Advertisment

ଭାରତକୁ ଗୋଟିଏ ବଲରେ ମିଳିଲା ୧୪ ରନ, ବିରାଟ ଖୁସ

ଆରମ୍ଭରୁ ଛକା ଓ ଚୌକା ମାରିଥିବା ବିରାଟ ବାଂଲାଦେଶ ବିପକ୍ଷରେ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି।

author-image
Hemant Lenka
virat

virat

ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ଭାରତ ଗୋଟିଏ ଅସମ୍ଭବ ଘଟଣାକୁ ହାସଲ କରିଛି। ଭାରତକୁ ଗୋଟିଏ ବଲରେ ମିଳିଛି ୧୪ ରନ। ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ବ୍ୟାଟର୍‌ରୁ ଏପରି ଅସମ୍ଭବ ରେକର୍ଡ ବାହାରିଛି। ବ୍ୟକ୍ତିଗତ ଭାବେ ବିରାଟଙ୍କ ସ୍କୋରରେ ବଲ ସହ ରନ ଯୋଡ଼ା ଯାଇଥିଲେ ହେଁ ଦଳୀୟ ଖାତାରେ କିନ୍ତୁ କେବଳ ଗୋଟିଏ ବଲ ଗଣତି କରାଯାଇଛି।

Advertisment

ଏକଥା ଶୁଣି ଆପଣମାନେ ସେମାନେ ଦ୍ୱନ୍ଦ୍ୱରେ ପଡ଼ୁଥିବେ। ହେଲେ ବାସ୍ତବରେ ଏପରି ଘଟଣା ଭାରତୀୟ ଇନିଂସର ୧୩ତମ ଓଭର୍‌ରେ ଘଟିଛି। ବାଂଲାଦେଶର ଦ୍ରୁତ ବୋଲର ହାସନ ମହମୁଦ ଗୋଟିଏ ବଲରେ ୧୪ ରନ ଖର୍ଚ୍ଚ କରିଛନ୍ତି। ତାଙ୍କ ଠାରୁ ବିରାଟ କୋହଲି ଏପରି ରନ ଆଦାୟ କରିଛନ୍ତି।

ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ୪୦ ବଲରେ ୪୮ ରନ କରି ଆଉଟ ହେବା ପରେ ବିରାଟ ବ୍ୟାଟିଂ କରିବାକୁ ଆସିଥିଲେ। ସେ ହାସନଙ୍କ ପ୍ରଥମ ବଲ ସାମ୍ନା କରି ୨ ରନ ହାସଲ କରିଥିଲେ। କିନ୍ତୁ ଏହା ନୋ ବଲ ହୋଇଥିଲା। ଫଳରେ ଭାରତକୁ ୩ ରନ ମିଳିଥିଲା।

Advertisment

ଫ୍ରି-ହିଟ୍‌ରେ ବିରାଟ ୪ ମାରି ଥିଲେ। ଏହା ମଧ୍ୟ ନୋ ବଲ ହୋଇଥିଲା। ଦଳକୁ ୫ ରନ ମିଳିଥିଲା। ପୁଣି ଫ୍ରି-ହିଟ୍‌ରେ ବିରାଟ ଛକା ମାରିଥିଲେ। ଏହାର ଅର୍ଥ ଗୋଟିଏ ବଲରୁ ଭାରତକୁ ମୋଟ ୧୪ ରନ ମିଳିଥିଲା। ବିରାଟ ବ୍ୟକ୍ତିଗତ ଭାବେ ୧୨ ରନ ହାସଲ କରିଥିଲେ।

ଆରମ୍ଭରୁ ଛକା ଓ ଚୌକା ମାରିଥିବା ବିରାଟ ବାଂଲାଦେଶ ବିପକ୍ଷରେ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ଏବେ ସେ କେଏଲ ରାହୁଲଙ୍କ ସହ ମିଶି ଦଳକୁ ବିଜୟ ଆଡ଼କୁ ନେଉଛନ୍ତି। ବାଂଲାଦେଶ ମ୍ୟାଚ୍‌ ଜିତିବାକୁ ୨୫୭ ରନର ଟାର୍ଗେଟ ଦେଇଥିବା ବେଳେ ଭାରତ ବେଶ ଆରାମରେ ସେହି ଦିଗରେ ଆଗେଇ ଚାଲିଛି।

Virat Kohli ICC ICC World Cup 2023