Advertisment

ଘରୋଇ ମାଟିରେ ଭାରତର ଦବଦବା ଜାରି: ଜିତିଲା କ୍ରମାଗତ ୧୭ନଂ ସିରିଜ

ଆଜି ୪ର୍ଥ ଟେଷ୍ଟରେ ଭାରତୀୟ ଟିମ ଇଂଲଣ୍ଡକୁ ୫ ୱିକେଟରେ ହରାଇ ଦେଇଛି। ଏଥିସହ ୫ ଟିକିଆ ସିରିଜକୁ ଆଗୁଆ ୩-୧ରେ କବଜା କରିଛି।

Team India

Team India

Advertisment

ଘରୋଇ ମାଟି ଓ ପରିବେଶରେ ଟିମ ଇଣ୍ଡିଆର ଦବଦବା ଜାରି ରହିଛି। ଦୀର୍ଘ ୧୧ ବର୍ଷ ହେଲା ଭାରତ ଘରୋଇ ମାଟିରେ ଜାରି ରଖିଥିବା ବିଜୟ ଧାରା ବଳବତ୍ତର ରହିଛି। ୨୦୧୨-୧୩ରେ ଦଳ ଭାରତରେ ଇଂଲଣ୍ଡ ଠାରୁ କୌଣସି ଟେଷ୍ଟ ସିରିଜ ହାରିଥିଲା। ସେବେଠାରୁ ଦଳ ଆଉ କୌଣସି ପ୍ରକାରର ଟେଷ୍ଟ ସିରିଜ ଏଯାଏ ହାରି ନାହିଁ।

Advertisment

ଆଜି ୪ର୍ଥ ଟେଷ୍ଟରେ ଭାରତୀୟ ଟିମ ଇଂଲଣ୍ଡକୁ ୫ ୱିକେଟରେ ହରାଇ ଦେଇଛି। ଏଥିସହ ୫ ଟିକିଆ ସିରିଜକୁ ଆଗୁଆ ୩-୧ରେ କବଜା କରିଛି। ଘରୋଇ ମାଟିରେ ଏହା ଭାରତର କ୍ରମାଗତ ୧୭ନଂ ଟେଷ୍ଟ ସିରିଜ ବିଜୟ।

ଭାରତକୁ ଶେଷ ଥର ପାଇଁ ୨୦୧୨-୧୩ ମସିହା ଟେଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ହରାଇଥିଲା। ସେବେଠାରୁ ଭାରତୀୟ ଟିମ ଐତିହାସିକ ରେକର୍ଡ କରିବା ସହ କ୍ରମାଗତ ୧୭ଟି ସିରିଜ ଜିତି ସାରିଲାଣି। ଏହି ରେକର୍ଡ ପୂର୍ବରୁ ଅଷ୍ଟ୍ରେଲିଆ ନାଁରେ ଥିଲା। ଅଷ୍ଟ୍ରେଲିଆ ୧୯୯୪ରୁ ୨୦୦୦ ମସିହା ଯାଏ ଘରୋଇ ମାଟିରେ କ୍ରମାଗତ ୧୦ଟି ଟେଷ୍ଟ ସିରିଜ ଜିତିଥିଲା।

Advertisment

୨୦୧୨-୧୩ ଠାରୁ ୨୦୨୪ ଫେବୃଆରୀ ୨୬ ମଧ୍ୟରେ ଭାରତୀୟ ଟିମ ୫୧ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୩୯ଟିରେ ଜିତଛି। ଦଳ କେବଳ ୪ଟି ମ୍ୟାଚ୍‌ ହାରିଛି। ୨ଟି ମ୍ୟାଚ୍‌ ଅଷ୍ଟ୍ରେଲିଆ ଠାରୁ ଓ ୨ଟି ମ୍ୟାଚ୍‌ ଇଂଲଣ୍ଡ ଠାରୁ ଘରୋଇ ମାଟିରେ ଭାରତକୁ ହାରିବାକୁ ପଡ଼ିଛି। ବାକି ମ୍ୟାଚ୍‌ ଡ୍ର ରହିଥିଲା।

ଭାରତ ଘରୋଇ ମାଟିରେ କ୍ରମାଗତ ୧୭ଟି ସିରିଜ ଜିତିଥିବା ବେଳେ ଏହା ପଛକୁ ଅଷ୍ଟ୍ରେଲିଆ ୧୦ ସିରିଜ ବିଜୟ ସହ ରହିଛି। ସେହିପରି ଅଷ୍ଟ୍ରେଲିଆ ପୁଣିଥରେ ୨୦୦୪ରୁ ୨୦୦୮ ମଧ୍ୟରେ କ୍ରମାଗତ ୧୦ଟି, ୧୯୭୬ରୁ ୧୯୮୫ ମଧ୍ୟରେ ୱେଷ୍ଟଇଣ୍ଡିଜ କ୍ରମାଗତ ୮ଟି ଓ ୨୦୧୭ରୁ ୨୦୨୦ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ନିଜ ମାଟିରେ କ୍ରମାଗତ ୮ଟି ଟେଷ୍ଟ ସିରିଜ ଜିତିଥିଲା।

India Vs England Team India Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe