Advertisment

ବାଉନ୍ସ ବ୍ୟାକ ଲକ୍ଷ୍ୟରେ ଟିମ ଇଣ୍ଡିଆ: ସୁଯୋଗ ପାଇଲେ ସୁଦର୍ଶନ

ଆଜି ସେହି ହରାରରେ ଦ୍ୱିତୀୟ ଟି-୨୦ ଖେଳିବାକୁ ଦଳ ମୈଦାନକୁ ଓହ୍ଲାଇଛି। ଶନିବାର ଭଳି ଆଜି ମଧ୍ୟ ଭାରତୀୟ ଟିମର ଅଧିନାୟକ ଶୁବମନ ଗିଲ୍‌ ଟସ୍‌ ଜିତିଛନ୍ତି। ସେ ଟସ୍‌ ଜିତି ଆଜି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

author-image
Hemant Lenka
sai

sai

ଜିମ୍ବାୱେ ଠାରୁ ଅପ୍ରତ୍ୟାଶିତ ଢଙ୍ଗରେ ହାରି ଯାଇଥିବା ଭାରତୀୟ ଯୁବ ବାହିନୀ ଆଜି କମବ୍ୟାକ ଲକ୍ଷ୍ୟରେ ରହିଛି। ଶନିବାର ପ୍ରଥମ ଟି-୨୦ରେ ଶୁବମନ ଗିଲଙ୍କ ଭାରତ ୧୩ ରନରେ ହାରିଥିଲା।

Advertisment

ଆଜି ସେହି ହରାରରେ ଦ୍ୱିତୀୟ ଟି-୨୦ ଖେଳିବାକୁ ଦଳ ମୈଦାନକୁ ଓହ୍ଲାଇଛି। ଶନିବାର ଭଳି ଆଜି ମଧ୍ୟ ଭାରତୀୟ ଟିମର ଅଧିନାୟକ ଶୁବମନ ଗିଲ୍‌ ଟସ୍‌ ଜିତିଛନ୍ତି। ସେ ଟସ୍‌ ଜିତି ଆଜି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

ଗତକାଲି ସେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଭାରତୀୟ ବୋଲର କମାଲ କରିଥିଲେ ହେଁ ବ୍ୟାଟିଂ ବାହିନୀ ନିରାଶ କରିଥିଲେ। ଦଳକୁ ପ୍ରଥମ ମ୍ୟାଚ୍‌ରେ ଜିମ୍ବାୱେ ଠାରୁ ୧୩ ରନରେ ହାରିବାକୁ ପଡ଼ିଥିଲା। ହେଲେ ଆଜି ଦଳ ତା’ର ରଣନୀତି ବଦଳାଇଛି।

Advertisment

ଆଜିର ମ୍ୟାଚ୍‌ରେ ଭାରତ ପାଇଁ ବାମହାତୀ ବ୍ୟାଟର ସାଇ ସୁଦର୍ଶନଙ୍କୁ ସୁଯୋଗ ମିଳିଛି। ଆଇପିଏଲରେ ଗୁଜରାଟ ଟାଇଟନ୍ସ ପାଇଁ କମାଲ କରିଥିବା ସୁଦର୍ଶନକୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦିଆଯାଇଛି। ସେ ଦ୍ରୁତ ବୋଲର ଖଲୀଲ ଅହମଦଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି। ଏହାର ଅର୍ଥ ଭାରତ ଆଜି ଜଣେ ଅତିରିକ୍ତ ବ୍ୟାଟରଙ୍କ ସହ ମ୍ୟାଚ୍‌ ଖେଳୁଛି।

ଜିମ୍ବାୱେ ବିପକ୍ଷ ପ୍ରଥମ ଟି-୨୦ରେ ଅଭିଷେକ ଶର୍ମା, ରିୟାନ ପରାଗ ଓ ଧ୍ରୁବ ଜୁରେଲ ଭାରତ ପାଇଁ ଡେବ୍ୟୁ କରିଥିଲେ। ହେଲେ ଗତକାଲି ଏମାନେ ସମସ୍ତେ ନିରାଶ କରିଥିଲେ। ଆଜି ଏମାନଙ୍କ ଠାରୁ ବଡ଼ ଇନିଂସ ଆଶା ରଖିଛନ୍ତି ଫ୍ୟାନ୍ସ।

ପ୍ରଥମ ଟି-୨୦ରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୧୧୫ ରନ କରିଥିଲା। ହେଲେ ବୋଲିଂରେ ଘରୋଇ ଟିମ ଦମ ଦେଖାଇଥିଲା। ଭାରତୀୟ ଟିମକୁ ଦଳ ୧୦୨ ରନରେ ଅଲଆଉଟ କରି ଅପ୍ରତ୍ୟାଶିତ ବିଜୟ ହାସଲ କରିଥିଲା। ବିଜୟ ପରେ ଆତ୍ମବିଶ୍ୱାସରେ ଭରା ଜିମ୍ବାୱେ ଟିମ ଆଜି ମଧ୍ୟ କମାଲ କରିବା ଲକ୍ଷ୍ୟରେ ରହିଛି।

T20 Cricket T20 World Cup Sai Sudharsan INDVsZIM