Advertisment

ରୋମାଞ୍ଚକର ସ୍ଥିତିରେ ଜୋହାନ୍ସବର୍ଗ ଟେଷ୍ଟ, ଭାରତ ୫୮ ରନରେ ଆଗୁଆ

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ପ୍ରଥମ ଦିବସ ଭଳି ଆଜି ମଧ୍ୟ ୧୧ ୱିକେଟର ପତନ ହୋଇଛି। ଶାର୍ଦ୍ଦୁଲ ଠାକୁରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୨୯ ରନ୍ କରି ଅଲଆଉଟ୍ ହୋଇଛି। ପ୍ରଥମ ଇନିଂସରେ ୨୭ ରନରେ ପଛୁଆ ଥିବା ଭାରତ ୨ ୱିକେଟ୍ ହରାଇ ୮୫ ରନ୍ କରିଛି। ଦିବସର ଖେଳ ଶେଷ ସୁଦ୍ଧା ଦୁଇ ଅଭିଜ୍ଞ […]

author-image
Ranjit Kumar Jena
ରୋମାଞ୍ଚକର ସ୍ଥିତିରେ ଜୋହାନ୍ସବର୍ଗ ଟେଷ୍ଟ, ଭାରତ ୫୮ ରନରେ ଆଗୁଆ

ind-vs-saf

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ପ୍ରଥମ ଦିବସ ଭଳି ଆଜି ମଧ୍ୟ ୧୧ ୱିକେଟର ପତନ ହୋଇଛି। ଶାର୍ଦ୍ଦୁଲ ଠାକୁରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୨୯ ରନ୍ କରି ଅଲଆଉଟ୍ ହୋଇଛି। ପ୍ରଥମ ଇନିଂସରେ ୨୭ ରନରେ ପଛୁଆ ଥିବା ଭାରତ ୨ ୱିକେଟ୍ ହରାଇ ୮୫ ରନ୍ କରିଛି। ଦିବସର ଖେଳ ଶେଷ ସୁଦ୍ଧା ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ୩୫ ଓ ଅଜିଙ୍କ୍ୟ ରାହାଣେ ୧୧ ରନ୍ କରି ଅପରାଜିତ ରହିଛନ୍ତି। ଏଥିସହ ଭାରତ ୫୮ ରନରେ ଅଗ୍ରଣୀ ହାସଲ କରିନେଇଛି।

Advertisment

Cheteshwar Pujara shapes to pull, South Africa vs India, 2nd Test, Johannesburg, 2nd day, January 4, 2022

ଭଲ ଫର୍ମରେ ଥିବା ଭାରତର ଦୁଇ ଓପ୍ନର ନିରାଶ କରିଥିଲେ। ପ୍ରଥମେ କ୍ୟାପଟେନ୍ ଲୋକେଶ ରାହୁଲ (୮)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ମାର୍କୋ ଜାନସେନ୍। ପରେ ମୟଙ୍କ ଅଗ୍ରୱାଲ୍ (୨୩)ଙ୍କ ୱିକେଟ୍ ନେଇଥିଲେ ଡୁଆନ୍ ଓଲିଭିଅର। ୪୪ ରନରେ ଦୁଇ ୱିକେଟ୍ ହରାଇବା ପରେ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଅଭିଜ୍ଞତାର ଫାଇଦା ଉଠାଇଥିଲେ। ଦୁହେଁ ଦିବସର ଶେଷ ସୁଦ୍ଧା ଦଳକୁ ଆଉ କ୍ଷତି ସହିବାକୁ ଦେଇନଥିଲେ। ପ୍ରଥମ ଇନିଂସରେ ମାତ୍ର ୩ ରନ୍ କରି ଆଉଟ୍ ହୋଇଥିବା ପୂଜାରା ଆକ୍ରାମଣାତ୍ମକ ବ୍ୟାଟିଂ କରିଥିଲେ। ସେ ୪୨ ବଲରେ ୭ ଚୌକା ସହ ୩୫ ରନ୍ କରି କ୍ରିଜରେ ଅଛନ୍ତି। ସେହିପରି ରାହାଣେ ମଧ୍ୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ୧୧ ରନ୍ କରି ନଟଆଉଟ୍ ରହିଛନ୍ତି।

ଏହା ପୂର୍ବରୁ ଦ୍ୱିତୀୟ ଦିବସରେ ଦକ୍ଷିଣ ଆଫ୍ରିକା ତା’ର ପୂର୍ବଦିନର ସ୍କୋର ୩୫/୧ରୁ ଖେଳ ଆରମ୍ଭ କରିଥିଲା। ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାର ଓ କୀଗନ ପିଟରସନ୍ ଆରମ୍ଭରୁ ଭାରତୀୟ ବୋଲରଙ୍କୁ ଦୃଢ଼ତାର ସହ ସାମ୍ନା କରିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୭୪ ରନର ଭାଗିଦାରୀ କରିଥିଲେ। ତେବେ ଏହି ସେଟ୍ ଯୋଡ଼ିକୁ ଭାଙ୍ଗିଥିଲେ ଶାର୍ଦ୍ଦୁଲ। କ୍ୟାପଟେନ୍ ଏଲଗାର ୨୮ ରନ୍ କରି ଆଉଟ୍ ହୋଇଥିଲେ। ଅର୍ଦ୍ଧଶତକ ମାରିଥିବା ପିଟରନସଙ୍କୁ ମଧ୍ୟ ଶାର୍ଦ୍ଦୁଲ ନିଜର ଶିକାର ବନାଇଥିଲେ। ପିଟରସନ୍ ୬୨ (୧୧୮ ବଲ୍, ୯ ଚୌକା) ରନ୍ କରିଥିଲେ।

Advertisment

Shardul Thakur broke another fifty stand, by dismissing Kyle Verreynne, South Africa vs India, 2nd Test, Johannesburg, 2nd day, January 4, 2022

ଏହା ପରେ ଶାର୍ଦ୍ଦୁଲ ଘରୋଇ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ରାସି ଭାନ୍ ଡର୍ ଡୁସେନ୍ (୧)ଙ୍କୁ ପ୍ୟାଭିଲିୟନ୍ ପଠାଇ ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ। ଇନଫର୍ମ ତେମ୍ବା ବାଭୁମା ଓ କାଇଲ ଭେରେନେ ପଞ୍ଚମ ୱିକେଟ୍ ପାଇଁ ୬୦ ରନ୍ ଯୋଡ଼ିଥିଲେ। ତେବେ ଉଭୟ ଭେରେନେ ଓ ବାଭୁମାଙ୍କୁ ଶାର୍ଦ୍ଦୁଲ ଆଉଟ୍ କରିଥିଲେ। ଭେରେନେ ୨୧ ଓ ବାଭୁମା ୫୧ (୬୦ ବଲ୍, ୬ ଚୌକା) ରନ୍ କରିଥିଲେ।

ଶେଷଆଡ଼କୁ ଜାନସେନ୍ (୨୧) ଓ କେଶବ ମହାରାଜ (୨୧)ଙ୍କ ଯୋଗଦାନ ବଳରେ ଦକ୍ଷିଣ ଆଫ୍ରିକା ଲିଡ୍ ହାସଲ କରିଥିଲେ। କାଗିସୋ ରବାଡା ଓ ଲୁଙ୍ଗି ଏନଗିଡି ଖାତା ଖୋଲିପାରି ନଥିଲେ। ଶାର୍ଦ୍ଦୁଲ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ୬୧ ରନ୍ ଦେଇ ୭ଟି ୱିକେଟ୍ ନେଇଥିଲେ। ସେହିପରି ମହମ୍ମଦ ଶାମି ୨ଟି ଓ ଯଶପ୍ରୀତ ବୁମ୍ରା ଗୋଟିଏ ୱିକେଟ୍ ନେଇଥିଲେ।