦ ବିଶ୍ୱକପ ଖେଳିବ। ଏହାବାଦ ଅଣ୍ଡର ୧୯ ପୁରୁଷ ବିଶ୍ୱକପ ମଧ୍ୟ ଚଳିତ ବର୍ଷ ଅନୁଷ୍ଠିତ ହେବ। 

ଚଳିତ ବର୍ଷର ସବୁଠାରୁ ବଡ଼ କ୍ରିକେଟ(Cricket) ମହାକୁମ୍ଭ ହେଉଛି ଟି-୨୦ ପୁରୁଷ ବିଶ୍ୱକପ। ଏହା ଫେବୃଆରୀ ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ଯାଏ ଅନୁଷ୍ଠିତ ହେବ। ଏହାକୁ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଛନ୍ତି। ସେହିପରି ଜୁନ ୧୨ରୁ ଜୁଲାଇ ୫ରେ ମହିଳା ଟି-୨୦ ବିଶ୍ୱକପ ଇଂଲଣ୍ଡରେ ଖେଳାଯିବ। ଭାରତୀୟ ମହିଳା ଟିମ ୨୦୨୫ରେ ପ୍ରଥମଥର ଦିନିକିଆ ବିଶ୍ୱକପ ଜିତିଥିଲା। ତେଣୁ ୨୦୨୬ରେ ମହିଳା ଟିମ ଉପରେ ସମସ୍ତଙ୍କ ଆଶା ଆହୁରି ବଢ଼ି ଯାଇଛି। 

Advertisment

୨୦୨୬ର ବଡ଼ କ୍ରିକେଟ ଇଭେଣ୍ଟ 

ମହିଳା ପ୍ରିମିୟର ଲିଗ(WPL): ଜାନୁଆରୀ ୯ରୁ ଫେବୃଆରୀ ୫ (ନଭି ମୁମ୍ବାଇ ଓ ବଦୋଦରା) 

ଅଣ୍ଡର ୧୯ ପୁରୁଷ ବିଶ୍ୱକପ: ଜାନୁଆରୀ ୧୫ରୁ ଫେବୃଆରୀ ୬ (ଜିମ୍ବାୱେ ଓ ନାମ୍ବିଆ) 

ପୁରୁଷ ଟି-୨୦ ବିଶ୍ୱକପ : ଫେବୃଆରୀ ୭ରୁ ମାର୍ଚ୍ଚ ୮( ଭାରତ ଓ ଶ୍ରୀଲଙ୍କା) 

ଆଇପିଏଲ: ମାର୍ଚ୍ଚ ୨୬ରୁ ମେ’ ୩୧

ମହିଳା ଟି-୨୦ ବିଶ୍ୱକପ: ଜୁନ ୧୨ରୁ ଜୁଲାଇ ୫(ଇଂଲଣ୍ଡ) 

ଭାରତୀୟ ପୁରୁଷ କ୍ରିକେଟ ଟିମର ମ୍ୟାଚ୍‌ ସୂଚୀ 

ଜାନୁଆରୀରେ ଭାରତ ଗସ୍ତରେ ଆସିବ ନ୍ୟୁଜିଲ୍ୟାଣ୍ଡ 

ଦିନିକିଆ

ଜାନୁଆରୀ ୧୧- ପ୍ରଥମ ଦିନିକିଆ (ବଦୋଦରା) 

ଜାନୁଆରୀ ୧୪- ଦ୍ୱିତୀୟ ଦିନିକିଆ( ରାଜକୋଟ) 

ଜାନୁଆରୀ ୧୮- ତୃତୀୟ ଦିନିକିଆ(ଇନ୍ଦୋର) 

ଟି-୨୦ 

ଜାନୁଆରୀ ୨୧- ପ୍ରଥମ ଦିନିକିଆ (ନାଗପୁର) 

ଜାନୁଆରୀ ୨୩- ଦ୍ୱିତୀୟ ଟି-୨୦ (ରାୟପୁର) 

ଜାନୁଆରୀ ୨୫- ତୃତୀୟ ଟି-୨୦ (ଗୁହାଟୀ) 

ଜାନୁଆରୀ ୨୮ – ୪ର୍ଥ ଟି-୨୦ (ବିଶାଖାପଟନମ) 

ଜାନୁଆରୀ ୩୧ – ୫ମ ଟି-୨୦ (ଥିରୁଅନନ୍ତପୁରମ) 

ଫେବୃଆରୀ-ମାର୍ଚ୍ଚ- ଆଇସିସି ପୁରୁଷ ଟି-୨୦ ବିଶ୍ୱକପ 

ଫେବୃଆରୀ ୭ରୁ ମାର୍ଚ୍ଚ ୮( ଭାରତ ଓ ଶ୍ରୀଲଙ୍କା) 

ମାର୍ଚ୍ଚରୁ ମେ’- ଭାରତୀୟ ପ୍ରିମିୟର ଲିଗ ୨୦୨୬ 

ମାର୍ଚ୍ଚ ୨୬ ତାରିଖରୁ ମେ’ ୩୧ ତାରିଖ 

ଜୁନ- ଭାରତ ଗସ୍ତରେ ଆସିବ ଆଫଗାନିସ୍ତାନ

ଗୋଟିଏ ଟେଷ ଓ ୩ ଦିନିକିଆ ମ୍ୟାଚ ଖେଳା ଯିବ 

ଜୁଲାଇ- ଇଂଲଣ୍ଡ ଗସ୍ତରେ ଯିବ ଭାରତ 

ଟି-୨୦ 

ଜୁଲାଇ ୧- ପ୍ରଥମ ଟି-୨୦ (ଚେଷ୍ଟର ଲେ ଷ୍ଟ୍ରିଟ) 

ଜୁଲାଇ ୪- ଦ୍ୱିତୀୟ ଟି-୨୦ (ମାଞ୍ଚେଷ୍ଟର) 

ଜୁଲାଇ ୭- ତୃତୀୟ ଟି-୨୦ (ନଟ୍ଟିଙ୍ଗହାମ) 

ଜୁଲାଇ ୯- ୪ର୍ଥ ଟି-୨୦ ( ବ୍ରିଷ୍ଟଲ) 

ଜୁଲାଇ ୧୧ – ୫ମ ଟି-୨୦ (ସାଉଥାମ୍ପଟନ) 

ଦିନିକିଆ 

ଜୁଲାଇ ୧୪- ପ୍ରଥମ ଦିନିକିଆ (ବର୍ମିଂହାମ) 

ଜୁଲାଇ ୧୬ – ଦ୍ୱିତୀୟ ଦିନିକିଆ ( କାର୍ଡିଫ) 

ଜୁଲାଇ ୧୯- ତୃତୀୟ ଦିନିକିଆ (ଲର୍ଡସ) 

ଅଗଷ୍ଟ- ଶ୍ରୀଲଙ୍କା ଗସ୍ତରେ ଯିବ ଭାରତ 

ଦୁଇ ଦଳ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ 

ସେପ୍ଟେମ୍ବର- ବାଂଲାଦେଶ ଗସ୍ତରେ ଯିବ ଭାରତ 

ଦୁଇ ଦଳ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳିବେ 

ଅକ୍ଟୋବର- ଭାରତ ଗସ୍ତରେ ଆସିବ ୱେଷ୍ଟଇଣ୍ଡିଜ 

ଦୁଇ ଦଳ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍‌ ଖେଳିବେ 

ଅକ୍ଟୋବର-ନଭେମ୍ବର- ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯିବ ଭାରତ 

୨ଟି ଟେଷ, ୩ଟି ଦିନିକିଆ ଋ ୫ ଟି-୨୦ ମ୍ୟାଚ ଖେଳାଯିବ 

ଡିସେମ୍ବର- ଭାରତ ଗସ୍ତରେ ଆସିବ ଶ୍ରୀଲଙ୍କା 

୩ ଦିନିକିଆ ଓ ୩ ଟି-୨୦ ମ୍ୟାଚ୍‌ ଆୟୋଜନ ହେବ

Cricket