Advertisment

INDvsSA ପ୍ରଥମ ଟେଷ୍ଟ: ରବାଡାଙ୍କୁ ୫ ୱିକେଟ୍‌, ଭାରତ ୨୦୮/୮

ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଥିବା ଭାରତୀୟ ଦଳକୁ ଆରମ୍ଭରୁ ହିଁ ଝଟକା ଲାଗିଥିଲା।

KL Rahul

KL Rahul

Advertisment

ସେଞ୍ଚୁରିଅନରେ ଆଜି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ୨ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌। ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ବକ୍ସିଂ ଡେ’ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ଷ୍ଟମ୍ପ ଅପସାରଣ ସୁଦ୍ଧା ୮ ୱିକେଟ ହରାଇ ୨୦୮ ରନ୍ କରିଛି। କେ.ଏଲ୍ ରାହୁଲ ୭୦ (୧୦୫ ବଲ୍‌, ୧୦ ଚୌକା, ୨ ଛକା) ରନ୍ ଓ ମହମ୍ମଦ ସିରାଜ ଶୂନ (୧୦) କରି ଅପରାଜିତ ଅଛନ୍ତି।

Advertisment

ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଥିବା ଭାରତୀୟ ଦଳକୁ ଆରମ୍ଭରୁ ହିଁ ଝଟକା ଲାଗିଥିଲା। ୪.୬ ଓଭରରେ ମାତ୍ର ୫ ରନ୍ କରି ସେ ଆଉଟ୍ ହୋଇଥିଲେ। କାଗିସୋ ରବାଡାଙ୍କ ବଲ୍‌ରେ ନାନ୍ଦ୍ରେ ବୁରଗେରଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

ରୋହିତଙ୍କ ପରେ ଫେଲ୍ ମାରିଥିଲେ ଓପନର ଯଶସ୍ୱୀ ଜୈସୱାଲ। ସେ ମାତ୍ର ୧୭ ରନ୍ କରିଥିବା ବେଳେ ନାନ୍ଦ୍ରେ ବୁରଗେରଙ୍କ ବଲ୍‌ରେ କାୟଲ ଭେରୀୟନେଙ୍କ ହାତରେ ଆଉଟ୍ ହୋଇଥିଲେ। ୧୦ ଓଭର ଭିତରେ ଭାରତ ଦୁଇଟି ୱିକେଟ୍ ହରାଇଥିବା ବେଳେ କ୍ରିଜ୍‌ରେ ଥିଲେ ଶୁବମନ ଗିଲ୍ ଓ ବିରାଟ କୋହଲି। କିନ୍ତୁ ଶୁବମନ ଗିଲ୍ ୧୧.୧ ଓଭରରେ ୨ ରନ୍ କରିଥିବା ବେଳେ ନାନ୍ଦ୍ରେ ବୁରଗେରଙ୍କ ବଲ୍‌ରେ କାୟଲ ଭେରୀୟନେଙ୍କ ହାତରେ ଆଉଟ୍ ହୋଇଥିଲେ।

Advertisment

ଏହା ପରେ କ୍ରିଜ୍‌କୁ ଆସିଥିଲେ ଶ୍ରେୟସ ଆୟର। ବିରାଟ କୋହଲି ଓ ସେ ଏକ ଭଲ ପାର୍ଟନରଶିପ୍ ଅଭିମୁଖେ ଅଗ୍ରସର ହୋଇଥିଲେ। ୯୫ଟି ବଲ୍‌ରେ ସେମାନେ ୬୮ ରନ୍ କରିଥିବା ବେଳେ ଆଉଟ୍ ହୋଇଯାଇଥିଲେ ଶ୍ରେୟସ। କାଗିସୋ ରବାଡା ତାଙ୍କୁ ବୋଲ୍ଡ କରି ଦେଇଥିଲେ। ଶ୍ରେୟସ ୫୦ଟି ବଲ୍‌ରୁ ୩୧ ରନ୍ (୩ ଚୌକା, ୧ ଛକା) କରିଥିଲେ।

ଶ୍ରେୟସ ଯିବା ପରେ କ୍ରିଜ୍‌କୁ ଆସିଥିଲେ କେ.ଏଲ୍ ରାହୁଲ। ତେବେ ରାହୁଲ ଓ ବିରାଟଙ୍କ ଯୋଡ଼ି କ୍ରିଜ୍‌ରେ ଜମିବା ପୂର୍ବରୁ ଝଟକା ଦେଇଥିଲେ ରବାଡା। ତାଙ୍କ ବଲ୍‌ କ୍ୟାଚ୍ ଆଉଟ୍ ହୋଇଥିଲେ ବିରାଟ କୋହଲି। ସେ ୬୪ ବଲ୍‌ରୁ ୩୮ ରନ୍ କରି ଆଉଟ୍ ହୋଇଯାଇଥିଲେ।

ଗୋଟିଏ ପଟେ କେ.ଏଲ୍ ରାହୁଲ ସଂଯମତାର ସହିତ ଖେଳୁଥିବା ବେଳେ ଅନ୍ୟ ପଟେ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୱିକେଟ୍ ପଡ଼ି ଚାଲିଥିଲା। ରବିଚନ୍ଦ୍ରନ ଅଶ୍ୱିନ ୮ ରନ୍ କରି ଆଉଟ୍ ହୋଇଥିଲେ। ରାହୁଲ ଓ ଶର୍ଦ୍ଦୁଲ ଠାକୁରଙ୍କ ମଧ୍ୟରେ ୪୩ ରନ୍‌ର ପାର୍ଟନରଶିପ ହୋଇଥିଲା। ଶର୍ଦ୍ଦୁଲ ୨୪ ରନ୍ (୩୩ ବଲ୍‌) କରିଥିବା ବେଳେ ରବାଡାଙ୍କ ଶିକାର ହୋଇଥିଲେ। ଯଶପ୍ରୀତ ବୁମ୍ରା ୧ ରନ୍ କରି ଆଉଟ୍ ହୋଇଥିଲେ। ମହମ୍ମଦ ସିରାଜ ଆଜି ଖାତା ଖୋଲି ନଥିବା ବେଳେ କାଲି ପୁଣି ଖେଳିବେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଡା ସର୍ବାଧିକ ୫ଟି ୱିକେଟ୍ ନେଇଛନ୍ତି। ମାର୍କୋ ୟାନସେନ ଗୋଟିଏ ୱିକେଟ୍ ନେଇଥିବା ବେଳେ ନାନ୍ଦ୍ରେ ବୁରଗେର ୨ଟି ୱିକେଟ୍ ନେଇଛନ୍ତି।

INDvsSA K.L Rahul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe