Toss
ପାକିସ୍ତାନକୁ ହରାଇବାର ୧୫ ଘଣ୍ଟା ନ ପୁରୁଣୁ ପୁଣି ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବାକୁ ମୈଦାନକୁ ଓହ୍ଲାଇଛି ଭାରତୀୟ ଟିମ। ଏସିଆ କପ ସୁପର ୪ର ଦ୍ୱିତୀୟ ମ୍ୟାଚ୍ରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।
ଏହାର ଅର୍ଥ କଲମ୍ବୋରେ ଶ୍ରୀଲଙ୍କା ଆଗ ବୋଲିଂ କରିବ। ଭାରତୀୟ ଟିମ ରବିବାର ଠାରୁ କ୍ରମାଗତ ମ୍ୟାଚ ଖେଳି ଚାଲିଛି। ରବିବାର ବର୍ଷା ଯୋଗୁ ପାକିସ୍ତାନ ବିପକ୍ଷ ମ୍ୟାଚ ଅଧାରୁ ବନ୍ଦ ହୋଇଥିଲା। ଫଳରେ ସୋମବାର ପୁଣି ଅଧାରୁ ମ୍ୟାଚ୍ ଖେଳା ଯାଇଥିଲା।
ବର୍ଷା ଯୋଗୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲେ ହେଁ ପୂରା ୫୦ ଓଭର ଖେଳ ହୋଇଥିଲା। ଭାରତ ଦମଦାର ବ୍ୟାଟିଂ କରି ୨ ୱିକେଟ ହରାଇ ୩୫୬ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ୩୨ ଓଭରରେ ୧୨୮ ରନରେ ଅଟକି ଯାଇଥିଲା।
ଏହି ବୃହତ୍ତ ବିଜୟକୁ ୧୫ ଘଣ୍ଟା ପୂରି ନଥିବା ବେଳେ ଆଜି ରୋହିତ ସେନା ଘରୋଇ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବାକୁ ମୈଦାନକୁ ଓହ୍ଲାଇଛି। ପିଚ୍ରେ ଘାଷ ନଥିବାରୁ ଭାରତୀୟ ଟିମ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଶାର୍ଦ୍ଦୁଲ ଠାକୁରଙ୍କ ବଦଳରେ ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିଛି। ଏହାବାଦ ଆଉ କୌଣସି ପରିବର୍ତ୍ତନ କରାଯାଇ ନାହିଁ।
ଅନ୍ୟପକ୍ଷରେ ଶ୍ରୀଲଙ୍କା ଶେଷ ମ୍ୟାଚ୍ରେ ଆଫଗାନିସ୍ତାନକୁ ହରାଇଥିଲା। ଦଳ ସେହି ସମାନ ୧୧ ଖେଳାଳିଙ୍କୁ ଧରି ଭାରତ ବିପକ୍ଷରେ ମୈଦାନକୁ ଓହ୍ଲାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Toss_1694510386.jpg)