Advertisment

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ଜିତିଲା ଭାରତ

ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟକୁ ୭ ୱିକେଟରେ ଜିତି ନେଇଛି ଟିମ୍ ଇଣ୍ଡିଆ।

author-image
Debibandita Barick
ଅଦ୍ୟତନ ହୋଇଛି
Virat Kohli & Yashasvi Jaiswal

Virat Kohli & Yashasvi Jaiswal

ଚେନ୍ନାଇ ପରେ କାନପୁର ଟେଷ୍ଟ ମ୍ୟାଚ୍ ଜିତିଲା ଭାରତ। ଏହି ମ୍ୟାଚ୍ ସହ ସିରିଜକୁ ୨-୦ରେ କ୍ଲିନ୍ ସୁଇପ୍ କରିନେଇଛି ଟିମ୍ ଇଣ୍ଡିଆ। ବିଜୟ ପାଇଁ ୯୫ ରନ୍ ଆବଶ୍ୟକ ଥିବାବେଳେ ତିନି ୱିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଛି ରୋହିତ ବାହିନୀ।

Advertisment

ଯଶସ୍ୱୀ ଜୈସ୍ୱାଲ ଅର୍ଦ୍ଧଶତକୀୟ ପାଳି ଖେଳି ଥିବାବେଳେ ବିରାଟ କୋହଲି ଅପରାଜିତ ରହି ୨୯ ରନ୍ ସଂଗ୍ରହ କରିଥିଲେ। ବାଂଲାଦେଶ ଦୁଇଟି ଇନିଂସରେ ୨୩୩ ଏବଂ ୧୪୬ ରନ୍ କରି ଥିବାବେଳେ ଭାରତ ପ୍ରଥମ ଇନିଂସରେ ୨୮୫ ଏବଂ ଦ୍ୱିତୀୟ ଇନିଂସରେ ଟାର୍ଗେଟ ପୂରା କରି ମ୍ୟାଚ୍ ସହ ସିରିଜ୍ ଜିତି ନେଇଛି।

କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ବର୍ଷା ସାଜିଥିଲା ବାଧକ। ପ୍ରଥମ ଦିନ ଖେଳ ପରେ ଅଢେଇ ଦିନ ବର୍ଷା ଲାଗି ରହିଥିଲା। ବାଂଲାଦେଶ ପ୍ରଥମେ ପାଳି ଆରମ୍ଭ କରି ପ୍ରଥମ ଦିନରେ ୧୦୭ ରନ୍ କରିଥିଲା। ଏହାପରେ ବର୍ଷା ଛାଡିବା ପରେ ଚତୁର୍ଥ ଦିନରେ ପୁନର୍ବାର ମ୍ୟାଚ୍ ଆରମ୍ଭ ହୋଇଥିଲା। 

Advertisment

ପ୍ରଥମ ଇନିଂସରେ ବାଂଲାଦେଶ ୨୩୩ ରନ୍ କରି ଥିବାବେଳେ ଭାରତ ୨୮୫ ରନ୍ କରିଥିଲା। ବାଂଲାଦେଶ ଦ୍ୱିତୀୟ ଇନିଂସ ଖେଳି ୯୫ ରନ୍ ଟାର୍ଗେଟ ଦେଇଥିଲା। ଭାରତ ଏହାକୁ ସହଜରେ ଜିତି ନେଇଛି। ଯଶସ୍ୱୀ ଜୈସ୍ୱାଲ ୫୧ ରନ୍ କରି ଥିବାବେଳେ ବିରାଟ କୋହଲି ଏବଂ ଋଷବ ପନ୍ତ ଅପରାଜିତ ରହି ଯଥାକ୍ରମେ ୨୯ ଏବଂ ୪ ରନ୍ କରିଥିଲେ।

ସେହିପରି ରୋହିତ ଶର୍ମା ୮ ଏବଂ ଶୁବମନ ଗିଲ୍ ୬ ରନ୍ କରିଥିଲେ। ଭାରତ ୧୭.୨ ଓଭରରେ ଏହି ମ୍ୟାଚ୍ ସହ ସିରିଜ୍ ବିଜୟୀ ହୋଇଛି। 

Ind Vs Ban Test Match IndVsBan Test Match