ଇନିଂସ୍ ଘୋଷଣା କଲା ଭାରତ, ନ୍ୟୁଜିଲ୍ୟାଣ୍ଡକୁ ୨୮୪ ରନର ଟାର୍ଗେଟ୍

କାନପୁର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶ୍ରେୟସ ଆୟର୍ ଓ ଋଦ୍ଧିମାନ ସାହାଙ୍କ ଅର୍ଦ୍ଧଶତକ ବଳରେ ଭାରତ ୭ ୱିକେଟ୍ ହରାଇ ୨୩୪ ରନ୍ କରି ପାଳି ଘୋଷଣା କରିଛି। ଏଥିସହ ଟିମ୍ ଇଣ୍ଡିଆ ଭ୍ରମଣକାରୀ ଟିମ୍ ଆଗରେ ୨୮୪ ରନର ଟାର୍ଗେଟ୍ ଧାର୍ଯ୍ୟ ରଖିଛି। ଭାରତ ପକ୍ଷରୁ ଆଜି ଆୟର୍ ଆଉଏକ ଜବରଦସ୍ତ ଇନିଂସ୍ ଖେଳିଛନ୍ତି। ସେ ୧୨୫ ବଲରେ ୮ ଚୌକା ଓ ୧ ଛକା ସହ […]

iyer

iyer

Ranjit Kumar Jena
  • Published: Sunday, 28 November 2021
  • Updated: 28 November 2021, 04:27 PM IST

Sports

Latest News

କାନପୁର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶ୍ରେୟସ ଆୟର୍ ଓ ଋଦ୍ଧିମାନ ସାହାଙ୍କ ଅର୍ଦ୍ଧଶତକ ବଳରେ ଭାରତ ୭ ୱିକେଟ୍ ହରାଇ ୨୩୪ ରନ୍ କରି ପାଳି ଘୋଷଣା କରିଛି। ଏଥିସହ ଟିମ୍ ଇଣ୍ଡିଆ ଭ୍ରମଣକାରୀ ଟିମ୍ ଆଗରେ ୨୮୪ ରନର ଟାର୍ଗେଟ୍ ଧାର୍ଯ୍ୟ ରଖିଛି। ଭାରତ ପକ୍ଷରୁ ଆଜି ଆୟର୍ ଆଉଏକ ଜବରଦସ୍ତ ଇନିଂସ୍ ଖେଳିଛନ୍ତି। ସେ ୧୨୫ ବଲରେ ୮ ଚୌକା ଓ ୧ ଛକା ସହ ୬୫ ରନ୍ କରିଛନ୍ତି। ସେହିପରି ଅଭିଜ୍ଞ ଋଦ୍ଧିମାନ ସାହା ଓ ଅକ୍ଷର ପଟେଲ ଅଷ୍ଟମ ୱିକେଟ୍ ପାଇଁ ୬୭ ରନର ଭାଗିଦାରୀ କରିଥିଲେ, ଯେଉଁ କାରଣରୁ ଭାରତ ୨୩୪ ରନ୍ କରିବାକୁ ସକ୍ଷମ ହୋଇଛି।

ଦ୍ୱିତୀୟ ଇନିଂସରେ ଭାରତର ଟପ୍ ଅର୍ଡର ପୁଣିଥରେ ନିରାଶ କରିଥିଲେ। ବିଶେଷକରି ଚେତେଶ୍ୱର ପୂଜାରା ଓ କ୍ୟାପଟେନ୍ ଅଜିଙ୍କ୍ୟ ରାହାଣେ ଅଭିଜ୍ଞତାର ଫାଇଦା ଉଠାଇପାରି ନଥିଲେ। ତେବେ ଡେବ୍ୟୁଟାଣ୍ଟ ଶ୍ରେୟସ ଆୟର୍ ପୁଣିଥରେ ନିଜର ଜଲୱା ଦେଖାଇଥିଲେ। ପ୍ରଥମ ଇନିଂସରେ ଶତକ ମାରିଥିବା ଆୟର ଆଜି ଅର୍ଦ୍ଧଶତକ ହାସଲ କରିଥିଲେ।

ତାଙ୍କ ବ୍ୟତୀତ ୱିକେଟ୍ କିପର ସାହା ଓ ଅକ୍ଷର ପଟେଲ୍ ତୃତୀୟ ସେସନରେ ଭାରତ ପାଇଁ ନିର୍ଣ୍ଣାୟକ ଭାଗିଦାରୀ କରିଥିଲେ। ଦୁହେଁ କିୱି ବୋଲରଙ୍କୁ ୱିକେଟ୍ ନେବା ପାଇଁ ଆଦୌ ସୁଯୋଗ ଦେଇନଥିଲେ। ସାହା ୬୧ ଓ ଅକ୍ଷର ୨୮ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି। ସେହିପରି ରବିଚନ୍ଦ୍ରନ୍ ଅଶ୍ୱିନ୍ ମଧ୍ୟ ୩୨ ରନର ମୂଲ୍ୟବାନ୍ ଇନିଂସ୍ ଖେଳିଛନ୍ତି। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍ ସାଉଦୀ ଓ କାଇଲ୍ ଜେମିସନ୍ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos