Advertisment

ଶେଷରେ ଗର୍ଜିଲା ରୋହିତ୍ ଓ ରାହୁଲଙ୍କ ବ୍ୟାଟ୍, ଟିମ୍ ଇଣ୍ଡିଆ ୨୧୦/୨

ଆବୁ ଧାବି: ଶେଷରେ ଫର୍ମକୁ ଫେରିଛନ୍ତି ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍। ଦୁହିଁଙ୍କ ଦମଦାର ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଆଜି ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ୨୦ ଓଭରରେ ୨ ୱିକେଟ୍ ହରାଇ ୨୧୦ ରନ୍ କରିଛି। ଟି-୨୦ ବିଶ୍ୱକପରେ ଭାରତର ଏହା ସର୍ବଶ୍ରେଷ୍ଠ ସ୍କୋର। ଏହା ପୂର୍ବରୁ ଭାରତ ୨ ୱିକେଟରେ ୧୯୨ ରନ୍ କରିଥିଲା। ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏହି ସ୍କୋର କରିଥିଲା। ଭାରତ ପକ୍ଷରୁ ରୋହିତ୍ ସର୍ବାଧିକ ୭୪ (୪୭ […]

ଅଦ୍ୟତନ ହୋଇଛି
ଶେଷରେ ଗର୍ଜିଲା ରୋହିତ୍ ଓ ରାହୁଲଙ୍କ ବ୍ୟାଟ୍, ଟିମ୍ ଇଣ୍ଡିଆ ୨୧୦/୨

rohit-and-rahul

Advertisment

ଆବୁ ଧାବି: ଶେଷରେ ଫର୍ମକୁ ଫେରିଛନ୍ତି ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍। ଦୁହିଁଙ୍କ ଦମଦାର ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଆଜି ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ୨୦ ଓଭରରେ ୨ ୱିକେଟ୍ ହରାଇ ୨୧୦ ରନ୍ କରିଛି। ଟି-୨୦ ବିଶ୍ୱକପରେ ଭାରତର ଏହା ସର୍ବଶ୍ରେଷ୍ଠ ସ୍କୋର। ଏହା ପୂର୍ବରୁ ଭାରତ ୨ ୱିକେଟରେ ୧୯୨ ରନ୍ କରିଥିଲା। ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏହି ସ୍କୋର କରିଥିଲା। ଭାରତ ପକ୍ଷରୁ ରୋହିତ୍ ସର୍ବାଧିକ ୭୪ (୪୭ ବଲ୍, ୮ ଚୌକା, ୩ ଛକା) ଓ ରାହୁଲ୍ ୬୯ (୪୮ ବଲ୍, ୬ ଚୌକା, ୨ ଛକା) ରନ୍ କରିଛନ୍ତି। ସେମିଫାଇନାଲ୍ ଦୌଡ଼ରେ ରହିବା ପାଇଁ ଆଫଗାନିସ୍ତାନକୁ ୨୧୧ ରନ୍ କରିବାକୁ ପଡ଼ିବ।

Advertisment

ଆବୁ ଧାବିରେ ଖେଳାଯାଉଥିବା ଏହି ମ୍ୟାଚରେ ଆଫଗାନିସ୍ତାନ କ୍ୟାପଟେନ ମହମ୍ମଦ ନବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ରାହୁଲ୍ ଓ ରୋହିତ। ଦୁହେଁ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। ହେଲେ ସେଟ୍‌ ହେବା ରୋହିତ୍ ଓ ରାହୁଲ୍ ଆଫଗାନିସ୍ତାନ ବୋଲରଙ୍କୁ ନିର୍ଧୁମ୍ ଧୋଇଥିଲେ।

ଦୁହେଁ ପ୍ରଥମ ୧୧.୪ ଓଭରରେ ଭାରତର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। ପ୍ରଥମେ ରୋହିତ୍ ୩୭ ବଲରେ ଏବଂ ପରେ ରାହୁଲ୍ ୩୫ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୪.୪ ଓଭରରେ ୧୪୦ ରନର ଭାଗିଦାରୀ କରି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ବଡ଼ ଶଟ୍ ଖେଳିବା ପ୍ରୟାସରେ ରୋହିତ୍ ଆଫଗାନ୍ ବୋଲର କରିମ୍ ଜନ୍ନତଙ୍କ ଶିକାର ହୋଇଥିଲେ। ପରେ ରାହୁଲ୍ ମଧ୍ୟ ନିଜର ୱିକେଟ୍‌ ଦେଇ ବସିଥିଲେ। ରାହୁଲଙ୍କୁ ଗୁଲବଦିନ ନଇବ ପ୍ୟାଭିଲିୟନ୍ ପଠାଇଥିଲେ।

Advertisment

ଦୁହିଁଙ୍କ ଆଉଟ୍ ପରେ ଭାରତର ରନ୍ ଗତି କମିଯାଇଥିଲା। ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତ ଧୂଆଁଧାର ବ୍ୟାଟିଂ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଖରାପ ଫର୍ମରେ ଥିବା ହାର୍ଦ୍ଦିକଙ୍କର ପୁରୁଣା ଚମକ ଦେଖିବାକୁ ମିଳିଥିଲା। ଉଭୟ ହାର୍ଦ୍ଦିକ ଓ ପନ୍ତ ତୃତୀୟ ୱିକେଟ୍ ପାଇଁ ୨୧ ବଲରେ ୬୩ର ପାର୍ଟନରଶିପ୍ କରିଥିଲେ। ହାର୍ଦ୍ଦିକ ୧୩ ବଲରେ ୪ ଚୌକା ଓ ୨ ଛକା ସହ ୩୫ ଓ ପନ୍ତ ୧୩ ବଲରେ ୧ ଚୌକା ଓ ୩ ଛକା ସହ ୨୭ ରନ୍ କରି ଅପରାଜିତ ଥିଲେ। ଆଫଗାନିସ୍ତାନ ପକ୍ଷରୁ ନଇବ ଓ ଜନ୍ନତ ଗୋଟିଏ ଲେଖାଏ ୱିକେଟ୍‌ ପାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe