Advertisment

T20I: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ରବିବାର ଭାରତକୁ ମିଳିଲା ଡବଲ ସଫଳତା

ରାଧା ଯାଦବଙ୍କ ଟିମର ସଫଳତା ପରେ ଆକ୍ସନ ମୋଡକୁ ଆସିଥିଲା ହରମନପ୍ରୀତ କୌରଙ୍କ ସିନିୟର ମହିଳା ଟିମ। ଭାରତୀୟ ମହିଳା ଟିମ ଅଷ୍ଟ୍ରେଲିଆକୁ ୨୧ ରନରେ ହରାଇ ପ୍ରଥମ ଟି-୨୦(T20I)କୁ ଜିତି ନେଇଛି।

author-image
Hemant Lenka
India

ଭାରତୀୟ ମହିଳା ଦଳ

ଫେବୃଆରୀ ୧୫ ଭାରତୀୟ କ୍ରିକେଟ ପାଇଁ ସ୍ମରୀଣୟ ହେବାକୁ ଯାଉଛି। କାରଣ ଭାରତର ୨ଟି ଟିମ ବିଜୟରୁ ରବିବାରର ଅଭିଯାନ ଆରମ୍ଭ କରିଛନ୍ତି। ବିଜୟର ଆରମ୍ଭ ବ୍ୟାଙ୍ଗକକରୁ ଆରମ୍ଭ ହୋଇଥିଲା। ପ୍ରଥମେ ରାଧା ଯାଦବ ଭାରତୀୟ ମହିଳା ଏ ଟିମ ପାକିସ୍ତାନ ମହିଳା ଏ ଟିମକୁ ୮ ୱିକେଟରେ ହରାଇ ଦେଇଛି। ରାଇଜିଂ ଷ୍ଟାର ଏସିଆ କପରେ ଭାରତକୁ ମିଳିଛି ଏପରି ସଫଳତା। ପୁରୁଷ ଟିମ ବିଶ୍ୱକପରେ ଖେଳିବା ପୂର୍ବରୁ ଭାରତୀୟ ଏ ଟିମ ପାକିସ୍ତାନକୁ ହରାଇ ଦେଇଛି। 

Advertisment

ରାଧା ଯାଦବଙ୍କ ଟିମର ସଫଳତା ପରେ ଆକ୍ସନ ମୋଡକୁ ଆସିଥିଲା ହରମନପ୍ରୀତ କୌରଙ୍କ ସିନିୟର ମହିଳା ଟିମ। ଭାରତୀୟ ମହିଳା ଟିମ ଅଷ୍ଟ୍ରେଲିଆକୁ ୨୧ ରନରେ ହରାଇ ପ୍ରଥମ ଟି-୨୦(T20I)କୁ ଜିତି ନେଇଛି। ଏଥିସହ ୩ ଟିକିଆ ଟି-୨୦ ସିରିଜରେ ଭାରତୀୟ ମହିଳା ଟିମ ୧-୦ରେ ଆଗୁଆ ହୋଇ ଯାଇଛି।

ବର୍ଷା ଏହି ମ୍ୟାଚ୍‌ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି। ବର୍ଷା ହେବା ବେଳକୁ ଭାରତୀୟ ଟିମ ବେଶ ଦୃଢ଼ ଭାବେ ଡିଏଲଏସ୍‌ ମେଥଡ ଅନୁଯାୟୀ ୨୧ ରନ ଆଗରେ ରହିଥିଲା। ଶେଷରେ ଭାରତୀୟ ମହିଳା ଟିମ ଡିଏଲଏସ୍‌ ମେଥଡ ଅନୁଯାୟୀ ୨୧ ରନରେ ବିଜୟୀ ହୋଇଛି। 

Advertisment

ଭାରତୀୟ ଏ ମହିଳା ଟିମ ଓ ଭାରତୀୟ ସିନିୟର ମହିଳା ଟିମ ବିଜୟ ହାସଲ କରି ସାରିଥିବା ବେଳେ ଏବେ ପୁରୁଷ ଟିମର ପାଳି। ଭାରତୀୟ ପୁରୁଷ ଟିମ ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟାରେ ୭ଟାରେ ପାକିସ୍ତାନକୁ ଭେଟିବାକୁ ଯାଉଛି। ଏହି ମ୍ୟାଚ୍‌କୁ ଜିତି ଭାରତ ରବିବାର ୨-୦ ସ୍ଥିତିକୁ ୩-୦ରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି। 

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ରେ ଦ୍ରୁତ ବୋଲର ଅରୁନ୍ଧତି ରେଡ୍ଡୀ କମାଲ କରିଛନ୍ତି। ଅଷ୍ଟ୍ରେଲିଆ ଟିମକୁ ଭାରତ ୧୮ ଓଭରରେ ୧୩୩ ରନରେ ଅଲଆଉଟ କରି ଦେଇଥିଲା। ଅରୁନ୍ଧତି ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ରେଣୁକା ସିଂହ ଓ ଏନ ଚରିଣୀ ୨ଟି ସଫଳତା ପାଇଥିଲେ। କ୍ରାନ୍ତି ଗୌଡ଼ ଓ ଦୀପ୍ତି ଶର୍ମାଙ୍କୁ ଗୋଟିଏ ୱିକେଟ ମିଳିଛି। ଅଷ୍ଟ୍ରେଲିଆ ପକ୍ଷରୁ ଜର୍ଜିଆ ୱେରହାମ ସର୍ବାଧିକ ୩୦ ରନ କରିଥିଲେ। 

୧୩୪ ରନର ଟାର୍ଗେଟକୁ ପିଛା କରୁଥିବା ଭାରତକୁ ଶେଫାଳୀ ବର୍ମା ଦ୍ରୁତ ଆରମ୍ଭ ଦେଇଥିଲେ। ସେ ୧୧ ବଲରେ ୨୧ ରନ କରି ଆଉଟ ହୋଇଥିଲେ ହେଁ ଭାରତର ବିଜୟକୁ ଏକପ୍ରକାରର ନିଶ୍ଚିତ କରି ଦେଇଥିଲେ।

୫.୧ ଓଭର ସୁଦ୍ଧା ଭାରତ ୧ ୱିକେଟ ହରାଇ ୫୦ ରନ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ସ୍ମୃତି ମନ୍ଧାନା ୧୭ ବଲରେ ୧୬ ଓ ଜେମିମା ରୋଡ୍ରିଗସ ୩ ବଲରେ ୯ ରନ କରିଥିଲା। ବର୍ଷା ଯୋଗୁ ଖେଳ ଆଉ ହୋଇ ପାରି ନଥିଲା। କିନ୍ତୁ ଡିଏଲଏସ୍‌ ମେଥଡରେ ଭାରତ ୨୧ ରନ ଆଗରେ ରହିଥିଲା। ଏହି ଆଧାରରେ ଭାରତ ପ୍ରଥମ ଟି-୨୦କୁ ଜିତି ନେଇଛି। 

T20I