Advertisment

ବିଶ୍ୱକପରେ ପୁଣି ଭାରତ-ପାକିସ୍ତାନ ମୁହାଁମୁହିଁ, ମାର୍ଚ୍ଚ ୬ରେ ମ୍ୟାଚ୍

ଦୁବାଇ: ପୁଣି କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଏହାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ମଇଦାନ ମଧ୍ୟ ଫାଇନାଲ୍ ହୋଇଛି ଏବଂ ତାରିଖ ମଧ୍ୟ ନିର୍ଦ୍ଧାରଣ ହୋଇଛି। ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଟିମ୍ ପୁରୁଷ କ୍ରିକେଟରେ ନୁହେଁ ବରଂ ମହିଳା କ୍ରିକେଟରେ ସାମ୍ନାସାମ୍ନି ହେବେ। ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଆଇସିସି ମହିଳା ଦିନିକିଆ ବିଶ୍ୱକପର ଆୟୋଜନ ହେବ। ନ୍ୟୁଜିଲ୍ୟାଣ୍ଡରେ ହେବାକୁଥିବା ଏହି ବିଶ୍ୱକପ୍ ପାଇଁ ଆଇସିସି କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି କାର୍ଯ୍ୟସୂଚୀରେ […]

ବିଶ୍ୱକପରେ ପୁଣି ଭାରତ-ପାକିସ୍ତାନ ମୁହାଁମୁହିଁ, ମାର୍ଚ୍ଚ ୬ରେ ମ୍ୟାଚ୍

india-vs-pak

Advertisment

ଦୁବାଇ: ପୁଣି କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଏହାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ମଇଦାନ ମଧ୍ୟ ଫାଇନାଲ୍ ହୋଇଛି ଏବଂ ତାରିଖ ମଧ୍ୟ ନିର୍ଦ୍ଧାରଣ ହୋଇଛି। ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଟିମ୍ ପୁରୁଷ କ୍ରିକେଟରେ ନୁହେଁ ବରଂ ମହିଳା କ୍ରିକେଟରେ ସାମ୍ନାସାମ୍ନି ହେବେ। ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଆଇସିସି ମହିଳା ଦିନିକିଆ ବିଶ୍ୱକପର ଆୟୋଜନ ହେବ। ନ୍ୟୁଜିଲ୍ୟାଣ୍ଡରେ ହେବାକୁଥିବା ଏହି ବିଶ୍ୱକପ୍ ପାଇଁ ଆଇସିସି କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି କାର୍ଯ୍ୟସୂଚୀରେ ଭାରତ ଓ ପାକିସ୍ତାନ ମ୍ୟାଚ୍ କେବେ ହେବ, ତାହା ସ୍ଥିର ହୋଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍ ମ୍ୟାଚ୍ ମାର୍ଚ୍ଚ ୬ ତାରିଖରେ ବେ ଓଭାଲର ତୌରାଙ୍ଗରେ ଅନୁଷ୍ଠିତ ହେବ। ଏହାସହ ଦୁଇ ଟିମ୍ ଏହି ବିଶ୍ୱକପରେ ନିଜ ନିଜର ଅଭିଯାନ ଆରମ୍ଭ କରିବେ।

Advertisment

ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗ ନେବେ। ମ୍ୟାଚ୍ ଗୁଡ଼ିକ ଲିଗ୍ ଫର୍ମାଟରେ ଖେଳାଯିବ। ସବୁ ଦଳ ପରସ୍ପରକୁ ଥରେ ଲେଖାଏ ଭେଟିବେ। ଅର୍ଥାତ ସବୁ ଦଳ ସେମିଫାଇନାଲ୍ ପୂର୍ବରୁ ୭ଟି ମ୍ୟାଚ୍ ଖେଳିବେ। ଲିଗ୍ ପର୍ଯ୍ୟାୟ ଶେଷ ହେବା ପରେ ଟପ୍-୪ ଟିମ୍ ସେମିଫାଇନାଲ୍ ଟିକେଟ୍ କାଟିବେ। ଏହା ପରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ମାର୍ଚ୍ଚ ୪ ତାରିଖରେ ନ୍ୟୁଜିଲ୍ୟାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ହେବ।

ଭାରତକୁ ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବା ପାଇଁ ତିନି ଦିନ ବିଶ୍ରାମ ମିଳିବ। ମାର୍ଚ୍ଚ ୧୦ ତାରିଖରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ଆୟୋଜକ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ଏହି ମ୍ୟାଚ୍ ହାମିଲଟନର ସେଡନ୍ ପାର୍କରେ ଖେଳାଯିବ। ମାର୍ଚ୍ଚ ୧୨ ତାରିଖରେ ଭାରତ ତା’ର ତୃତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିବ। ଏହା ପରେ ୧୬ ତାରିଖରେ ଇଂଲଣ୍ଡ, ୧୯ ତାରିଖରେ ଅଷ୍ଟ୍ରେଲିଆ, ୨୨ ତାରିଖରେ ବାଂଲାଦେଶ ଏବଂ ୨୭ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ।

Advertisment

https://twitter.com/BCCIWomen/status/1471048628483416066?s=20

ଆଇସିସି ମହିଳା ବିଶ୍ୱକପର ଶେଷ ସଂସ୍କରଣ ଇଂଲଣ୍ଡରେ ଖେଳାଯାଇଥିଲା। ମିତାଲୀ ରାଜଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସ୍ଥାନ ହାସଲ କରିଥିଲା। କିନ୍ତୁ ଟାଇଟଲ୍ ମୁକାବିଲାରେ ଭାରତ ଇଂଲଣ୍ଡ ଠାରୁ ହାରିଯାଇଥିଲା। ଭାରତ ଦୁଇଥର ଏହି ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ୨୦୧୭ ସଂସ୍କରଣ ପୂର୍ବରୁ ୨୦୦୫ରେ ମହିଳା ଟିମ୍ ମିତାଲୀଙ୍କ ନେତୃତ୍ୱରେ ଫାଇନାଲ ଖେଳିଥିଲା, କିନ୍ତୁ ବିଜୟୀ ହୋଇପାରିନଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe