Advertisment

ଏସିଆ କପ୍: ନେପାଳକୁ ହରାଇ ସୁପର୍-4ରେ ଭାରତ, ରବିବାର ଇଣ୍ଡିଆ-ପାକିସ୍ତାନ ମୁକାବିଲା

ବର୍ଷା ବାଧକ ସତ୍ତ୍ୱେ ନେପାଳ ବିପକ୍ଷ ମ୍ୟାଚରେ ଭାରତର ବିଜୟ। ଆସନ୍ତା ରବିବାର ଆଉ ଏକ ଇଣ୍ଡିଆ-ପାକିସ୍ତାନ ମୁକାବିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Rohit Sharma And Shubman Gill

Rohit Sharma And Shubman Gill

ବର୍ଷା ବାଧକ ସତ୍ତ୍ୱେ ନେପାଳ ବିପକ୍ଷ ମ୍ୟାଚରେ ଭାରତର ବିଜୟ। 10 ୱିକେଟରେ ଏହି ମ୍ୟାଚକୁ ଜିତି ନେଇଛି ଟିମ୍ ଇଣ୍ଡିଆ। ବିଜୟ ସହ ଦ୍ୱିତୀୟ ଦଳ ଭାବେ ସୁପର୍ ଫୋର୍ ରାଉଣ୍ଡକୁ ପ୍ରବେଶ ମଧ୍ୟ କରିଛି। ଫଳ ସ୍ୱରୂପ ଆସନ୍ତା ରବିବାର ଆଉ ଏକ ଇଣ୍ଡିଆ-ପାକିସ୍ତାନ ମୁକାବିଲା ଦେଖିବାକୁ ମିଳିବ। 

Advertisment

ଚଳିତ ଏସିଆ କପରେ ଗତକାଲି ଦ୍ୱିତୀୟ ମୁକାବିଲାରେ ନେପାଳକୁ ଭେଟିଥିଲା ଭାରତ। ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା। କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଭଳି ଏହି ମ୍ୟାଚରେ ମଧ୍ୟ ବର୍ଷା ସାଜିଥିଲା ବାଧକ। ପ୍ରଥମେ ବ୍ୟାଟିଂ କରି ନେପାଳ 48.2 ଓଭରରେ 230 ରନ୍ ସଂଗ୍ରହ କରିଥିଲା।

ନେପାଳ ବ୍ୟାଟରଙ୍କ ପ୍ରାରମ୍ଭିକ ବ୍ୟାଟିଂ କ୍ରିକେଟ ପ୍ରେମୀଙ୍କ ମନ କିଣି ନେଇଥିଲା। ପ୍ରଥମ କରି ଇଣ୍ଟରନ୍ୟାସନାଲ୍ ପାଳି ଖେଳୁଥିବା ନେପାଳ ପ୍ଲେୟାର ଦମଦାର୍ ପ୍ରଦର୍ଶନ କରିଥିଲେ। ଫଳରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଥିଲା।

Advertisment

ମାତ୍ର ଦ୍ୱିତୀୟ ପାଳି ବେଳକୁ ବର୍ଷା ହେବାରୁ ପାଖାପାଖି ଦୁଇ ଘଣ୍ଟା ଖେଳ ଅଟକି ଯାଇଥିଲା। ଫଳରେ ଡକ୍ ୱର୍ଥ୍ ଲୁଇସ୍ ନିୟମ ଲାଗୁ କରାଯାଇଥିଲା। ଏହି ନିୟମ ଆଧାରରେ 23 ଓଭରରେ ଭାରତକୁ 145 ରନ୍ ସଂଗ୍ରହ କରିବାକୁ ଥିଲା। କ୍ୟାପ୍ଟେନ ରୋହିତ ଶର୍ମା ଓ ଶୁବମନ ଗିଲ୍ ଓପନିଂ ପାଇଁ ମୈଦାନକୁ ଓହ୍ଲାଇଥିଲେ ଏବଂ ଦୁହେଁ ବିଜୟ ନେଇ ପାଭିଲିୟନ ଫେରିଥିଲେ। ରୋହିତ ଶର୍ମା 74, ଶୁବମନ ଗିଲଙ୍କ 67 ଏବଂ ଅତିରିକ୍ତ 6 ରନ୍ ବଳରେ ଦଶ ୱିକେଟରେ ଭାରତ ଏରହି ମ୍ୟାଚକୁ ଜିତି ନେଇଥିଲା। ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରୋହିତଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି।

Sports News Cricket IndVsNepal India Nepal Match Asia Cup