Advertisment

ବାଂଲାଦେଶ ବିପକ୍ଷରେ ଭାରତର ବୋଲିଂ: ଡେବ୍ୟୁ କଲେ ତିଲକ ବର୍ମା, ଖେଳୁ ନାହାନ୍ତି ବିରାଟ

ବିରାଟ କୋହଲି, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି।

Tilak verma

Tilak verma

Advertisment

ଏସିଆ କପ ଫାଇନାଲରେ ପ୍ରବେଶ କରି ସାରିଥିବା ଟିମ ଇଣ୍ଡିଆ ଆଜି ସୁପର ୪ର ଶେଷ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିଛି। ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।

Advertisment

ଏଯାଏ ଏସିଆ କପରେ ଭାରତୀୟ ଟିମ ଚେଜ୍‌ କରି ନଥିବାରୁ ଫାଇନାଲ ପୂର୍ବରୁ ଏହାକୁ ପରଖିବାକୁ ଚାହୁଁଛି ଦଳ। ଖାସ ଏହି କାରଣ ପାଇଁ ଟସ୍‌ ଜିତି ରୋହିତ ବୋଲିଂ ନିଷ୍ପତ୍ତି ନେଇଥିବା କହିଛନ୍ତି।

ଭାରତ ଫାଇନାଲରେ ପ୍ରବେଶ କରି ସାରିଥିବାରୁ ଆଜି ଦଳ ପାଇଁ ଯୁବ ତାରକା ତିଲକ ବର୍ମା ଡେବ୍ୟୁ କରୁଛନ୍ତି। ପୂର୍ବରୁ ୱେଷ୍ଟଇଣ୍ତିଜ ବିପକ୍ଷରେ ସେ ଭାରତ ପାଇଁ ଟି-୨୦ରେ ଡେବ୍ୟୁ କରିଥିଲେ। ଆଜି ମ୍ୟାଚ୍‌ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ତାଙ୍କୁ କ୍ୟାପ୍‌ ଦେଇ ଦଳକୁ ସ୍ୱାଗତ କରିଛନ୍ତି। ନିଜର ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ମଧ୍ୟ ତିଲକ ବର୍ମା ବେଶ ଉତ୍ସାହିତ ରହିଛନ୍ତି।

Advertisment

ଏହାବାଦ ଭାରତ ଚୂଡ଼ାନ୍ତ ଏକାଦଶରେ ମୋଟ ୫ଟି ପରିବର୍ତ୍ତନ କରିଛି। ମହମ୍ମଦ ଶାମି, ପ୍ରସିଦ୍ଧ କୃଷ୍ଣ ଓ ସୂର୍ଯ୍ୟ କୁମାର ଯାଦବ ଆଜି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଛନ୍ତି। ଶାର୍ଦ୍ଦୁଲ ଠାକୁର ମଧ୍ୟ ଦଳକୁ କମବ୍ୟାକ କରିଛନ୍ତି। ବିରାଟ କୋହଲି, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି।

ଅନ୍ୟପକ୍ଷରେ ବାଂଲାଦେଶ ପାଇଁ ଆଜି ଦିନିକିଆରେ ଡେବ୍ୟୁ କରିଛନ୍ତି ତାଞ୍ଜିମ ହାସନ। ଏହାବାଦ ଦଳରେ ଆଉ କୌଣସି ପରିବର୍ତ୍ତନ ହୋଇ ନାହିଁ।

Indian Cricket Team Asia Cup Cricket Asia Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe