Advertisment

ବାଂଲାଦେଶର ଶୋଚନୀୟ ପରାଜୟ; ୨୨୭ ରନ୍‌ରେ ଜିତିଲା ଭାରତ

ଢାକା: ଚଳିତ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଶୋଚନୀୟ ଭାବେ ପରାସ୍ତ ହୋଇଛି ବାଂଲାଦେଶ। ଘରୋଇ ଟିମକୁ ଭାରତ ୨୨୭ ରନ୍‌ରେ ପରାସ୍ତ କରିଛି। ଆଜିର ମ୍ୟାଚ୍ ହାରିଥିଲେ ବି ଚଳିତ ସିରିଜ୍‌ର ବିଜେତା ହୋଇଛି ବାଂଲାଦେଶ। କାରଣ ଦଳ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ବାଂଲାଦେଶ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ ୫୦ ଓଭରରେ ଈଶାନ କିଶନଙ୍କ ଦ୍ବିଶକ ଓ ବିରାଟ କୋହଲିଙ୍କ ଶତକ […]

author-image
Jitendra Garnayak
ବାଂଲାଦେଶର ଶୋଚନୀୟ ପରାଜୟ; ୨୨୭ ରନ୍‌ରେ ଜିତିଲା ଭାରତ

Bangladesh

ଢାକା: ଚଳିତ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଶୋଚନୀୟ ଭାବେ ପରାସ୍ତ ହୋଇଛି ବାଂଲାଦେଶ। ଘରୋଇ ଟିମକୁ ଭାରତ ୨୨୭ ରନ୍‌ରେ ପରାସ୍ତ କରିଛି। ଆଜିର ମ୍ୟାଚ୍ ହାରିଥିଲେ ବି ଚଳିତ ସିରିଜ୍‌ର ବିଜେତା ହୋଇଛି ବାଂଲାଦେଶ। କାରଣ ଦଳ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିଲା।

Advertisment

ବାଂଲାଦେଶ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ ୫୦ ଓଭରରେ ଈଶାନ କିଶନଙ୍କ ଦ୍ବିଶକ ଓ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ୪୦୯ ରନ୍‌ର ଏକ ବିଶାଳ ସ୍କୋର କରିଥିଲା। ଈଶାନ କିଶନ ୧୩୧ଟି ବଲ୍‌ରୁ ୨୪ଟି ଚୌକା ଓ ୧୦ଟି ଛକ୍କା ସହାୟତାରେ ୨୧୦ ରନ୍ କରିଥିଲେ। ସେହିପରି ପ୍ରାୟ ୩ ବର୍ଷ ପରେ ବିରାଟ କୋହଲି ଶତକ ମାରିଥିଲେ। ସେ ୯୧ଟି ବଲ୍‌ରୁ ୧୧୩ ରନ୍ (୧୧ଟି ଚୌକା ଓ ୨ଟି ଛକ୍କା) କରିଥିଲେ। ଓ୍ବାଶିଂଟନ ସୁନ୍ଦର ୨୭ଟି ବଲ୍‌ରୁ ୩୭ କରିଥିବା ବେଳେ ଅକ୍ଷର ପଟେଲ ୧୭ଟି ବଲ୍‌ରୁ ୨୦ ରନ୍ କରିଥିଲେ। ଶିଖର ଧାଓ୍ବନ, ଶ୍ରେୟସ ଆୟର ଓ ଶର୍ଦ୍ଦୁଳ ଠାକୁର ୩ ରନ୍ ଲେଖାଏଁ କରି ଆଉଟ୍ ହୋଇଥିଲେ। ଅଧିନାୟକ କେ.ଏଲ୍ ରାହୁଲ ୮ ରନ୍ କରିଥିଲେ। ଦଳ ୮ଟି ଓ୍ବିକେଟ୍ ହରାଇ ୪୦୯ ରନ୍ କରିଥିଲା।

୪୧୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ବାଂଲାଦେଶ ୩୪ ଓଭରରେ ୧୮୨ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଦୀର୍ଘ ସମୟ ଧରି ଖେଳି ପାରି ନଥିଲେ। ଦଳ ପକ୍ଷରୁ ସର୍ବାଧିକ ସ୍କୋର କରିଥିଲେ ସାକିବ ଅଲ୍ ହାସନ। ସେ ୫୦ଟି ବଲ୍‌ରୁ ୪ ଚୌକା ସହାୟତାରେ ୪୩ ରନ୍ କରିଥିଲେ। ତାଙ୍କୁ କୁଲଦୀପ ଯାଦବ ବୋଲ୍ଡ କରି ଦେଇଥିଲେ।

Advertisment

ଓପନର ଅନମୁଲ ହକ୍ ମାତ୍ର ୭ଟି ବଲ୍ ଖେଳି ୮ ରନ୍ କରି ଅକ୍ଷର ପଟେଲଙ୍କ ବଲ୍‌ ମହମ୍ମଦ ସିରାଜଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଅଧିନାୟକ ଲିଟନ ଦାସ ଭଲ ଖେଳୁଥିଲେ। କିନ୍ତୁ ମହମ୍ମଦ ସିରାଜଙ୍କ ବଲ୍‌ରେ ଶର୍ଦ୍ଦୁଳ ଠାକୁରଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୨୯ ରନ୍ କରିଥିଲେ। ଓ୍ବିକେଟ୍ କିପର ମୁସ୍‌ଫିକର ରହିମ ମାତ୍ର ୭ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କୁ ଅକ୍ଷର ପଟେଲ ବୋଲ୍ଡ କରି ଦେଇଥିଲେ।

ୟାସିର ଅଲି ୨୫ (୩୦ ବଲ୍), ମହମ୍ମଦୁଲ୍ଲା ୨୦ (୨୬ ବଲ୍), ଅଫିଫ୍ ହୁସେନ ୮ (୧୨ ବଲ୍) ରନ୍ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ମ୍ୟାଚ୍‌ର ହିରୋ ମେହଦି ହାସନ ମିରଜା (ଶତକ ମାରିଥିଲେ) ଆଜି ମାତ୍ର ୩ ରନ୍ କରି ଆଉଟ୍ ହୋଇଗଲେ। ଇବାଦତ୍ ହୁସେନ ଖାତା ଖୋଲିପାରି ନଥିଲେ। ମୁସ୍ତାଫିଜୁର ରହମାନ ୧୩ ରନ୍ (୧୭ ବଲ୍) କରି ଆଉଟ୍ ହୋଇଥିବା ବେଳେ ତସ୍କିନ ଅହମଦ ୧୭ ରନ୍ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ ଶର୍ଦ୍ଦୁଳ ଠାକରୁ ସର୍ବାଧିକ ୩ଟି ଓ୍ବିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲ ୨, ଉମରାନ ମଲ୍ଲିକ ୨, ମହମ୍ମଦ ସିରାଜ, କୁଲଦୀପ ଯାଦବ ଓ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ।

INDvsBAN