Advertisment

ଟି ୨୦ ମହିଳା ବିଶ୍ୱକପ: ସେମି ଫାଇନାଲ୍‌ରେ ଭାରତ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରିଥିଲା।

Team India

Team India

Advertisment

ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଟି-୨୦ ମହିଳା ବିଶ୍ୱକପ୍‌ରେ ଆଜି ଭାରତ ତା’ର ଶେଷ ଲିଗ୍ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ପରାସ୍ତ କରି ସେମି ଫେଇନାଲ୍‌ରେ ପ୍ରବେଶ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଭାରତ ଡିଏଲ୍‌ଏସ୍‌ ମେଥଡ୍‌ରେ ୫ ରନ୍‌ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ସ୍ମୃତି ମନ୍ଧାନାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍ ପ୍ରଦାନ କରାଯାଇଛି।

Advertisment

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସ୍ମୃତି ମନ୍ଧାନା ସର୍ବାଧିକ ୮୭ ରନ୍ କରିଥିଲେ। ସେ ୫୬ଟି ବଲ୍‌ରୁ ୯ଟି ଚୌକା ଓ ୩ଟି ଛକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ବଡ଼ ସ୍କୋର କରିପାରି ନଥିଲେ। ଓପନର ଶେଫାଳି ବର୍ମା ୨୯ଟି ବଲ୍‌ରୁ ୨୪ ରନ୍ କରିଥିବା ବେଳେ କ୍ୟାପ୍‌ଟେନ୍ ହରମନପ୍ରୀତ କୌର ୨୦ଟି ବଲ୍‌ରୁ ୧୩ ରନ୍ କରିଥିଲେ। ଜେମିମା ରୋଡ୍ରିଗ୍‌ସ ୧୨ଟି ବଲ୍‌ରୁ ୧୯ ରନ୍ କରିଥିଲେ। ୱିକେଟ୍ କିପର ରିଚା ଘୋଷ ଓ ଦୀପ୍ତି ଶର୍ମା ଖାତା ଖୋଲି ପାରି ନଥିବା ବେଳେ ପୂଜା ବସ୍ତ୍ରାକର ୨ ରନ୍ କରି ଅପରାଜିତ ରହିଥିଲେ।

ଆୟର୍ଲାଣ୍ଡ ପକ୍ଷରୁ ଲୌରା ଡିଲେନୀ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଓରାଲ ୨ଟି ଆରଲିଏନ୍ କେଲି ଗୋଟିଏ ୱିକେଟ୍ ପାଇଥିଲେ।

Advertisment

ଅନ୍ୟପକ୍ଷରେ ୧୫୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଆୟର୍ଲାଣ୍ଡ ଟିମ୍‌କୁ ଲାଗିଥିଲା ପ୍ରାରମ୍ଭିକ ଝଟକା। ପ୍ରଥମ ଓଭରରେ ପଡ଼ିଯାଇଥିଲା ଦୁଇଟି ୱିକେଟ୍‌। ଓପନର ଆମୀ ହଣ୍ଟର ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଓରଲା ପ୍ରିଣ୍ଡରଗ୍ୟାଷ୍ଟ ଖାତା ଖୋଲି ପାରି ନଥିଲେ। ଆମୀଙ୍କୁ ଜେମିମା ରୋଡ୍ରିଗ୍‌ସ ରନ୍ ଆଉଟ କରିଥିବା ବେଳେ ଓରାଲଙ୍କୁ ବୋଲ୍ଡ କରି ଦେଇଥିଲେ ରେଣୁକା ସିଂହ।

୮.୨ ଓଭରରେ ଆୟର୍ଲାଣ୍ଡ ୨ ୱିକେଟ୍ ହରାଇ ୫୪ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। ବର୍ଷା ଯୋଗୁ ଖେଳ ବନ୍ଦ ରଖାଯାଇଥିଲା। ଆଉ ଖେଳ ହୋଇପାରି ନଥିଲା। ଶେଷରେ ଡିଏଲ୍‌ଏସ୍‌ ମେଥଡ୍‌ରେ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା।

India T 20 World Cup Women's T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe