Advertisment

ଦକ୍ଷିଣ ଆଫ୍ରିକା ୨୧୦, ଭାରତ ୭୦ ରନରେ ଆଗୁଆ

କେପ୍ ଟାଉନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଦ୍ୱିତୀୟ ଦିବସରେ ମଧ୍ୟ ବୋଲରମାନେ ଦମ୍ ଦେଖାଇଛନ୍ତି। ଯଶପ୍ରୀତ ବୁମ୍ରାଙ୍କ ୫ ୱିକେଟ୍ ସଫଳତା ଦମରେ ଭ୍ରମଣକାରୀ ଟିମ୍ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇନିଂସରେ ୨୧୦ ରନରେ ଅଲଆଉଟ୍ କରି ଦେଇଛି। ଏଥିସହ ଭାରତ ପ୍ରଥମ ଇନିଂସରେ ୧୩ ରନର ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦୁଇ ଓପ୍ନରଙ୍କୁ ହରାଇଛି ଏବଂ ଦିବସର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଦକ୍ଷିଣ ଆଫ୍ରିକା ୨୧୦, ଭାରତ ୭୦ ରନରେ ଆଗୁଆ

bumrah

କେପ୍ ଟାଉନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଦ୍ୱିତୀୟ ଦିବସରେ ମଧ୍ୟ ବୋଲରମାନେ ଦମ୍ ଦେଖାଇଛନ୍ତି। ଯଶପ୍ରୀତ ବୁମ୍ରାଙ୍କ ୫ ୱିକେଟ୍ ସଫଳତା ଦମରେ ଭ୍ରମଣକାରୀ ଟିମ୍ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇନିଂସରେ ୨୧୦ ରନରେ ଅଲଆଉଟ୍ କରି ଦେଇଛି। ଏଥିସହ ଭାରତ ପ୍ରଥମ ଇନିଂସରେ ୧୩ ରନର ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦୁଇ ଓପ୍ନରଙ୍କୁ ହରାଇଛି ଏବଂ ଦିବସର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୫୭ ରନ୍ କରିଛି। ଫଳରେ ଭାରତ ମୋଟ ୭୦ ରନରେ ଆଗୁଆ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ କ୍ୟାପଟେନ୍ ବିରାଟ୍ କୋହଲି ୧୪ ଓ ଚେତେଶ୍ୱର ପୂଜାରା ୯ ରନ୍ କରି ଅପରାଜିତ ରହିଛନ୍ତି।

Advertisment

ପ୍ରଥମ ଇନିଂସରେ ୧୩ ରନରେ ଆଗୁଆ ଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦୁଇ ଓପ୍ନର ମୟଙ୍କ ଅଗ୍ରୱାଲ୍ (୧୦) ଓ ଲୋକେଶ ରାହୁଲ (୭) ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। ତେବେ କୋହଲି ଓ ପୂଜାରା ଅଭିଜ୍ଞତାର ଫାଇଦା ଉଠାଇଥିଲେ ଏବଂ ଦଳକୁ ଆଉ କ୍ଷତି ହେବାକୁ ଦେଇନାହାନ୍ତି। ଦୁହେଁ ତୃତୀୟ ୱିକେଟ୍ ପାଇଁ ୩୩ ରନର ଭାଗିଦାରୀ କରିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ଓ କାଗିସୋ ରବାଡା ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

ପୂର୍ବରୁ ଦକ୍ଷିଣ ଆଫ୍ରିକା ଆଜି ତା’ର ପୂର୍ବଦିନର ସ୍କୋର ୧୭/୧ରୁ ଖେଳ ଆରମ୍ଭ କରିଥିଲା। ଦଳ ପକ୍ଷରୁ କୀଗାନ ପିଟରସନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଓପ୍ନର ଏଡେନ୍ ମାର୍କରମ ୮ ରନ୍ କରି ବୁମ୍ରାଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିବା ବେଳେ ନାଇଟ୍ ୱାଚ୍ ମ୍ୟାଚ୍ ଭାବେ ଆସିଥିବା କେଶବ ମହାରାଜ ୨୫ ରନ୍ କରି ଉମେଶ ଯାଦବଙ୍କ ଶିକାର ହୋଇଥିଲେ। କେବେ ପିଟରସନ୍ ଓ ରାସି ଭାନ୍ ଡର୍ ଡୁସେନ୍ ଚତୁର୍ଥ ୱିକେଟ୍ ପାଇଁ ୬୭ ରନ୍ ଯୋଡ଼ି ଦଳର ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ଡୁସେନ୍ ପୁଣିଥରେ ନିରାଶ କରି ମାତ୍ର ୨୧ ରନରେ ଆଉଟ୍ ହୋଇଥିଲେ।

Advertisment

ଜବାରଦସ୍ତ ଫର୍ମରେ ଥିବା ତେମ୍ବା ବାଭୁମା (୨୮) ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ପିଟରସନ୍ ଜବରଦସ୍ତ ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୭୨ (୧୬୬ ବଲ୍, ୯ ଚୌକା) ରନ୍ କରି ବୁମ୍ରାଙ୍କ ବଲରେ ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୱିକେଟ୍ କିପର କାଇଲ୍ ଭେରେନେ ଖାତା ଖୋଲିପାରିନଥିବା ବଆଳେ ଜାନସେନ୍ (୭), ରବାଡା (୧୫), ଲୁଙ୍ଗି ଏନଗିଡି (୩) ନିରାଶ କରିଥିଲେ। ଡୁଆନ୍ ଓଲିଭିଅର୍ ୧୦ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ବୁମ୍ରା ୫ଟି, ଉମେଶ ଓ ମହମ୍ମଦ ଶାମି ୨ଟି ଲେଖାଏ ୱିକେଟ୍ ପାଇଥିଲେ।

Ind Vs SA