Advertisment

ଭାରତ ସମ୍ମୁଖରେ ୨୩୧ ରନ୍‌ର ବିଜୟ ଲକ୍ଷ୍ୟ

ଇଂଲଣ୍ଡର ଓଲି ପପ୍‌ ୪ ରନ୍ ପାଇଁ ଦ୍ୱିଶତକରୁ ବଞ୍ଚିତ ହେଲେ।

author-image
Jitendra Garnayak
Tom Hartley

Tom Hartley

ହାଇଦ୍ରାବାଦରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିବା ପାଇଁ ଭାରତକୁ ୨୩୧ ରନ୍ କରିବାକୁ ପଡ଼ିବ। ଆଜି ଚତୁର୍ଥ ଦିନରେ ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସରେ ୪୨୦ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଏହା ପରେ ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି। ଖେଳ ଆହୁରି ଦେଢ଼ ଦିନ ହେବାକୁ ଥିବାରୁ ଓ ପ୍ରଥମ ଇନିଂସର ପ୍ରଦର୍ଶନକୁ ଦେଖିଲେ ଭାରତ ମ୍ୟାଚ୍ ଜିତିବାର ସମ୍ଭାବନା ଅଧିକ ରହିଛି।

Advertisment

ଗତକାଲି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସରେ ୬ ୱିକେଟ ହରାଇ ୩୧୬ ରନ୍ କରିଥିଲା। ଆଜି ଦଳ ଆଉ ୧୦୪ ରନ୍ କରି ଥିଲା। ଗତକାଲି ୧୪୮ ରନ୍ କରି ଅପରାଜିତ ଥିବା ଓଲି ପପ୍‌ ଆଜି ଆଉ ୪ ରନ୍‌ ପାଇଁ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ। ସେ ୧୯୬ ରନ୍‌ କରି ଆଉଟ୍ ହୋଇଥିଲେ। ୨୭୮ଟି ବଲ୍‌ରୁ ୨୧ଟି ଚୌକା ସହାୟତାରେ ସେ ଏହି ରନ୍ କରି ଥିଲେ। ତାଙ୍କୁ ଯଶପ୍ରୀତ ବୁମ୍ରା ବୋଲ୍‌ଡ କରି ଥିଲେ। ସେହିପରି ଗତକାଲି ଅପରାଜିତ ଥିବା ରେହାନ ଅହମଦ ୨୮ ରନ୍‌ରେ ଆଉଟ୍ ହୋଇଯାଇଥିଲେ। ଯଶପ୍ରୀତ ବୁମ୍ରାଙ୍କ ବଲ୍‌ରେ ସେ ଶ୍ରୀକର ଭରତଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଟମ୍ ହାର୍ଟଲୀ ୫୨ଟି ବଲ୍‌ରୁ ୩୪ ରନ୍ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ବୋଲ୍‌ଡ ହୋଇଥିଲେ। ମାର୍କ ଉଡ୍ ଖାତା ଖୋଲି ପାରି ନଥିଲେ। ଓଲି ପପ୍‌ ଶେଷ ପର୍ଯ୍ୟନ୍ତ ଖେଳିଥିଲେ। ସେ ଆଉଟ୍ ହେବା ସହିତ ଦଳର ଦ୍ୱିତୀୟ ଇନିଂସ ଶେଷ ହୋଇଥିଲା।

Advertisment

ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୩, ରବୀନ୍ଦ୍ର ଜାଡ଼େଜା ୨ ଓ ଅକ୍ଷର ପଟେଲ ଗୋଟିଏ ୱିକେଟ୍ ନେଇଥିଲେ।

ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୬ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୪୨୦ ରନ୍ କରିଛି। ଭାରତ ପ୍ରଥମ ଇନିଂସରେ ୪୩୬ ରନ୍ କରିଥିଲା।

INDvsENG