Advertisment

ଭାରତକୁ ପ୍ରଥମ ସଫଳତା ଦେଲେ ବୁମ୍ରା, ଗୁରବାଜଙ୍କ ୱିକେଟ ନେଲେ ପାଣ୍ଡ୍ୟା

୭ମ ଓଭର୍‌ର ୪ର୍ଥ ବଲରେ ବୁମ୍ରା ୨୮ ବଲରେ ୨୨ ରନ କରିଥିବା ଇବ୍ରାହିମଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଛନ୍ତି।

author-image
Hemant Lenka
Jasprit Bumrah

Jasprit Bumrah

ଟସ୍‌ ଜିତି ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଥିବା ଆଫଗାନିସ୍ତାନକୁ ପ୍ରଥମ ଝଟକା ଦେଇଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା। ଏହାପରେ ବାର୍ଥଡେ ବୟ ହାର୍ଦ୍ଦିକ ପାଣ୍ତ୍ୟା ୨୧ ରନ କରିଥିବା ରହମନୁଲ୍ଲା ଗୁରବାଜଙ୍କୁ ଆଉଟ କରିଛନ୍ତି। ଆଜି ଆଫଗାନିସ୍ତାନର ଦୁଇ ଓପନର ରହମନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜର୍ଦାନ ୬ ଓଭର ଯାଏ ଭଲ ବ୍ୟାଟିଂ କରିଥିଲେ। କିନ୍ତୁ ୭ମ ଓଭର୍‌ର ୪ର୍ଥ ବଲରେ ବୁମ୍ରା ୨୮ ବଲରେ ୨୨ ରନ କରିଥିବା ଇବ୍ରାହିମଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। 

Advertisment

ପ୍ରଥମ ୭ ଓଭର୍‌ ଭିତରେ ଭାରତ ମହମ୍ମଦ ସିରାଜଙ୍କ ଓଭର୍‌ରେ ଗୋଟିଏ ରିଭ୍ୟୁ ମଧ୍ୟ ନେଇଥିଲା। କିନ୍ତୁ ଏହା ନାକଚ ହୋଇ ଯାଇଥିଲା। ଆଫଗାନିସ୍ତାନ ୩୨ ରନରେ ପ୍ରଥମ ୱିକେଟ ହରାଇଥିଲେ ହେଁ ଏବେ ପୁଣି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଛି।

ପ୍ରଥମ ୧୦ ଓଭର୍‌ରେ ଦଳ ଗୋଟିଏ ୱିକେଟ ହରାଇ ୪୮ ରନ କରିବାକୁ ସକ୍ଷମ ହୋଇଥିଲା। ବୁମ୍ରା ଓ ସିରାଜଙ୍କ ପରେ ଏବେ ବାର୍ଥଡେ ବୟ ହାର୍ଦ୍ଦିକ ପାଣ୍ଡ୍ୟା ଓ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଶାର୍ଦ୍ଦୁଲ ଠାକୁର ବୋଲିଂ କରୁଛନ୍ତି।

Advertisment

ଭାରତ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଆଜି ଦ୍ୱିତୀୟ ମ୍ୟାଚରେ ଦଳ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନକୁ ଭେଟୁଛି। ଭାରତୀୟ ଟିମ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ରବି ଅଶ୍ୱିନଙ୍କ ବଦଳରେ ଆଜି ଠାକୁର ସୁଯୋଗ ପାଇଛନ୍ତି।

ଦିଲ୍ଲୀରେ ବଡ଼ ସ୍କୋର ହେବ ବୋଲି ସମସ୍ତେ ଆଶା କରିଛନ୍ତି। କାରଣ ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଏଠାରେ ୪୨୮ ରନ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୩୨୬ ରନ କରିବାକୁ ସକ୍ଷମ ହୋଇଥିଲା। ତେଣୁ ଆଜି ମଧ୍ୟ ହାଇସ୍କୋରିଂ ମ୍ୟାଚ୍‌ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି।

ଆଫଗାନିସ୍ତାନ ୩୨ ରନରେ ପ୍ରଥମ ୱିକେଟ ହରାଇଥିଲେ ହେଁ ଗୁରବାଜଙ୍କ ସହ ରହମତ ଶାହ ସ୍ଥିତି ସମ୍ଭାଳିଥିଲେ। ଗୁରବାଜ ଭଲ ଲୟରେ ଥିଲେ ହେଁ ତାଙ୍କ ପାଣ୍ଡ୍ୟା ବାଉଣ୍ଡରୀ ପାଖରେ ଶାର୍ଦ୍ଦୁଲ ଠାକୁରଙ୍କ ହାତରେ କ୍ୟାଚ୍‌ କରାଇ ଦେଇଥିଲେ। ଠାକୁର ବେଶ ଚମତ୍କାର ଢଙ୍ଗରେ କ୍ୟାଚ୍‌କୁ ଧରିଥିଲେ।

ରିପୋର୍ଟ ଲେଖା ହେବା ବେଳକୁ ଆଫଗାନିସ୍ତାନ ୧୩ ଓଭର୍‌ରେ ୨ଟି ୱିକେଟ ହରାଇ ୬୩ ରନ କରିନେଇଛି। ରହମତ ୧୧ ଓ ହଶମତୁଲ୍ଲା ଶାହିଦ ୨ ବଲରେ ଶୂନ କରି ବ୍ୟାଟିଂ କରୁଛନ୍ତି। 

ICC ICC Men’s Cricket World Cup 2023 ICC World Cup 2023