Advertisment

ପିଙ୍କ୍ ଟେଷ୍ଟ: ଅଷ୍ଟ୍ରେଲିଆକୁ ୧୯ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଦ୍ୱିତୀୟ ଇନିଂସରେ ୧୭୫ ରନ୍‌ରେ ଭୁଶୁଡ଼ି ପଡ଼ିଲା ଟିମ୍ ଇଣ୍ଡିଆ।

author-image
Jitendra Garnayak
ଅଦ୍ୟତନ ହୋଇଛି
Pant

Pant

୨୪, ୭, ୨୮, ୧୧, ୨୮, ୬, ୪୨, ୭,୦,୨, ୭। ଏହା ହେଉଛି ଆଡିଲେଡ୍ ଓଭାଲରେ ଖେଳା ଯାଉଥିବା ପିଙ୍କ୍ ଟେଷ୍ଟରେ ଭାରତୀୟ ବ୍ୟାଟରମାନେ କରିଥିବା ସ୍କୋର। ଆଉ ଏହାର ପରିଣାମ ସେମାନଙ୍କୁ ଭୋଗିବାକୁ ପଡ଼ିଛି। ଦଳ ମାତ୍ର ୧୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲିଆକୁ।

Advertisment

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ଦଳ ମାତ୍ର ୧୮୦ ରନ୍ କରିଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୭ ରନ୍ କରିଥିଲା। ଦ୍ୱିତୀୟ ଇନିଂସରେ ଭାରତର ପ୍ରଦର୍ଶନରେ କୌଣସି ପରିବର୍ତ୍ତନ ଆସି ନଥିଲା। ଦଳର ପ୍ରମୁଖ ବ୍ୟାଟରମାନେ ପୁଣି ଫେଲ୍ ମାରିଥିଲେ। ଦଳର ସ୍କୋର ଦେଢ଼ ଶହ ଛୁଇଁବା ପୂର୍ବରୁ ୭ ଜଣ ଆଉଟ୍ ହୋଇଯାଇଥିଲେ। ଗତକାଲି ଦଳ ୫ଟି ୱିକେଟ ହରାଇଥିବା ବେଳେ ଆଜି ଘଣ୍ଟେରୁ ଟିକେ ଅଧିକ ସମୟ ମଧ୍ୟରେ ବାକି ୫ଟି ୱିକେଟ୍ ହରାଇଥିଲା।

ଦଳ ମାତ୍ର ୩୬.୫ ଓଭରରେ ଦ୍ୱିତୀୟ ଇନିଂସରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ନୀତୀଶ କୁମାର ରେଡ୍ଡୀ ସର୍ବାଧିକ ୪୨ ରନ୍ କରିଛନ୍ତି। ଆଉ କୌଣସି ବ୍ୟାଟର ୩୦ ମଧ୍ୟ ଟପି ନାହାନ୍ତି।

Advertisment
INDvsAUS