Advertisment

କୋହଲିଙ୍କ ୧୦୦ତମ ଟେଷ୍ଟରେ ପନ୍ତ ଧମାକା, ପ୍ରଥମ ଦିନରେ ଭାରତ ୩୫୭/୬

ମୋହାଲି: ବିରାଟ୍ କୋହଲିଙ୍କ ୧୦୦ତମ ଟେଷ୍ଟର ପ୍ରଥମ ଭାରତୀୟ କ୍ରିକେଟ୍ ଟିମର ୱିକେଟ୍ କିପର- ବ୍ୟାଟର୍ ଋଷଭ ପନ୍ତ ଧମାକା କରିଛନ୍ତି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଆରମ୍ଭ ହୋଇଥିବା ମୋହାଲି ଟେଷ୍ଟର ପ୍ରଥମ ଦିବସରେ ପନ୍ତଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଟିମ ଇଣ୍ଡିଆ ୬ ୱିକେଟ୍ ହରାଇ ୩୫୭ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରବୀନ୍ଦ୍ର ଜାଡେଜା ୪୫ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୧୦ ରନ୍ କରି ଅପରାଜିତ ରହିଛନ୍ତି। ଟିମ୍ ଇଣ୍ଡିଆ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
କୋହଲିଙ୍କ ୧୦୦ତମ ଟେଷ୍ଟରେ ପନ୍ତ ଧମାକା, ପ୍ରଥମ ଦିନରେ ଭାରତ ୩୫୭/୬

rishabh-pant

ମୋହାଲି: ବିରାଟ୍ କୋହଲିଙ୍କ ୧୦୦ତମ ଟେଷ୍ଟର ପ୍ରଥମ ଭାରତୀୟ କ୍ରିକେଟ୍ ଟିମର ୱିକେଟ୍ କିପର- ବ୍ୟାଟର୍ ଋଷଭ ପନ୍ତ ଧମାକା କରିଛନ୍ତି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଆରମ୍ଭ ହୋଇଥିବା ମୋହାଲି ଟେଷ୍ଟର ପ୍ରଥମ ଦିବସରେ ପନ୍ତଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଟିମ ଇଣ୍ଡିଆ ୬ ୱିକେଟ୍ ହରାଇ ୩୫୭ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରବୀନ୍ଦ୍ର ଜାଡେଜା ୪୫ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୧୦ ରନ୍ କରି ଅପରାଜିତ ରହିଛନ୍ତି।

Advertisment

ଟିମ୍ ଇଣ୍ଡିଆ ଓ ତା’ର ଫ୍ୟାନ୍ କୋହଲିଙ୍କ ଠାରୁ ଶତକ ଆଶା କରିଥିଲେ, କିନ୍ତୁ ଏହି ସେମାନଙ୍କୁ ଖୁସି ମିଳିଲା ନାହିଁ। ହେଲେ ମ୍ୟାଚରେ ଦେଖିବାକୁ ମିଳିଛି ପନ୍ତଙ୍କ ଝଡ଼, ଯିଏ ଦିବସର ତୃତୀୟ ତଥା ଶେଷ ସେସନରେ ଜବରଦସ୍ତ ବ୍ୟାଟିଂ କରି ଶ୍ରୀଲଙ୍କା ଠାରୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଛଡ଼ାଇ ନେଇଛନ୍ତି। କିନ୍ତୁ ପୁଣିଥରେ ସେ ଶତକର ନିକଟତର ଆସି ବଞ୍ଚିତ ହୋଇଛନ୍ତି। ପନ୍ତ ୯୭ ବଲରେ ୯ ଚୌକା ଓ ୪ ଛକା ସହ ୯୬ ରନ୍ କରି ଆଉଟ୍ ହୋଇଛନ୍ତି। ତାଙ୍କ ବ୍ୟତୀତ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ହନୁମା ବିହାରୀ ଅର୍ଦ୍ଧଶତକ ମାରିଛନ୍ତି।

କ୍ୟାପଟେନ୍ ଭାବେ ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରୋହିତଙ୍କ ସହ ଓପନ୍ କରିବାକୁ ଆସିଥିବା ମୟଙ୍କ ଅଗ୍ରୱାଲ୍ ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ। ରୋହିତ୍ ଦ୍ରୁତ ରନ୍ କରିଥିଲେ ହେଁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ମୋହାଲିର ବାଉନ୍ସି ପିଚରେ ବଡ଼ ଶଟ୍ ଖେଳିବାକୁ ଯାଇ ରୋହିତ୍ ଲାହିରୁ କୁମାରାଙ୍କ ବଲରେ ସୁରଙ୍ଗା ଲାକମଲଙ୍କୁ କ୍ୟାଚ୍ ଦେଇ ବସିଥିଲେ। ରୋହିତ ୨୮ ବଲରେ ୬ ଚୌକା ସହ ୨୯ ରନ୍ କରିଥିଲେ।

Advertisment

ମୟଙ୍କ (୩୩) ମଧ୍ୟ ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଥିଲେ ଏବଂ ତାଙ୍କୁ ଲସିଥ ଏମ୍ବୁଲଡେନିୟା ଆଉଟ୍ କରିଥିଲେ। ପ୍ରଥମଥର ପାଇଁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବିହାରୀ ଓ ୧୦୦ତମ ଶତକ ଟେଷ୍ଟ ଖେଳୁଥିବା କୋହଲି ଭାରତର ଇନିଂସକୁ ସଜାଡ଼ିଥିଲେ। କୋହଲି ଯେଉଁଭଳି ଭାବେ ନିଜ ଇନିଂସକୁ ଆଗକୁ ବଢ଼ାଇଲେ, ଲାଗୁଥିଲା ସେ ଶତକ ମାରିବେ। ଲଞ୍ଚ ପୂର୍ବରୁ ଓ ପରେ କୋହଲି ଆଶା ସଞ୍ଚାର କରିଥିଲେ। କିନ୍ତୁ ପୂର୍ବ ଇନିଂସ ଭଳି ପୁଣିଥରେ କୋହଲି ସେଟ୍ ହେବା ପରେ ନିଜ ୱିକେଟ୍ ହରାଇ ବସିଥିଲେ। ବାମହାତୀ ସ୍ପିନର ଏମ୍ବୁଲଡେନିୟାଙ୍କ ଏକ ଭଲ ବଲରେ ସେ ଚକମା ଖାଇଥିଲେ ଏବଂ କ୍ଲିନ୍ ବୋଲ୍ଡ ହୋଇଥିଲେ। କୋହଲି ୭୬ ବଲରେ ୪୫ ରନ୍ କରିଥିଲେ ଏବଂ ବିହାରୀଙ୍କ ସହ ୯୦ ରନର ଭାଗିଦାରୀ କରିଥିଲେ।

କୋହଲିଙ୍କ ଆଉଟ୍ ପରେ ବିହାରୀ ମଧ୍ୟ ପ୍ୟାଭିଲିୟନ୍ ଫେରିଥିଲେ। ସେ ୧୨୮ ବଲର ସାମ୍ନା କରି ୫୮ (୫ ଚୌକା) ରନ୍ କରି କରିଥିଲେ। ତାଙ୍କ ସ୍ଥାନରେ ଆସିଥିବା ଶ୍ରେୟସ ଆୟର୍ (୨୭) ସୁଯୋଗର ଫାଇଦା ଉଠାଇପାରିନଥିଲେ। ହେଲେ ସେ ଆଉଟ୍ ହେବା ପୂର୍ବରୁ ଋଷଭ ପନ୍ତଙ୍କ ସହ ମିଶି ପଞ୍ଚମ ୱିକେଟ୍ ପାଇଁ ୫୩ ରନ୍ ଯୋଡ଼ି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ପନ୍ତ ଧୈର୍ଯ୍ୟର ସହ ବ୍ୟାଟିଂ କରି ୭୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ଏହା ପରେ ସେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ।

ପନ୍ତ ଚୌକା ଓ ଛକା ବର୍ଷା କରି ଶତକ ଆଡ଼କୁ ଅଗ୍ରସର ହୋଇଥିଲେ। ତେବେ ନୂଆ ବଲ୍ ତାଙ୍କ ପାଇଁ କାଳ ହୋଇଥିଲା। ପେସର୍ ସୁରଙ୍ଗା ଲାକମଲଙ୍କ ଇନସୁଇଂକୁ ବୁଝିନପାରି ପନ୍ତ କ୍ଲିନ୍ ବୋଲ୍ଡ ହୋଇଥିଲେ। ଶତକରୁ ବଞ୍ଚିତ ହୋଇଥିଲେ ହେଁ ପନ୍ତ ଷଷ୍ଠ ୱିକେଟ୍ ପାଇଁ ଜାଡେଜାଙ୍କ ସହ ମିଶି ୧୦୪ ରନ୍ ଯୋଡ଼ି ଭାରତକୁ ବଡ଼ ସ୍କୋର ମୁହାଁ କରିଛନ୍ତି। ଜାଡେଜା ଓ ଅଶ୍ୱିନ୍ ପ୍ରଥମ ଦିନରେ ଭାରତକୁ ଆଉ କୌଣସି କ୍ଷତି ସହିବାକୁ ଦେଇନାହାନ୍ତି। ଶ୍ରୀଲଙ୍କା ପକ୍ଷରୁ ଏମ୍ବୁଲଡେନିଆ ୨ଟି ୱିକେଟ୍ ନେଇଛନ୍ତି।