Advertisment

ଏସିଆନ ଗେମ୍ସ: ବାଂଲାଦେଶକୁ ୯ ୱିକେଟରେ ହରାଇ ଫାଇନାଲରେ ଭାରତ

ଆସନ୍ତାକାଲି ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ିବ ଭାରତୀୟ ଟିମ୍। ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରୁ ବିଜୟୀ ଟିମ୍‌ ସହ ଫାଇନାଲ ମ୍ୟାଚ୍ ଖେଳିବ ଭାରତୀୟ ଟିମ।

ଅଦ୍ୟତନ ହୋଇଛି
India Crush Bangladesh By 9 Wickets

India Crush Bangladesh By 9 Wickets

Advertisment

ଚାଇନାରେ ଚାଲିଥିବା ୧୯ଶ ଏସିଆନ ଗେମ୍ସ କ୍ରିକେଟ ମ୍ୟାଚ୍ ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଟିମ। ଆଜି ଟିମ ଇଣ୍ଡିଆ ବାଂଲାଦେଶକୁ ୯ ୱିକେଟରେ ପରାସ୍ତ କରି ଏସୀୟ କ୍ରୀଡ଼ାର ଫାଇନାଲ ଟିକେଟ ହାସଲ କରିଛି। ଏହି ମ୍ୟାଚ୍‌ରେ ତିଲକ ବର୍ମା ମାତ୍ର ୨୫ ବଲ୍‌ରୁ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।

Advertisment

ଭାରତୀୟ ଅଧିନାୟକ ଋତୁରାଜ ଗାଏକ୍ୱାଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପରେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୯୬ ରନ କରିଥିଲା। ଏହାର ଜବାବରେ ଭାରତୀୟ ଟିମ ମାତ୍ର ୧ ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ୯.୨ ଓଭରରେ ହାସଲ କରିନେଇଥିଲେ।

ଭାରତୀୟ ସିନିୟର ଟିମ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଏସିଆନ ଗେମ୍ସ ପାଇଁ ନେତୃତ୍ୱ ନେଇଥିବା ଋତୁରାଜ ଗାଏକ୍ୱାଡଙ୍କ ଟିମ୍ ଆଜି ଫାଇନାଲରେ ପ୍ରବେଶ କରିଛି।

Advertisment

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଯୁବ ତାରକା ଯଶସ୍ୱୀ ଜୈସୱାଲ ଓ ଋତୁରାଜ ଗାଏକ୍ୱାଡ ପାଳି ଆରମ୍ଭ କରିଥିଲେ। କିନ୍ତୁ ଜୈସୱାଲ ବିନା କିଛି ରନ କରି ଶୂନରେ ଆଉଟ୍ ହୋଇଯାଇଥିଲେ। ପରେ ଅଧିନାୟକ ଋତୁରାଜ ଗାଏକ୍ୱାଡ ୨୬ ବଲରେ ୪୦ ରନ କରି ଶେଷ ଯାଏ ତିଲକ ବର୍ମାଙ୍କ ସାଥ ଦେଇଥିଲେ। ଗାଏକ୍ୱାଡ ୩ଟି ଛକା ଓ ୪ଟି ଚୌକା ମାରି ଅପରାଜିତ ୪୦ ରନ କରିଥିଲେ।

ସେହିଭଳି ତିଲକ ବର୍ମା ମାତ୍ର ୨୬ ବଲରେ ବିସ୍ଫୋରକ ୫୫ ରନର ଇନିଂସ ଖେଳିଥିଲେ। ସେ ୬ଟି ଛକା ଓ ୨ଟି ଚୌକା ମାରି ଅପରାଜିତ ୫୫ ରନ କରିଥିଲେ।

ବାଂଲାଦେଶ ପକ୍ଷରୁ ପରଭେଜ ହୋସେନ୍ ଇମନ୍ ସର୍ବାଧିକ ରନ କରିଥିଲେ। ପରଭେଜ ୩୨ ବଲରେ ୨୩ ରନ ସଂଗ୍ରହ କରିଥିବାବେଳେ ଜାକେର ଅଲ୍ଲୀ ୨୯ ବଲରେ ଅପରାଜିତ ୨୪ ରନ କରିଥିଲେ ଓ ରକିବୁଲ ହାସନ୍ ୬ଟି ବଲରେ ୧୪ ରନ୍ କରିଥିଲେ।

ଭାରତ ପକ୍ଷରୁ ସାଇ କିଶୋର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ୱାଶିଂଟନ୍ ସୁନ୍ଦର ୨ ୱିକେଟ ନେଇଥିଲେ। ସେହିଭଳି ଅର୍ଶଦୀପ ସିଂହ, ତିଲକ ବର୍ମା, ରବି ବିଷ୍ଣୋଇ ଓ ଶାହାବାଜ ଅହମ୍ମଦଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

ଆସନ୍ତାକାଲି ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ କରିବ ଭାରତୀୟ ଟିମ୍। ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରୁ ବିଜୟୀ ଟିମ୍‌ ସହ ଫାଇନାଲ ମ୍ୟାଚ୍ ଖେଳିବ ଭାରତୀୟ ଟିମ୍।

Cricket Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe